ETV Bharat / state

ନିର୍ମଳାଙ୍କୁ ଭେଟିଲେ ପ୍ରତାପ, LICର ଡିଭିଜନାଲ୍ ଅଫିସ୍ ପାଇଁ କଲେ ନିବେଦନ - ଏଲଆଇସି ଡିଭିଜନାଲ୍ ଅଫିସ୍ ଖୋଲିବାକୁ ଦାବି

ବାଲେଶ୍ୱରରେ LICର ଏକ ଡିଭିଜନାଲ୍ ଅଫିସ୍ ଖୋଲିବା ପାଇଁ ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ । ଅଧିକ ପଢନ୍ତୁ...

ନିର୍ମଳାଙ୍କୁ ଭେଟିଲେ ପ୍ରତାପ, LIC ର ଡିଭିଜନାଲ୍ ଅଫିସ୍ ପାଇଁ କଲେ ନିବେଦନ

author img

By

Published : Aug 12, 2021, 10:50 AM IST

ବାଲେଶ୍ବର: ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଲେ ବାଲେଶ୍ଵର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ । ବାଲେଶ୍ୱରରେ LICର ଏକ ଡିଭିଜନାଲ୍ ଅଫିସ୍ ଖୋଲିବା ପାଇଁ ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ସାଂସଦ ।

ଜିଲ୍ଲା ନୀଳଗିରିରେ ଏକ ସାଟେଲାଇଟ ସେଣ୍ଟର ଖୋଲିବା ପାଇଁ ପୂର୍ବରୁ ପ୍ରତାପ ନିର୍ମଳାଙ୍କ ନିକଟରେ ଅନୁରୋଧ କରିଥିଲେ । ବର୍ତ୍ତମାନ ଏହା ବିଷୟରେ ଆଲୋଚନା କରିବା ସହ ଏଥିପାଇଁ ଅନୁମତି ପ୍ରଦାନ କରିଥିବାରୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହାସହ ଆଗାମୀ ଦିନରେ ବାଲେଶ୍ଵରରେ LICର ଏକ ଡିଭିଜନାଲ୍ ଅଫିସ୍ ଖୋଲିବା ପାଇଁ ଅନୁରୋଧ କରିଛନ୍ତି ।

ବାଲେଶ୍ଵରରେ ମେଡିକାଲ୍ କଲେଜ୍, ବିଶ୍ୱବିଦ୍ୟାଳୟ, ଅନେକ ବ୍ୟାଙ୍କ‍ର Regional Office, ଅନେକ Insurance Companyର ଶାଖା, ଜଳପଥ, ସ୍ଥଳପଥ ଓ ରେଳପଥ ମାଧ୍ୟମରେ ଉତ୍ତମ ଯୋଗାଯୋଗ ଥିବା ଯୋଗୁଁ ଏଠାରେ ଡିଭିଜନାଲ୍ ଅଫିସ୍ ହେଲେ କାର୍ଯ୍ୟଦକ୍ଷତା ବୃଦ୍ଧି ହେବ ବୋଲି ମନ୍ତ୍ରୀଙ୍କ ନିକଟରେ ମତ ଉପସ୍ଥାପନ କରିଛନ୍ତି ସାଂସଦ ପ୍ରତାପ ଷଡଙ୍ଗୀ । ନିର୍ମଳା ଏହି ପ୍ରସଙ୍ଗକୁ ଗୁରୁତର ସହ ନେବେ ବୋଲି ପ୍ରତିଶୃତି ଦେଇଥିବା ଜଣାପଡ଼ିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.