ETV Bharat / state

୨୫ରୁ ସୁବର୍ଣ୍ଣ ବେଳାଭୂମି ମହୋତ୍ସବ, କଳାକାରଙ୍କ ଯାଦୁରେ ଝୁମିବେ ଦର୍ଶକ - ଚାନ୍ଦିପୁର ବେଳାଭୂମି

Golden Beach Festival: ଚାନ୍ଦିପୁର ସୁବର୍ଣ୍ଣ ବେଳାଭୂମି ମହୋତ୍ସବ ପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । ଏହା ଆସନ୍ତା ୨୫ ତାରିଖରୁ ୨୮ ତାରିଖ ଯାଏଁ ଚାଲିବ । ଅଧିକ ପଢନ୍ତୁ

୨୫ରୁ ଆରମ୍ଭ ହେବ ସୁବର୍ଣ୍ଣ ବେଳାଭୂମି ମହୋତ୍ସବ

author img

By ETV Bharat Odisha Team

Published : Jan 4, 2024, 7:40 AM IST

୨୫ରୁ ଆରମ୍ଭ ହେବ ସୁବର୍ଣ୍ଣ ବେଳାଭୂମି ମହୋତ୍ସବ, କଳାକାରଙ୍କ ଯାଦୁରେ ଝୁମିବେ ଦର୍ଶକ

ବାଲେଶ୍ୱର: ଚାନ୍ଦିପୁର ବେଳାଭୂମି ମହୋତ୍ସବ ପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । ଚଳିତ ବର୍ଷ ବହୁ ଆଡମ୍ବର ସହ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛି ମହୋତ୍ସବ କମିଟି । ଆସନ୍ତା ୨୫ ତାରିଖରୁ ୨୮ ତାରିଖ ଯାଏଁ ଚାଲିବ ୨୪ତମ ସୁବର୍ଣ୍ଣ ଚାନ୍ଦିପୁର ବେଳାଭୂମି ମହୋତ୍ସବ । ଏନେଇ ବୁଧବାର କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦିଆଯାଇଛି । ମହୋତ୍ସବ କିଭଳି ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରାଯିବ ସେନେଇ ଜିଲ୍ଲା ପ୍ରଶାସନ ସହିତ ମଧ୍ୟ ଆଲୋଚନା ସରିଥିବା ସୂଚନା ମିଳିଛି । ମହୋତ୍ସବ ଅବସରରେ “ ସୁବର୍ଣ୍ଣ ସିକତା” ନାମକ ଏକ ସ୍ମରଣିକା ଉନ୍ମୋଚନ କରାଯିବ ।

ଏହି ମହୋତ୍ସବରେ ସବୁଦିନ ସନ୍ଧ୍ୟାରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ, ବିଧାୟକ, ସାଂସଦ, ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଳା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ପ୍ରତିଦିନ ବହୁ ନାମିଦାମୀ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ମୁମ୍ବାଇ ଓ କୋଲକାତାରୁ ମଧ୍ୟ ବିଭିନ୍ନ କଳାକାର ମହୋତ୍ସବରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

ଶେଷ ଦିନ ୨୮ ତାରିଖ ରାତିରେ ମହୋତ୍ସବରେ ରଙ୍ଗବେରଙ୍ଗର ଆତସବାଜୀ କାର୍ଯ୍ୟକ୍ରମ ଅନୁଷ୍ଠିତ
ହେବ । ଏହାସହ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂସ୍ଥା (DRDO) ଅଧିନରେ ଚାନ୍ଦିପୁର ସ୍ଥିତ ଗୋଳାବାରୁଦ ପରୀକ୍ଷା କେନ୍ଦ୍ର (PXE), ସମନ୍ବିତ କ୍ଷେପଣାସ୍ତ୍ର ପ୍ରକଳ୍ପ (ITR) ସମେତ TPNODL, OMFED, ବିଭିନ୍ନ ସରକାରୀ, ବେସରକାରୀ ସଂସ୍ଥା ସହିତ ବିଭିନ୍ନ ଶିଳ୍ପାନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନ, ସ୍ବୟଂ ସହାୟିକା ଗୋଷ୍ଠୀ, ମିଶନ ଶକ୍ତି ପକ୍ଷରୁ ଚାନ୍ଦିପୁର ବେଳାଭୂମିରେ ପ୍ରଦର୍ଶନୀ ଷ୍ଟଲ ଖୋଲା ଯିବ । ପ୍ରତିଦିନ ଅପରାହ୍ନରେ ବେଳାଭୂମିରେ ଭଲିବଲ, ବାସ୍କେଟବଲ, ରିଙ୍ଗ୍‌ବଲ, କବାଡି ଭଳି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯିବ ।

ଏହା ମଧ୍ୟ ପଢନ୍ତୁ...ବୌଦ୍ଧ ମହୋତ୍ସବ ଉଦଘାଟିତ, ମନମୋହୁଛି ରଙ୍ଗାରାଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ

ବେଳାଭୂମିରେ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀର ଷ୍ଟଲ ଲାଗିବା ସହିତ ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ଭଳି ସାମୁଦ୍ରିକ ଖାଦ୍ୟର ଷ୍ଟଲ ମଧ୍ୟ ରହିବ ବୋଲି ସୂଚନା ଦିଆଯାଇଛି । ଅନ୍ୟପଟେ ବିଗତ ବର୍ଷମାନଙ୍କ ଅପେକ୍ଷା ଚଳିତ ବର୍ଷର ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଉଦ୍ୟମ କରାଯାଉଛି । ଏହି ଅବସରରେ ମହୋତ୍ସବ କମିଟି ପକ୍ଷରୁ ଏକ ସ୍ମରଣିକା “ସୁବର୍ଣ୍ଣ ସିକତା” ପ୍ରକାଶ କରାଯିବ । ଏହାସହ ପ୍ରତିବର୍ଷ ପରି ଏଥର ବେଳାଭୂମି ସଫେଇ କରାଯିବା ନେଇ ପ୍ରସ୍ତୁତି ମଧ୍ୟ କରାଯାଇଛି ।

ଇଟିଭି ଭାରତ, ବାଲେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.