ETV Bharat / state

ଜେଲରେ ସାବିତ୍ରୀ ବ୍ରତ, ସ୍ବାମୀଙ୍କ ଦୀର୍ଘାୟୁ ମନାସିଲେ ଅନ୍ତେବାସୀ

ଜେଲରେ ସାବିତ୍ରୀ ବ୍ରତ ପାଳିଲେ ଅନ୍ତେବାସୀ । ବାଲେଶ୍ବର କାରଗାରରେ ରହିଥିବା ସାବିତ୍ରୀମାନେ ସେମାନଙ୍କ ସତ୍ୟବାନଙ୍କ ଦୀର୍ଘାୟୁ ମନାସି ସମସ୍ତ ପୂଜା ବିଧି ସହ ବ୍ରତ କରିଛନ୍ତି ।

author img

By

Published : Jun 3, 2019, 3:30 PM IST

Updated : Jun 3, 2019, 4:05 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ୱର: ଜେଲର ଚାରି କାନ୍ଥ ଭିତରେ ରହି ବି ପରମ୍ପରା ଭୁଲିନାହାଁନ୍ତି ଏମାନେ । ନିଜ ସତ୍ୟବାନଙ୍କ ଶୁଭ ମନାସୀ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ବାଲେଶ୍ବର କାରାଗାରରେ ରହିଥିବା ସାବିତ୍ରୀମାନେ। ଏଥିପାଇଁ ଜେଲ ଅଧିକାରୀ ବି ସ୍ବତନ୍ତ୍ର ପ୍ରସ୍ତୁତି କରିଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ଅନ୍ତେବାସିନୀମାନେ ପାଖରେ ଥିବା ମନ୍ଦିରକୁ ଯାଇ ସାବିତ୍ରୀ ପୂଜା କରିଛନ୍ତି । ଏଥିପାଇଁ ଜେଲ ଅଧିକାରୀ ସେମାନଙ୍କୁ ଶାଢ଼ୀ, ଚୁଡି ସହିତ ସମସ୍ତ ପୂଜା ସାମଗ୍ରୀ ଦେଇଛନ୍ତି । ସ୍ବାମୀଙ୍କ ଠାରୁ ଦୂରରେ ରହି ବି ସେମାନଙ୍କ ମଙ୍ଗଳ କାମନା କରିଛନ୍ତି । ଏଥିସହ ଆଜିର ଦିନରେ ବାହାରକୁ ଯାଇ ବାହ୍ୟ ସମାଜର ବାତାବରଣକୁ ଏମାନେ ଅନୁଭବ କରି ଭାବପ୍ରବଣ ହୋଇପଡିଛନ୍ତି ।

ଏପରି ସୁଯୋଗ ଓ ସାହାଯ୍ୟ ଅନ୍ତେବାସୀ ମାନସିକତାରେ ପରିବର୍ତ୍ତନ କରିବାକୁ ସାହାଯ୍ୟ କରିବ ବୋଲି ଜେଲ ସୁପରିଟେଣ୍ଡେଣ୍ଟ କୁଳମଣି ବେହେରା କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ସଧବା ନାରୀମାନେ ଆଜି ସ୍ବାମୀଙ୍କ ମଙ୍ଗଳ କାମନା କରି ସାବିତ୍ରୀ ବ୍ରତ ପାଳନ କରୁଛନ୍ତି। ଏହି ପ୍ରେକ୍ଷୀରେ କିଏ ସ୍ବାମୀଙ୍କ ଠାରୁ ଦୂରରେ ରହି ସାବିତ୍ରୀ ପୂଜା କରୁଛି ତ କିଏ ପୁଣି ଜେଲରେ ରହି ମଧ୍ୟ ସ୍ବାମୀଙ୍କ ମଙ୍ଗଳ କାମନା ପାଇଁ ପୂଜା କରୁଛି।

Body:ବାଲେଶ୍ୱର ଜିଲ୍ଲା କାରାଗାରରେ ଥିବା ଅନ୍ତେବାସିନୀମାନେ ସାବିତ୍ରୀ ବ୍ରତ ପାଳନ ପାଇଁ ଅଧିକାରିମାନେ ସ୍ୱତନ୍ତ୍ର ପ୍ରସ୍ତୁତି କରିଥିବା ଦେଖିବାକୁ ମିଳିଛି। ଅନ୍ତେବାସିନୀମାନେ ପାଖରେ ଥିବା ମନ୍ଦିରକୁ ଯାଇ ସାବିତ୍ରୀ ପୂଜା କରିଥିଲେ। ଏଥିପାଇଁ ଜେଲ ଅଧିକାରୀ ସେମାନଙ୍କୁ ଶାଢ଼ୀ, ଚୁଡି ସହିତ ସମସ୍ତ ପୂଜା ସାମଗ୍ରୀ ପ୍ରଦାନ କରିଥିଲେ। ସ୍ବାମୀଙ୍କ ଠାରୁ ଦୂରରେ ରହି ସ୍ବାମୀଙ୍କ ମଙ୍ଗଳ କାମନା କରୁଥିବା ସ୍ତ୍ରୀମାନଙ୍କ ମନରେ ଅନେକ କୋହ ଭରି ରହିଥିବା ଅନୁଭବ କରି ହେଉଥିଲା।

Conclusion:ତେବେ ସାବିତ୍ରୀ ପୂଜାରେ ଗୋଟିଏ ଦିନ ଜେଲରୁ ବାହାରି ବାହାର ବାତାବରଣ ସହ ମିଶିବାର ସୁଯୋଗ ପାଇଥିଲେ। ଏହାସହ ସେମାନଙ୍କ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ବାନ୍ଧିଥିବା ଦେଖିବାକୁ ମିଳିଥିଲା।
ବାଇଟ1- ଜେଲ ଅନ୍ତେବାସିନୀ
ବାଇଟ2- କୁଳମଣି ବେହେରା(ଜେଲ ସୁପରିଟେଣ୍ଡେଣ୍ଟ)
Last Updated : Jun 3, 2019, 4:05 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.