ETV Bharat / state

ଜମିଜମା ବିବାଦରୁ ଗଡ଼ିଲା ମୁଣ୍ଡ ! ଠେଙ୍ଗା ମାଡ଼ରେ ପଡ଼ୋଶୀ ମୃତ

author img

By

Published : Jul 27, 2023, 8:25 PM IST

ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ାରେ ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ମୃତକଙ୍କ ପୁଅର ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ। ଅଧିକ ପଢନ୍ତୁ

ଜମିଜମା ବିବାଦରୁ ହତ୍ୟା ଅଭିଯୋଗ
ଜମିଜମା ବିବାଦରୁ ହତ୍ୟା ଅଭିଯୋଗ

ବାଲେଶ୍ଵର: ଜମିଜମା ବିବାଦରୁ ବୀଭତ୍ସ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଖନ୍ତାପଡ଼ା ଥାନା କସବା ଜୟପୁର ପଞ୍ଚାୟତ ଜିରତାଳ ଗାଁରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ଅଭିଯୋଗ ପରେ ଖନ୍ତାପଡ଼ା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଜିରତାଳ ଗାଁର ଯୋଗେନ୍ଦ୍ର ଏବଂ ଚୈତନ୍ୟ ରାଉତଙ୍କ ମଧ୍ୟରେ ପୂର୍ବରୁ ଜମିବାଡ଼ି ବିବାଦ ଲାଗି ରହିଥିଲା । ବର୍ଷା ଯୋଗୁଁ ଚୈତନ୍ୟଙ୍କ ଖତ ଗାଡ଼ିଆରୁ ଯୋଗେନ୍ଦ୍ରଙ୍କ ବାଡିକୁ ପାଣି ଆସିଥିଲା । ଯାହାକୁ ଯୋଗେନ୍ଦ୍ରଙ୍କ ଝିଅ ଏବଂ ପରିବାରଲୋକେ ପ୍ରତିବାଦ କରିଥିଲେ ।

ଗୁରୁବାର ଏହି ଘଟଣାକୁ ନେଇ ଉଭୟ ପରିବାର ମଧ୍ୟରେ ଆରମ୍ଭ ହୋଇଥିବା ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା । ଫଳରେ ଚୈତନ୍ୟ ଏକ ଠେଙ୍ଗାରେ ମାଡ଼ ଦେବାରୁ ଯୋଗେନ୍ଦ୍ର ତଳେ ପଡି ଯାଇଥିଲେ । ପରିବାର ଲୋକ ଏବଂ ଗ୍ରାମବାସୀ ଯୋଗେନ୍ଦ୍ରଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ଯୋଗେନ୍ଦ୍ରଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ଖନ୍ତାପଡ଼ା ପୋଲିସ ଘାଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବାବେଳେ ଆକ୍ରମଣକାରୀ ଫେରାର ଥିବା ଜଣାପଡିଛି ।

ଅନ୍ୟପଟେ ଏହି ଘଟଣାକୁ ନେଇ ଆଉ ଏକ ତଥ୍ୟ ମଧ୍ୟ ଶୁଣିବାକୁ ମିଳୁଛି । ଜମିଜମା ବିବାଦକୁ ନେଇ ଯୋଗେନ୍ଦ୍ର ଏବଂ ଚୈତନ୍ୟଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ବଚସା ଲାଗି ରହୁଥିଲା । ଆଜି ପଡ଼ୋଶୀ ଚୈତନ୍ୟ ରାଉତ ଯୋଗେନ୍ଦ୍ରଙ୍କ ପରିବାରଲୋକଙ୍କୁ ଆକ୍ରମଣ କରିଥିବା ଦେଖିବାକୁ ପାଇଥିଲେ ଯୋଗେନ୍ଦ୍ର । ବିଲରୁ କାମ ସାରି ଘରକୁ ଆସିବା ପରେ ଯୋଗେନ୍ଦ୍ର ଦେଖିଥିଲେ ଯେ, ତାଙ୍କ ପତ୍ନୀଙ୍କ ସମେତ ବଡ଼ ଝିଅକୁ ଉଲଗ୍ନ କରି ମାଡ଼ ମାରୁଛନ୍ତି ପଡ଼ୋଶୀ । ଏହାକୁ ବିରୋଧ କରିବାରୁ ପାଖରେ ପଡ଼ିଥିବା ଏକ ବାଉଁଶ ଠେଙ୍ଗା ସାହାଯ୍ୟରେ ଚୈତନ୍ୟ ଓ ତାଙ୍କ ସ୍ତ୍ରୀ ସୁକାନ୍ତି ରାଉତ ମିଶି ଯୋଗେନ୍ଦ୍ରଙ୍କ ମୁଣ୍ଡକୁ ଆକ୍ରମଣ କରିଥିବା କୁହାଯାଉଛି । ଫଳରେ ଘଟଣାସ୍ଥଳରେ ଯୋଗେନ୍ଦ୍ର ଅଚେତ ହୋଇ ପଡ଼ିଥିବାବେଳେ ପରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା ।

ଏହା ବି ପଢନ୍ତୁ...ଜମିବାଡି ଲୋଭରେ ଭୁଲିଲେ ହିତାଧିତ ଜ୍ଞାନ, ଦିଅର ପନିକି ଚୋଟରେ ଭାଉଜ ଓ ପୁତୁରା ଗୁରୁତର

ତେବେ ଗ୍ରାମବାସୀଙ୍କ ସହଯୋଗରେ ତାଙ୍କୁ ତୁରନ୍ତ ଖନ୍ତାପଡ଼ା ମେଡିକାଲକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏ ବାବଦରେ ମୃତକଙ୍କ ପୁଅ ଗଜେନ୍ଦ୍ର ଖନ୍ତାପଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ତେବେ ଖନ୍ତାପଡ଼ା ଥାନା ଅଧିକାରୀ ତାଙ୍କ ଟିମ୍ ପଠାଇ ଅଭିଯୁକ୍ତ ସୁକାନ୍ତି ରାଉତଙ୍କୁ ତାଙ୍କ ବାପ ଘର କାନ୍ଥିପଦାରୁ ଆଣି ଥାନାରେ ଅଟକ ରଖିଛନ୍ତି । ଅଧିକ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.