ETV Bharat / state

ଘରେ ଘରେ ମହକୁଛି ପିଠା, କଟମଟ ରଜ ଦୋଳି - ରଜ ୨୦୨୩

ପିଠା ମିଠାର ମହକରେ ପୁରି ଉଠୁଛି ଗାଁରୁ ସହର । ସଜବାଜ ହୋଇ ଦୋଳି ଖେଳୁଛନ୍ତି କୁଆଁରୀ । ବାଲେଶ୍ବରରେ ଧୁମଧାମରେ ଚାଲିଛି ରଜ ମଉଜ । ଅଧିକ ପଢନ୍ତୁ

Raja celebration in Balasore
Raja celebration in Balasore
author img

By

Published : Jun 14, 2023, 2:54 PM IST

ଘରେ ଘରେ ମହକୁଛି ପିଠା

ବାଲେଶ୍ବର: ଆଜି ହେଉଛି ପହିଲି ରଜ । ପିଠା ମିଠାର ମହକରେ ପୁରି ଉଠୁଛି ଗାଁରୁ ସହର । ସେମିତି ବାଲେଶ୍ଵର ଜିଲ୍ଲାର ବିଭିନ୍ନ ସ୍ଥାନରେ ରଜ ଉତ୍ସବ ଧୁମଧାମରେ ପାଳନ କରାଯାଉଛି । ଘରେଘରେ ମହକୁଛି ପିଠାପଣା । ସକାଳୁ ସକାଳୁ ଉଠିପଡି କୁଆଁରୀ ଝିଅମାନେ ସଜବାଜ ହୋଇ ଦୋଳି ଝୁଲିବାକୁ ଆସୁଛନ୍ତି । ଗାଁ ଗହଳିର ସବୁବର୍ଗର ଲୋକମାନେ ଗାଁ ପଡ଼ିଆରେ ଏକାଠି ହୋଇ ଏହି ଗଣପର୍ବ ପାଳନ ପାଇଁ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳୁଛି । ଦୋଳି ବନ୍ଧା ଯାଇଛି, ପିଲାଏ ଝୁଲୁଛନ୍ତି ଦୋଳି । ବଡ଼ ଲୋକମାନେ ତାସ୍ ଖେଳରେ ମାତିଥିବା ବେଳେ ଘରର ଝିଅ ବୋହୂମାନେ ଲୁଡୁ ଖେଳି ରଜର ମଜା ଉଠାଉଛନ୍ତି ।

ଝିଅମାନେ ସଜବାଜ ହୋଇ ପାନ ଖାଇ ଘର ଘର ବୁଲି ପିଠା ମିଠାର ଆନନ୍ଦ ଉଠାଉଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ରଜ ମହୋତ୍ସବ ଆଡ଼ମ୍ବରରେ ପାଳନ କରାଯାଉଛି । କିଛି ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରତିଭା ଅନ୍ବେଷଣ କରାଯାଉଛି । କୁନିକୁନି ପିଲାମାନଙ୍କ ଦ୍ବାରା ନାଚ ଗୀତ ପରିବେଷଣ କରାଯାଇ ସେମାନଙ୍କୁ ପୁରସ୍କୃତ କରାଯାଉଛି । ସମସ୍ତେ ବହୁତ ଖୁସିର ସହ ରଜ ପାଳନ କରୁଥିବା ଦେଖାଯାଉଛି ।

ରଜର ବିଶେଷତ୍ବ: ରଜ ଓଡ଼ିଆମାନଙ୍କ ସବୁଠୁ ବଡ଼ ପର୍ବ । ଏହା ଏକ କୃଷିଭିତ୍ତିକ ପର୍ବ ହୋଇଥିବାରୁ ତିନି ଦିନ ଯାଏଁ ଲୋକମାନେ ରଜ ବେଶ ଆନନ୍ଦରେ ପାଳିଥାଆନ୍ତି । କୁହାଯାଏ ଏହି ସମୟରେ, ଧରଣୀ ମା' ରଜବତୀ ହୋଇଥାଏ । ରଜ ସଂକ୍ରାନ୍ତିରେ ଚାଷୀମାନେ ମାଟି ମାଆକୁ ସ୍ପର୍ଶ କରିନଥାନ୍ତି । ରଜ ସରିବା ପରେ ଭୂମି ପୂଜନ କରାଯାଇ ଧରଣୀ ମା'କୁ ଶୁଦ୍ଧ କରି ଚାଷୀ ଭାଇ ଆରମ୍ଭ କରେ ଚାଷ କାର୍ଯ୍ୟ । ରଜ ପାଳିବାକୁ ବର୍ଷ ଆରମ୍ଭରୁ ସମସ୍ତେ ଅପେକ୍ଷା କରି ବସିଥାନ୍ତି । ରଜ ପର୍ବର ଧରଣୀ ମା' ସହିତ ରହିଛି ଗଭୀର ସମ୍ପର୍କ । ଏହା କୃଷି ଓ କୃଷକ ପାଇଁ ମଧ୍ୟ ଅନେକ ମହତ୍ତ୍ବ ରଖେ । ବିଶ୍ବାସ କରାଯାଏ ଯେ, ମା' ଧରଣୀ ଏଇ ସମୟରେ ରଜସ୍ବଳା ହୁଅନ୍ତି ଓ ଏହାପରେ କୃଷକର ଜମି ଉତ୍ପାଦନକ୍ଷମ ହୁଏ । ସେଥିପାଇଁ ଏହି ସମୟରେ କୃଷକ ମଧ୍ୟ ଜମିରେ ହଳ କରେ ନାହିଁ ।

ଏହି ରଜ ତିନି ଦିନ ଲୋକମାନେ ନିଜ ଘରେ କୃଷିଜାତ ଖାଦ୍ୟ ଖାଇଥାନ୍ତି । ଯେମିତିକି ବିରି ପିଠା, ଚାଉଳ ପିଠା, ଆମ୍ବ, ପଣସ, ଏମିତି କି ପାନ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରଜରେ ପାନ ଖାଇବାର ପରମ୍ପରା ବେଶ୍ ନିଆରା । କୁଆଁରୀଠାରୁ ଆରମ୍ଭ କରି ବୋହୂମାନେ ମଧ୍ୟ ରଜର ଆନନ୍ଦ ଉଠାଇଥାନ୍ତି । ରଜରେ ବୋହୂମାନଙ୍କ ବାପଘରୁ ଶାଶୁଘରକୁ ଭାର ଆସିଥାଏ । ଯେଉଁଥିରେ ଆମ୍ବ, ପଣସଠାରୁ ଆରମ୍ଭ କରି ନାରୀର ଶୃଙ୍ଗାର ପାଇଁ ସମସ୍ତ ଜିନିଷ ସଜା ହୋଇରହିଥାଏ । ରଜ ଯେ କେବଳ ସଜବାଜର ପର୍ବ ତାହା ନୁହେଁ, ଏହା ଚାଷୀ ଭାଇମାନଙ୍କର ସବୁଠୁ ବଡ଼ ପର୍ବ। ରଜ ତିନି ଦିନ ଚାଷୀମାନେ ଘରେ ବିଶ୍ରାମ କରିବା ସହ ଧରଣୀ ମା'କୁ ମଧ୍ୟ ସମ୍ମାନ ଜଣାଇଥାନ୍ତି । ଗାଁ ଦାଣ୍ଡରେ ହୁଏ ତାସ୍, ବାଗୁଡି ଖେଳ। ରାଜଦୋଳି ଓ ରାଜଗୀତ ଗାଇଗାଇ ଲୋକମାନେ ଏହି ପର୍ବକୁ ବେଶ ଉଲ୍ଲାସର ସହ ପାଳନ କରନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.