ETV Bharat / state

କଠୋର ଜନ୍ମ ନିୟନ୍ତ୍ରଣ ଆଇନ ପ୍ରଣୟନ, ଦାବି ରଖିଲା ସାମାଜିକ ଅନୁଷ୍ଠାନ - କଠୋର ଜନ୍ମ ନିୟନ୍ତ୍ରଣ ଆଇନ ପ୍ରଣୟନ ଦାବି

ଦେଶରେ ଏକ କଠୋର ଜନ୍ମ ନିୟନ୍ତ୍ରଣ ଆଇନ ପ୍ରଣୟନ ଦାବି । ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢ଼ନ୍ତୁ

କଠୋର ଜନ୍ମ ନିୟନ୍ତ୍ରଣ ଆଇନ ପ୍ରଣୟନ
କଠୋର ଜନ୍ମ ନିୟନ୍ତ୍ରଣ ଆଇନ ପ୍ରଣୟନ
author img

By

Published : Jul 12, 2023, 10:38 PM IST

ବାଲେଶ୍ୱର: ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ଦେଶର ଭବିଷ୍ୟତ ସୁରକ୍ଷା ପାଇଁ ସର୍ବାଧିକ ଦୁଇଟି ସନ୍ତାନ ବାଧ୍ୟତାମୂଳକ କରିବା ପାଇଁ ଏକ ସ୍ୱତନ୍ତ୍ର ଆଇନ ଦାବି କରିଛି । ଉଭୟ ପାର୍ଲିଆମେଣ୍ଟରେ ଏବଂ ସବୁ ରାଜ୍ୟର ବିଧାନସଭାମାନଙ୍କରେ ପାରିତ କରି ଏକ ଆଇନ ପ୍ରଣୟନ କରିବାକୁ ଦାବି କରିଛି । ଏହି ଦାବିରେ ଜିଲ୍ଲା ମୁଖ୍ୟାଳୟମାନଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି । ଏହା ସହିତ ଦେଶରେ ସମାନ ନାଗରିକ ସଂହିତା ଲାଗୁ କରିବା ପାଇଁ ମଧ୍ୟ ଦାବି କରାଯାଇଛି ।

ସୂଚନା ଅନୁସାରେ, ସମ୍ବିଧାନକୁ ଅବମାନନା କରାଯାଇ ଦେଶରେ ଧାର୍ମିକ ଆଧାରରେ ବିଭିନ୍ନ ଧର୍ମାଅବଲମ୍ବୀମାନଙ୍କ ପାଇଁ ଅଲଗା ଅଲଗା ଆଇନ ପ୍ରଚଳନ ହେଉଛି । ଯାହା ଫଳରେ କିଛି ନାଗରିକ ଦୈତ୍ୟ ଆଇନ ଉପଭୋଗ କରୁଛନ୍ତି । ଗୋଟିଏ ଦେଶରେ ଏକାଧିକ ଆଇନ ପ୍ରଚଳନ, ଭାରତୀୟ ସମ୍ବିଧାନର ଧାରା 44କୁ ସ୍ପଷ୍ଟ ଅବମାନନା କରୁଛି । ଏଣୁ କାଳବିଳମ୍ବ ନକରି ଦେଶରେ( UCC )ସବୁ ନାଗରିକମାନଙ୍କ ପାଇଁ ସମାନ ଆଇନ ପ୍ରଣୟନ କରିବାକୁ ଦାବି ଉପସ୍ଥାପନ କରାଯାଇଛି । ଏହାସହ ଦେଶ ବର୍ତ୍ତମାନ ବିସ୍ଫୋଟକ ଜନସଂଖ୍ୟା ଜନିତ ସଙ୍କଟମୟ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି । ପୃଥିବୀର ସମୁଦାୟ ଜନସଂଖ୍ୟାରୁ 18% ଲୋକ ଭାରତ ଦେଶରେ ଅଛନ୍ତି । ଭାରତ ଦେଶ ଏବେ ଜନସଂଖ୍ୟାରେ ଚୀନକୁ ଟପି ଗଲାଣି ।

ଏତେ ବଡ ଜନସଂଖ୍ୟାକୁ ଶସ୍ୟ ସାମଗ୍ରୀ,ଫଳ, ପନିପରିବା, ଦୁଗ୍ଧ, ବିଜୁଳି, ପାଣି, ଇନ୍ଧନ, ସ୍ବାସ୍ଥ୍ୟ, ଶିକ୍ଷା, ଖାଦ୍ୟ ଇତ୍ୟାଦି ଅତ୍ୟାବଶ୍ୟକୀୟ ଜିନିଷ ଯୋଗାଇବା ଏବେ ଏକ ପ୍ରକାର ଅସମ୍ଭବ ଭଳି ମନେ ହେଉଛି । ଜନସଂଖ୍ୟାର ବୃଦ୍ଧି ଯୋଗୁ ଦେଶରେ କୁପୋଷଣ, ଅନାହାର ବୃଦ୍ଧି ପାଇବା ସାଙ୍ଗକୁ ବେକାରୀ ସମସ୍ୟା ମଧ୍ୟ ବୃଦ୍ଧି ପାଉଛି । ଜଳ କ୍ଳିଷ୍ଟ, ପର୍ଯ୍ୟାବରଣ ଉପରେ କୁପ୍ରଭାବ ସାଙ୍ଗକୁ ପରିବେଶ ପ୍ରଦ୍ୟୁଷଣ ବୃଦ୍ଧି ହେଉଛି ।

ଅଧିକ ପଢ଼ନ୍ତୁ:ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆଗେଇ ଆସୁଛନ୍ତି ଆଦିବାସୀ ପରିବାର

ପ୍ରତ୍ୟେକ ଦିନ ପାଖାପାଖ୍ 5 ହଜାର 797 ଜଣ ନବଜାତ ଶିଶୁ ଦେଶରେ ଜନ୍ମ ହେଉଛନ୍ତି । ଅର୍ଥାତ ପ୍ରତ୍ୟେକ ବର୍ଷ ଭାରତରେ 25 କୋଟିରୁ ଅଧିକ ଜନସଂଖ୍ୟା ବୃଦ୍ଧି ପାଉଛି । ଏହିଭଳି ଅହେତୁକ ଭାବରେ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ନିୟନ୍ତ୍ରଣ ନ କଲେ ଆଗାମୀ 2050 ମସିହା ବେଳକୁ ଦେଶରେ ଲୋକ ସଂଖ୍ୟା 240 କୋଟିକୁ ଟପି ଯିବ । ସେତେବେଳକୁ ଭାରତରେ ସାମଗ୍ରିକ ଅବସ୍ଥା ବିକଟାଳ ଅବସ୍ଥାକୁ ଚାଲିଯିବ ବୋଲି କୁହାଯାଇଛି । ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ଭାରତ ସରକାରଙ୍କ ସହିତ ଓଡ଼ିଶା ସରକାରଙ୍କୁ ମଧ୍ୟ କଠୋର ହେବାର ଆଵଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.