ETV Bharat / state

ରାସ୍ତା ଘେରାବନ୍ଦୀ ପ୍ରତିବାଦରେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

author img

By

Published : Oct 27, 2020, 4:03 PM IST

Updated : Oct 27, 2020, 4:22 PM IST

ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । କିଛି ବ୍ୟକ୍ତି ଭୋଗରାଇ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାକୁ ସଂଯୋଗ କରୁଥିବା ରାସ୍ତା ମଝିରେ ବାଡ ବସାଇବାକୁ ପ୍ରତିବାଦ କରି ଏହି ଧାରଣା ଦିଆଯାଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବାଲେଶ୍ବର: କୃତ୍ରିମ ଘେରାବନ୍ଦୀକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ଏଥିସହ ପ୍ରତିବାଦ କରିବାରୁ ଆକ୍ରମଣ କରିଥିବା ଅଭିଯୋଗ ମଧ୍ୟ ଆସିଛି ।

ବାଲେଶ୍ବର ଜିଲ୍ଲା ଭୋଗରାଇ ତହସିଲ ଅଧିନସ୍ଥ ପଶ୍ଚିମ ଅନଳିଆ ଓ ପାଇକବାଡ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାକୁ ସଂଯୋଗ କରୁଥିବା ରାସ୍ତାକୁ କାଟି କିଛି ବ୍ୟକ୍ତି 2 ମାସ ହେବ ବାଡ ବସାଇଛନ୍ତି । ଫଳରେ 7ଟି ପରିବାରକୁ ଘରୁ ବାହାରିବାରେ ଅସୁବିଧା ସୃଷ୍ଟି ହେଉଛି ।

ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଅସୁବିଧାର ସାମ୍ନା କରୁଥିବା ପରିବାର ଲୋକେ ପ୍ରତିବାଦ କରିବାରୁ ବାଡ ବସାଇଥିବା ଲୋକେ ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ଆସିଛି । ଏନେଇ ଅଭିଯୋଗକାରୀମାନେ ଥାନାରେ ଏତଲା ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ଫଳରେ ସେମାନେ ଭୋଗରାଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଏଥିରେ ମଧ୍ୟ କୌଣସି ସୁଫଳ ମିଳିନପାରିବାରୁ ଶେଷରେ ଅଭିଯୋଗକାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦଏଛିନ୍ତି । ତେବେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Oct 27, 2020, 4:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.