ETV Bharat / state

ଦେଶର ଆର୍ଥିକ ମାନ୍ଦାବସ୍ଥାକୁ ନେଇ ବାମଦଳ ପକ୍ଷରୁ ବିକ୍ଷୋଭ

author img

By

Published : Oct 21, 2019, 1:52 PM IST

ଦେଶର ଆର୍ଥିକ ମାନ୍ଦାବସ୍ଥାକୁ ନେଇ ବାମଦଳ ପକ୍ଷରୁ ମିଳିତ ଭାବେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ବାମଦଳର ବିକ୍ଷୋଭ

ବାଲେଶ୍ଵର: ଦେଶରେ ଦେଖାଯାଇଥିବା ଆର୍ଥିକ ସଂକଟକୁ ନେଇ ସୋମବାର ଜିଲ୍ଲାପାଳଙ୍କ ଅଫିସ ଆଗରେ ବାମଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମାନ୍ଦାବସ୍ଥା, ଶିଳ୍ପଦ୍ୟୋଗକୁ ଘରୋଇକରଣ କରିବା, ବେକାରୀ ସଂଖ୍ୟା ବୃଦ୍ଧି, ଚାଷୀମାରଣ ନୀତି ଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି ।

ବାମଦଳର ବିକ୍ଷୋଭ

ଏହାର ସମାଧାନ କରିବା ପରିବର୍ତ୍ତେ କେନ୍ଦ୍ର ସରକାର ଆତ୍ମ ପ୍ରଚାରରେ ମାତିଥିବା ଅଭିଯୋଗ କରିଛନ୍ତି ବାମପନ୍ଥୀ। ଏନେଇ ବାମଦଳ ପକ୍ଷରୁ ଷ୍ଟେସନ ଛକରୁ ଏକ ବିରାଟ ପଟୁଆର ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏ ସମ୍ପର୍କିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ଵର ଜିଲ୍ଲାପାଳ ଅଫିସ ଆଗରେ ଆଜି ବାମପନ୍ଥୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦେଶର ଆର୍ଥିକ ମାନ୍ଦାବସ୍ଥାକୁ ନେଇ ମିଳିତ ଭାବେ ବିକ୍ଷୋଭ କରାଯାଇଥିଲା।

Body:ଦେଶର ଆର୍ଥିକ ମାନ୍ଦାବସ୍ଥା, ଶିଳ୍ପ ଓ ଉଦ୍ୟୋଗ ଗୁଡିକୁ ଘରୋଇକରଣ କରିବା, ବେକାର ସଂଖ୍ୟା ବୃଦ୍ଧି, ଚାଷୀ ମାରଣ ନୀତି, ଅଧିକାଂଶ ଶିଳ୍ପ ପ୍ରତିଷ୍ଠାନ ପ୍ରୋତ୍ସାହନ ଅଭାବରୁ ବନ୍ଦ ହେବା ଭଳି ଘଟଣାର କୌଣସି ସମାଧାନ ପରିବର୍ତ୍ତେ କେନ୍ଦ୍ର ସରକାର ଆତ୍ମ ପ୍ରଚାରରେ ମାତିଥିବା ଅଭିଯୋଗ ହୋଇଛି।

Conclusion:ଷ୍ଟେସନ ଛକରୁ ଏକ ବିରାଟ ପଟୁଆରରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସମସ୍ୟା ଓ ଦାବି ସମ୍ପର୍କିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି।
ବାଇଟ- ପ୍ରଦୀପ୍ତ ପଣ୍ଡା(ବରିଷ୍ଠ ବାମନେତା ଓ ପୂର୍ବତନ ବିଧାୟକ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.