ବାଲେଶ୍ଵର: ଜିଲ୍ଲା ମୁଖ୍ୟ ଡାକଘର ଆଗରେ ଅଲ୍ ଓଡିଶା ଇପିଏଫ ପେନସନ ଆସୋସିଏସନ ପକ୍ଷରୁ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ସର୍ବନିମ୍ନ ମାସକୁ 9 ହଜାର ଟଙ୍କା ପେନସନ ସହ ମହଙ୍ଗା ଭତ୍ତା, ବେତନ ଅନୁପାତରେ ବର୍ଦ୍ଧିତ ପେନସନ, ସମସ୍ତ ପେନସନଭୋଗୀ ମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରି ସ୍ବାସ୍ଥ୍ୟସେବା ଯୋଗାଇଦେବା ଭଳି ଦାବି ଉପସ୍ଥାପନ କରାଯାଇଥିଲା ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ