ETV Bharat / state

ବାଲେଶ୍ବରରେ ଜିଲ୍ଲାସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ

author img

By

Published : Jan 26, 2023, 1:28 PM IST

ବାଲେଶ୍ୱର ପୋଲିସ ଲାଇନ ରିଜର୍ଭ ପଡ଼ିଆରେ ୭୪ତମ ଗଣତନ୍ତ୍ର ଦିବସ ପାଳିତ । ପତାକା ଉତ୍ତୋଳନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଅଧିକ ପଢନ୍ତୁ

republic day celebrated in balasore
ବାଲେଶ୍ବରରେ ଜିଲ୍ଲାସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ
74th republic day

ବାଲେଶ୍ବର: ଆଜି ୭୪ତମ ଗଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲି ସବୁଠୁ ଫରଫର ହୋଇ ଉଡୁଛି ତ୍ରିରଙ୍ଗା । ବାଲେଶ୍ୱର ପୋଲିସ ଲାଇନ ରିଜର୍ଭ ପଡ଼ିଆରେ ଜିଲ୍ଲାସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ପରେ ସ୍କୁଲ ଛାତ୍ରଛାତ୍ରୀ, ପୋଲିସ ବିଭାଗ, ଡିଆରଡିଓ ପକ୍ଷରୁ ପରେଡ଼ ଅଭିବାଦନ ଗ୍ରହଣ କରିଥିଲେ। ଏହାପରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ।

ବାଲେଶ୍ୱର ହେଉଛି ସଂଗ୍ରାମୀଙ୍କ ମାଟି, ସ୍ବାଧୀନତା ସଂଗ୍ରାମରେ ବାଲେଶ୍ଵରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି ମାଟିରେ ହରେକୃଷ୍ଣ ମହତାବ, ସର୍ଦାର ସୁରେନ୍ଦ୍ର ଦାସଙ୍କଠାରୁ ସଂଗ୍ରାମୀଙ୍କ ତାଲିକା କହିଲେ ସରିବନି। ଏହାସହ ଏହି ମାଟିରେ ବାଘାଯତୀନଙ୍କ ଭଳି ବୀର ସହିଦ ହୋଇଛନ୍ତି। ଏମିତି କି ଭାଷାଭିତ୍ତିକ ଆନ୍ଦୋଳନର ଏ ମାଟିର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ମନ୍ତ୍ରୀ ମତ ରଖିଥିଲେ।

ଏହି ଅବସରରେ ମନ୍ତ୍ରୀ ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ। ଓଡ଼ିଶା ପ୍ରଗତିର ଶୀର୍ଷ ଛୁଇଁଛି। ସମ୍ପ୍ରତି ପ୍ରଗତି ରାଜ୍ୟରେ ଏକ ପରମ୍ପରା ପାଲଟିଛି। କୃଷିଠାରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ରାଜ୍ୟ ସଫଳତାକୁ ଛୁଇଁଛି। ମହିଳାଙ୍କୁ ସ୍ୱାବଲମ୍ଭୀ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ବିକାଶର ଧାରା ଆଗକୁ ଜାରି ରହିବ ବୋଲି ସେ କହିଥିଲେ। ଏଥି ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ଦେଇଥିଲେ।ପରେ ବିଭିନ୍ନ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ଦ୍ଵାରା ଆୟୋଜିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ, ଆଇଜି ହିମାଂଶୁ ଲାଲ, ଏସପି ସାଗରିକା ନାଥଙ୍କ ସମେତ ଜିଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ସେହିପରି ଆଜି ଭୁବନେଶବର ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସକାଳ ସମୟରେ କଡା ସୁରକ୍ଷା ମଧ୍ୟରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଗାନ୍ଧୀମାର୍ଗରେ ପହଞ୍ଚିଥିଲେ । ଏହାପରେ ୮ଟା ୩୦ ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ରାଜ୍ୟପାଳ । ପେର ପରେ ପରେଡ ପ୍ରଦର୍ଶିତ ହୋଇଥିଲା ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.