ବାଲେଶ୍ୱର: ବ୍ୟବସାୟୀଙ୍କ ଝୁଲନ୍ତା ମୃତଦେହ ଦୋକାନ ଭିତରୁ ଉଦ୍ଧାର କରିଛି ପୋଲିସ । ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିବା ବେଳେ ମୃତ୍ୟୁର କାରଣ ଏବେ ମଧ୍ୟ ଅସ୍ପଷ୍ଟ ରହିଛି।
ସୂଚନା ଅନୁସାରେ, ବାଲେଶ୍ବର ସହଦେବଖୁଣ୍ଟା ଥାନା ଆଜିମାବାଦ ଅଞ୍ଚଳରେ ଥିବା ଏକ ତେଜରାତି ଦୋକାନ ଭିତରୁ ମୃତଦେହ ଉଦ୍ଧାର ହୋଇଛି । ଉଦ୍ଧାର ମୃତଦେହ ଦୋକାନ ମାଲିକ ପ୍ରଦୀପ ତ୍ରିପାଠୀଙ୍କ ବୋଲି ଜଣାପଡିଛି। ତାଙ୍କ ଘର ଖଣ୍ତାପଡ଼ା ଥାନା ତୁଣ୍ଡୁରା ଅଞ୍ଚଳର ହୋଇଥିବାବେଳେ ସେ ଆତ୍ମହତ୍ଯା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରିଛି ।
ଦୋକାନୀ ଜଣଙ୍କ ଯଦି ଆତ୍ମହତ୍ଯା କରିଛନ୍ତି ତେବେ କେଉଁ କାରଣରୁ କରିଥାଇ ପାରନ୍ତି ଘଟଣାର ସତ୍ୟତା ଜାଣିବା ପାଇଁ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା କହିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ