ବାଲେଶ୍ବର: ପିତୃତର୍ପଣ ଓ ପିଣ୍ଡଦାନ ମହାଯଜ୍ଞ ଆୟୋଜନ ପାଇଁ ତ୍ରିବେଣୀ ତୀର୍ଥ ଉନ୍ନୟନ ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଆସନ୍ତା ଦୋଳ ପୂର୍ଣ୍ଣିମାରୁ ମହାବାରୁଣୀ ପର୍ଯ୍ୟନ୍ତ 14 ଦିନ ଧରି ଏକ ସମୂହ ପିତୃତର୍ପଣ ଓ ପିଣ୍ଡଦାନ ମହାଯଜ୍ଞ ଆୟୋଜନ କରାଯିବ ବୋଲି ପରିଷଦର ଆବାହକ ବାବାଜୀ ଦୟାନନ୍ଦ ଦାସ ସୂଚନା ଦେଇଛନ୍ତି ।
ତ୍ରିବେଣୀ ତୀର୍ଥ ଉନ୍ନୟନ ପରିଷଦର ସଭାପତି ପର୍ଶୁରାମ ବେହେରା, କାର୍ଯ୍ୟକାରୀ ସଭାପତି ଶିଳ୍ପିକେଶୁ ଦାସ, ସାଧାରଣ ସମ୍ପାଦକ ନବ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ