ETV Bharat / state

ରେମୁଣା ବିଧାୟକଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ, ଏସ୍ପିଙ୍କୁ ଭେଟିଲେ ନିର୍ବାଚିତ ଜନପ୍ରତିନିଧି

ରେମୁଣା ବିଧାୟକଙ୍କ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ । ଏସପିଙ୍କ ନିକଟରେ ଫେରାଦ ହେଲେ ନିର୍ବାଚିତ ଜନପ୍ରତିନିଧି । ଅଧିକ ପଢନ୍ତୁ

ରେମୁଣା ବିଧାୟକଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟକୁ ବିରୋଧ

author img

By

Published : Jul 2, 2023, 10:28 AM IST

ରେମୁଣା ବିଧାୟକଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟକୁ ବିରୋଧ

ବାଲେଶ୍ବର: ରେମୁଣା ବିଧାୟକଙ୍କ ନାଁରେ କୃଷି ଯନ୍ତ୍ରପାତି ସବସିଡି ହଡପ ଅଭିଯୋଗରେ ଗତ ୨୬ରେ ରେମୁଣା ବନ୍ଦ ଡାକରା ଦିଆଯାଇଥିଲା । ତେବେ ବିଧାୟକ ସୁଧାଂଶୁ ପରିଡା ଦୋଷୀ କି ନିର୍ଦ୍ଦୋଷ ତାହା ବିଚାରଧୀନ ଥିବାବେଳେ ଏହାକୁ ନେଇ ଜଣେ ଯୁବକ ସୋସିଆଲ ମିଡିଆରେ ବିଧାୟକ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ଆକ୍ଷେପ ଓ ଆପତ୍ତିଜନକ ପୋଷ୍ଟ କରିଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ବିଧାୟକଙ୍କ ସମର୍ଥକମାନେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଫେରାଦ ହୋଇଛନ୍ତି । ରେମୁଣା ଏନଏସିର ଅଧ୍ୟକ୍ଷା, ଉପାଧ୍ୟକ୍ଷ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଉପାଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ବ୍ଲକ ସଭାପତି, ସରପଞ୍ଚ ଓ ସମିତି ସଭ୍ୟମାନେ ସମ୍ପୃକ୍ତ ଯୁବକ ତନୟ ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏସପିଙ୍କୁ ଭେଟିଛନ୍ତି ।

ପ୍ରତିନିଧିମାନେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନର ସହଯୋଗ କ୍ରମେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ନେତୃତ୍ବରେ ଜନସାଧାରଣଙ୍କର ବିକାଶ ଓ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ ଜାରି ରହିଛି । ଏହାକୁ ସହ୍ୟ କରିନପାରି ରେମୁଣା ବିଜେପି ପକ୍ଷରୁ ବିଜେଡି ଓ ଏହାର ବିଧାୟକଙ୍କୁ ବଦନାମ କରିବା ପାଇଁ ହୀନ ଉଦ୍ଦେଶ୍ୟ ରଖି ଗତ ୨୬ ତାରିଖରେ ରେମୁଣା ବନ୍ଦ ଡାକରା ଦିଆଯାଇଥିଲା । ଏହାର ପ୍ରତିବାଦ ସ୍ବରୂପ ବିଜୁ ଜନତା ଦଳର ସମସ୍ତ ନିର୍ବାଚିତ ପ୍ରତିନିଧି ଓ ପଦାଧିକାରୀମାନେ ବାଲେଶ୍ବର ଷ୍ଟେସନ କ୍ଲବରେ ପ୍ରକୃତ ସତ୍ୟ ଜନସାଧାରଣଙ୍କୁ ସୂଚିତ କରିବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ । ଏହି ସମ୍ମିଳନୀର ବିବରଣୀ ସମସ୍ତ ଗଣମାଧ୍ୟମରେ ପ୍ରକାଶିତ ଓ ପ୍ରସାରିତ ହୋଇଛି ।

ଉକ୍ତ ସମ୍ବାଦ ପ୍ରକାଶ ପାଇବା ପରେ ତନୟ ମହାନ୍ତି ନାମକ ଯୁବକ ଉଦ୍ଦେଶ୍ୟ ପ୍ରଣୋଦିତ ଓ ହୀନ ଚକ୍ରାନ୍ତ କରି ସାମାଜିକ ଗଣମାଧ୍ୟମରେ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ସମସ୍ତ ପ୍ରତିନିଧିଙ୍କ ବିରୋଧରେ ଆପତ୍ତିଜନକ ତଥ୍ୟମାନ ପୋଷ୍ଟିଂ କରିଚାଲିଛନ୍ତି । ଯେଉଁମାନେ ସମ୍ମିଳନୀ କରିଥିଲେ ସେମାନେ ସମସ୍ତେ ସବସିଡି ଘୋଟଲାରେ ସାମିଲ ବୋଲି ଉଲ୍ଲେଖ କରି ପ୍ରତିନିଧିମାନଙ୍କୁ ଅପମାନ କରିଛନ୍ତି । ଏମିତିକି ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ବିରୋଧରେ ବିଭିନ୍ନ ପ୍ରକାର ଚରିତ୍ର ସଂହାର ଭଳି ଆକ୍ଷେପ ଓ ସମ୍ମାନହାନି ମନ୍ତବ୍ୟ ଦେଇଛନ୍ତି । ଯେଉଥିପାଇଁ ଲୋକ ପ୍ରତିନିଧିଙ୍କ ସାମାଜିକ, ପାରିବାରିକ ଓ ରାଜନୈତିକ ସମ୍ମାନ ବୋଧ କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ ହୋଇଛି । ବିଧାୟକଙ୍କ ଭାବମୂର୍ତ୍ତି ନଷ୍ଟ ହେବା ସହ ଏହିପରି ମିଥ୍ୟା ଓ ଉତ୍ତେଜନା ପ୍ରବଣ ଖବର ସାମାଜିକ ଗଣମାଧ୍ୟମରେ ଉପସ୍ଥାପନା କରାଯାଉଥିବାରୁ ସମର୍ଥକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ଦିଗରେ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.