ବାଲେଶ୍ବର: ଜିଲ୍ଲାର ଚାରୁ ଓ କାରୁକଳା କଲେଜର ଅଧ୍ୟକ୍ଷଙ୍କ କାର୍ଯ୍ୟକଳାପ ବିରୋଧରେ ଛାତ୍ରଛାତ୍ରୀ, ଅଭିଭାଵକ ଓ କଲେଜ ସହ ସମ୍ପୃକ୍ତ ଥିବା ବ୍ୟକ୍ତି ବିଶେଷମାନେ ଜିଲ୍ଲାପାଳ ଅଫିସରେ ପହଞ୍ଚିଛନ୍ତି । ଯେଉଁଠାରେ ବିକ୍ଷୋଭ କରିବା ସହ ଅଧ୍ୟକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସମସ୍ତେ।
କଲେଜର ଅଧ୍ୟକ୍ଷ ବିଭିନ୍ନ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ରହିବା ସହ ପିଲାଙ୍କ ସହ ଆପତ୍ତିଜନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହାସହ ବାଲେଶ୍ଵର ସହରର ବିଭିନ୍ନ କାନ୍ଥରେ ହୋଇଥିବା ଚିତ୍ର ବାବଦକୁ ପିଲାମାନଙ୍କୁ ପାରିଶ୍ରମିକ ଦେଇ ନଥିବା ମଧ୍ୟ ଅଭିଯୋଗ ହୋଇଛି। ଏନେଇ ତାଙ୍କ ବିରୋଧରେ ଉପଯୁକ୍ତଙ୍କ ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି।
ବାଲେଶ୍ବରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ