ETV Bharat / state

ବାଲେଶ୍ବରରେ AIIMS OPD କାର୍ଯ୍ୟକ୍ଷମ ନେଇ ତେଜିଲା ଦାବି

author img

By

Published : Feb 5, 2022, 2:01 PM IST

ଏମ୍ସ ଓପିଡି ଶୀଘ୍ର କାର୍ଯ୍ୟକ୍ଷମ କରିବା ନେଇ ଜିଲ୍ଲାବାସୀଙ୍କ ଦାବି । ଜିଲ୍ଲାରେ ଉନ୍ନତ ଚିକିତ୍ସା ଯୋଗାଇଦେବା ପାଇଁ ବାଲେଶ୍ବର ଲୋକମଞ୍ଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଦାବି କରାଯାଇଛି । ଏକମାସ ମଧ୍ୟରେ କାର୍ଯ୍ୟକ୍ଷମ ନ କଲେ ମଞ୍ଚ ପକ୍ଷରୁ ଆନ୍ଦୋଳନ ଚେତାବନୀ ଦିଆଯାଇଛି। ଅଧିକ ପଢ଼ନ୍ତୁ

public demands for aiims opd center in balasore
ବାଲେଶ୍ବରରେ ଏମ୍ସ ଓପିଡି କାର୍ଯ୍ୟକ୍ଷମ ନେଇ ତେଜିଲା ଦାବି

ବାଲେଶ୍ବର: ଏମ୍ସ ଓପିଡି ଶୀଘ୍ର କାର୍ଯ୍ୟକ୍ଷମ କରିବା ନେଇ ଜିଲ୍ଲାବାସୀଙ୍କ ଦାବି। ଜିଲ୍ଲାରେ ଉନ୍ନତ ଚିକିତ୍ସା ଯୋଗାଇଦେବା ପାଇଁ ବାଲେଶ୍ବର ଲୋକମଞ୍ଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଦାବି କରାଯାଇଛି। ଏକମାସ ମଧ୍ୟରେ କାର୍ଯ୍ୟକ୍ଷମ ନ କଲେ ମଞ୍ଚ ପକ୍ଷରୁ ଆନ୍ଦୋଳନ ଚେତାବନୀ ଦିଆଯାଇଛି।

ବାଲେଶ୍ବର ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବାର ସୁଧାର ପାଇଁ ଦାବି କରିଛି ଜିଲ୍ଲା ଲୋକମଞ୍ଚ। ବହୁ ପ୍ରତିକ୍ଷିତ ଏମ୍ସ ସେଟଲାଇଟ୍ ସେଣ୍ଟର ପ୍ରତିଷ୍ଠା ପାଇଁ ସରକାର ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ କରି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମଞ୍ଜୁର ହୋଇଥିବା ୩୫ କୋଟି ଟଙ୍କାର ଅନୁଦାନରେ ସେଣ୍ଟରର ଚତୁଃପାର୍ଶ୍ବ ପ୍ରାଚୀର ଏବଂ ଓପିଡି ସେଣ୍ଟର ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସେଥିମଧ୍ୟରୁ ୧୯ କୋଟି ଟଙ୍କା ବ୍ୟୟ ଅଟକଳର ଓପିଡି ସେଣ୍ଟର ଓ ବାକି ଅର୍ଥ ଆନୁସଙ୍ଗିକ କାର୍ଯ୍ୟରେ ଲଗାଯିବା ନେଇ ସୂଚନା ରହିଥିଲା।

ଇତିମଧ୍ୟରେ ଓପିଡି ସେଣ୍ଟରର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଏହାର କାର୍ଯ୍ୟକ୍ଷମକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଚଳିତ ମାସ ଶେଷ ସୁଦ୍ଧାର ଏହାକୁ କାର୍ଯ୍ୟକରୀ କରିବାକୁ ଲୋକମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହା କାର୍ଯ୍ୟକାରୀ ନହେଲେ ମାର୍ଚ୍ଚ ମାସରେ ବାଲେଶ୍ବର ଲୋକ ମଞ୍ଚ ଗଣତାନ୍ତ୍ରିକ ଉପାୟରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଓହ୍ଲାଇବ ବୋଲି ନିଷ୍ପତ୍ତି ନେଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.