ETV Bharat / state

ରେମୁଣା ବ୍ଲକ ଘେରାଉ କଲା ବିଜେପି, ବିଜେଡି ଉପରେ ବର୍ଷିଲା ଦଳ

author img

By ETV Bharat Odisha Team

Published : Nov 17, 2023, 9:42 PM IST

ଓଡ଼ିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଥିବା ବିଜେପି ଅଭିଯୋଗ ଆଣିଛି । ବ୍ଲକ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲେ ରେମୁଣା ବିଜେପି କର୍ମୀ । ଦୁର୍ନୀତି ଓ ପିସି କାରବାକୁ ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ । ଅଧିକ ପଢ଼ନ୍ତୁ

ଦୁର୍ନୀତିକୁ ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ
ଦୁର୍ନୀତିକୁ ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ
ଦୁର୍ନୀତିକୁ ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ

ବାଲେଶ୍ୱର: ଦୁର୍ନୀତି ଓ ପିସି କାରବାକୁ ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ । ବ୍ଲକ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲେ ରେମୁଣା ବିଜେପି କର୍ମୀ । ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଦାସଙ୍କ ଆବାହନରେ ବିଜେପି କର୍ମୀଙ୍କ ସହ ସାଧାରଣ ଲୋକ ମଧ୍ୟ ସାମିଲ ଥିଲେ । ପଞ୍ଚାୟତ,ବ୍ଳକ, ଜିଲ୍ଲା ସ୍ତରୀୟ ଅଫିସରୁ ନେଇ ସଚିବାଳୟ ପର୍ଯ୍ୟନ୍ତ ସବୁଠାରେ ଦୁର୍ନୀତି ଅଭିଯୋଗ । ଓଡ଼ିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଥିବା ବିଜେପି ଅଭିଯୋଗ ଆଣିଛି । ଓଡିଶାରେ ସରକାରୀ ବିରୋଧୀ ଜନଆକ୍ରୋଶ ବଢିବାରେ ଲାଗିଛି । ଏଥିରେ ଜନସାଧାରଣଙ୍କ ସମର୍ଥନ ଥିବା ଯୋଗୁଁ ରାଜ୍ୟ ସରକାରଙ୍କ ପ୍ରତି ଲୋକମାନଙ୍କ ଆକ୍ରୋଶ ରହିଥିବା କୁହାଯାଇଛି ।

ଦୁଇ ମାସ ତଳେ ଭାରତୀୟ ଜନତା ପାର୍ଟି ସାରା ରାଜ୍ୟରେ ସମସ୍ତ ପଞ୍ଚାୟତରେ ଦୁର୍ନୀତି, ଅପାରଗତା, ଭ୍ରଷ୍ଟାଚାର ବିରୋଧରେ ଘେରାଉ କାର୍ଯ୍ୟକ୍ରମ କରିଥିଲା । ଏମିତିକି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜ ନାଁରେ କରାଇ ଲୋକଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ ହୋଇଛି । ପିସି କାରବାର ଦିନକୁ ଦିନ ବଢୁଥିବାକୁ ନେଇ ରାଜନୀତି ମୈଦାନରେ ବିଜେପି ନିଜର ସ୍ବର ଉତ୍ତୋଳନ କରିବ ବୋଲି କହିଛି । ସାମାନ୍ୟ ଭତ୍ତା, ରେସନ କାର୍ଡ, ପାଇଖାନା ଓ ପକ୍କାଘରଟିଏ ପାଇବା ପାଇଁ ଲାଞ୍ଚ ଦେବାକୁ ପଡୁଛି । ୨୦ ହଜାର ଟଙ୍କା ଲାଞ୍ଚ ନଦେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳୁନଥିବା ବେଳେ, ଭତ୍ତା ପାଇଁ ୧ ହଜାର ଟଙ୍କା, ରାସନ କାର୍ଡ ପାଇଁ ୫ ହଜାର ଏବଂ ପାଇଖାନା ପାଇଁ ୨ ହଜାର ଟଙ୍କା ଲାଞ୍ଚ ଦେବାକୁ ପଡୁଛି ବୋଲି ବିଜେପି ଅଭିଯୋଗ ଆଣିଛି । ଓଡ଼ିଶାର ପ୍ରତି ବ୍ଲକରେ ୩୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା, ଶୀତଳ ଭଣ୍ଡାର, ବାସହୀନଙ୍କୁ ପଟ୍ଟା ଓ ଘର ଦେବା, ଶିଳ୍ପାୟନ ମାଧ୍ୟମରେ ସ୍ଥାନୀୟ ଯୁବକଙ୍କୁ ରୋଜଗାର ଦେବାର ପ୍ରତିଶ୍ରୁତି ପାଳନ ନ କରିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର ବୋଲି କହିଛି ବିଜେପି ।

ଏହା ମଧ୍ୟ ପଢ଼ନ୍ତୁ....ଆଦିବାସୀଙ୍କ ଜମି ହସ୍ତାନ୍ତର ସମ୍ପର୍କିତ କ୍ୟାବିନେଟ ନିଷ୍ପତ୍ତିରେ ରୋକ

ରେମୁଣା ବ୍ଲକରେ ଅଧିକାଂଶ ବ୍ୟକ୍ତି ଚାଷ ଉପରେ ନିର୍ଭରଶୀଳ ଅଟନ୍ତି । ମାତ୍ର ଚାଷୀ ମାନଙ୍କ ପାଇଁ ଉନ୍ନତମାନର ବଜାର, ଶୀତଳ ଭଣ୍ଡାର, ଚାଷୀ ପ୍ରଶିକ୍ଷଣ ପାଇଁ କୌଣସି ବ୍ୟବସ୍ଥା ନାହିଁ । ରେମୁଣାରେ ପୂର୍ବରୁ ଥିବା କଳକାରଖାନା ଗୁଡ଼ିକ ବନ୍ଦ ହେବାରେ ଲାଗିଲାଣି । ଏହାକୁ ଖୋଲିବା ଏବଂ ନୂତନ ଶିଳ୍ପ ପ୍ରତିଷ୍ଠାନ କରିବା ପାଇଁ ଦାବି କରିଛି ରେମୁଣା ବିଜେପି । ସେହିପରି ରେମୁଣାରେ ପ୍ରସିଦ୍ଧ କଂସା ବାସନ କାରୀଗରଙ୍କ ଦୁର୍ଦ୍ଦଶା କଥା ନକହିବା ଭଲ । ତାଙ୍କ ପ୍ରତି ଯଥେଷ୍ଠ ଦୃଷ୍ଟି ଦେଲେ ସେମାନେ ଆର୍ଥିକ ସ୍ବଚ୍ଛଳ ହୋଇପାରିବେ । ମାତ୍ର ତାହା ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି । ରେମୁଣାରେ ଥିବା ପର୍ଯ୍ୟଟନ ସ୍ଥଳ ବିଶ୍ବ ବିଖ୍ୟାତ, କିନ୍ତୁ ଏହା ପ୍ରତି ରାଜ୍ୟ ଏବଂ ଜିଲ୍ଲା ପ୍ରଶାସନ ଦୃଷ୍ଟି ନଦେବା ହେତୁ ପର୍ଯ୍ୟଟନର ଅବକ୍ଷୟ ଘଟୁଛି। ଏସବୁର ବିକାର ଦିଗରେ ସରକାର କାହିଁକି ଯତ୍ନବାନ ନୁହଁନ୍ତି ବୋଲି ବିଜେପି ପ୍ରଶ୍ନ କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.