ETV Bharat / state

ରେଳ ଟିକେଟ କଳାବଜାରୀ କରି ପାନ ଦୋକାନୀ ଗିରଫ - railway crime branch arrest a person

ବାଲେଶ୍ବର ଜିଲା ଖନ୍ତାପଡା ଥାନା ଅନ୍ତର୍ଗତ ଗୋପାଳପୁର ବଜାରରେ ଥିବା ଏକ ପାନ ଦୋକାନ ଉପରେ ରେଳବାଇ କ୍ରାଇମବ୍ରାଞ୍ଚର ଚଢାଉ । ଏହି ଚଢାଉରେ ବିଭାଗ ବହୁ ରେଳ ଟିକେଟ୍ ସହ ପାନ ଦୋକାନୀଙ୍କୁ ଗିରଫ କରିଛି ।

ରେଳ ଟିକେଟ୍‌ କଳାବଜାରୀ ଅଭିଯୋଗରେ ଜଣେ ଗିରଫ
author img

By

Published : Oct 20, 2019, 5:44 PM IST

ବାଲେଶ୍ବର: ରେଳ ଟିକେଟ୍ କଳାବଜାରୀ ଅଭିଯୋଗରେ ପାନ ଦୋକାନୀ ଗିରଫ । ଏଭଳି ଅଭିଯୋଗ ଆସିଛି ବାଲେଶ୍ବର ଜିଲ୍ଲାରୁ । ଗିରଫ ପାନଦୋକାନୀ ହେଲେ ହୃଷିକେଶ ସାହୁ । ରେଳ କ୍ରାଇମ ବ୍ରାଞ୍ଚ ତାଙ୍କ ଦୋକାନ ଉପରେ ଚଢାଉ କରି 25ରୁ ଊର୍ଦ୍ଧ୍ବ ରେଳ ଟିକେଟ୍ ଜବତ କରିବା ସହ ତାଙ୍କୁ ଗିରଫ କରିଛି ।

ରେଳ ଟିକେଟ୍‌ କଳାବଜାରୀ ଅଭିଯୋଗରେ ଜଣେ ଗିରଫ

ସୂଚନା ଅନୁସାରେ, ଖନ୍ତାପଡା ଥାନା ଅଧିନସ୍ଥ ଗୋପାଳପୁର ବଜାରରେ ପାନ ଦୋକାନ କରିଛନ୍ତି ହୃଷିକେଶ । ହେଲେ ଦୋକାନ ସହ ବେଆଇନ ଭାବେ ରେଳ ଟିକେଟ୍ ସେ ବିକ୍ରି କରୁଥିବା ଖବର ପାଇଥିଲା ରେଳବିଭାଗ । ଖବର ପାଇବା ପରେ କ୍ରାଇମବ୍ରାଞ୍ଚ ଇନିସ୍‌ପେକ୍ଟର ସୁରେଶ କୁମାରଙ୍କ ନେତୃତ୍ବରେ ଏକ ଆଠ ଜଣିଆ ଟିମ ଦୋକାନ ଉପରେ ଚଢ଼ାଉ କରିଥିଲେ। । ଚଢ଼ାଉରେ 25ରୁ ଊର୍ଦ୍ଧ୍ବ ଟିକେଟ୍‌ ଜବତ କରିବା ସହ ହୃଷିକେଶଙ୍କୁ ଗିରଫ କରାଯାଇଛି । ଜବତ ଟିକେଟ୍‌ର ଆନୁମାନିକ ମୂଲ୍ୟ 35 ହଜାର ଟଙ୍କା ବୋଲି ଜଣାପଡିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ବର ଜିଲା ଖନ୍ତାପଡା ଥାନା ଗୋପାଳପୁର ବଜାରରେ ଥିବା ଏକ ପାନ ଦୋକାନରେ ଟ୍ରେନ ଟିକେଟ ବିକ୍ରି ଅଭିଯୋଗରେ ଦୋକାନୀଙ୍କୁ ଗିରଫ କରିଛି ରେଳବାଇ କ୍ରାଇମବ୍ରାଞ୍ଚ।

ଗୋପାଳପୁର ବଜାରରେ ଥିବା ହୃସିକେଶ ସାହୁ ନାମକ ଜଣେ ଯୁବକ ପାନ ଦୋକାନ ସହ ଦୋକାନ ମଧ୍ୟରେ ଟ୍ରେନ ଟିକେଟ ବ୍ୟବସାୟ କରୁଥିଲେ। ଯୁବକଙ୍କ ଏମିତି ବେଆଇନ ବ୍ୟବସାୟ ସମ୍ପର୍କରେ ଖବର ପାଇ ରେଳବାଇ କ୍ରାଇମବ୍ରାଞ୍ଚ ଇନସପେକ୍ଟର ସୁରେଶ କୁମାରଙ୍କ ନେତୃତ୍ବରେ ଏକ ଆଠ ଜଣିଆ ଟିମ ଦୋକାନ ଉପରେ ଚଢ଼ାଉ କରିଥିଲେ। ଚଢ଼ାଉରେ 25ରୁ ଉର୍ଦ୍ଧ୍ୱ ଟିକେଟ ଜବତ କରିବା ସହ ହୃଷିକେଶଙ୍କୁ ଗିରଫ କରାଯାଇଛି। ଜବତ ଟିକେଟର ଆନୁମାନିକ ମୂଲ୍ୟ 35 ହଜାର ଟଙ୍କା ବୋଲି ଜଣାପଡିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.