ETV Bharat / state

ଅଂଶୁଘାତରେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ଅଭିଯୋଗ

ପୋଲିଂ ପାର୍ଟିର ଜଣେ କର୍ମଚାରୀଙ୍କ ରାସ୍ତାରେ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା । ତାଙ୍କ ମୁହଁରୁ ରକ୍ତ ମଧ୍ୟ ବାହାରୁଥିବା ଦେଖିବାକୁ ମିଳିଥିଲା । କର୍ମଚାରୀଙ୍କୁ ତୁରନ୍ତ ବାଲେଶ୍ୱର ମେଡିକାଲ ନିଆଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

author img

By

Published : Apr 27, 2019, 10:06 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ୱର: ଜିଲ୍ଲାର ନୀଳଗିରି ଅଞ୍ଚଳରେ ଜଣେ ପୋଲିଂ କର୍ମଚାରୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କର୍ମଚାରୀ ଜଣଙ୍କ ବୁଥକୁ ଯିବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ନୀଳଗିରିର ବିତରଣ କେନ୍ଦ୍ରରେ ଶନିବାର ପୋଲିଂ ପାର୍ଟିଙ୍କୁ ଇଭିଏମ ବିତରଣ କରାଯାଇଥିଲା । ଇଭିଏମ ଧରି ବିଭିନ୍ନ ବୁଥ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ପୋଲିଂ ପାର୍ଟି । ନୀଳଗିରିରୁ ଇଭିଏମ ଓ ସରଞ୍ଜାମ ଧରି ଅଯୋଧ୍ୟା ବୁଥ ଅଭିମୁଖେ ଯାଉଥିବା ପୋଲିଂ ପାର୍ଟିର ଜଣେ କର୍ମଚାରୀଙ୍କ ରାସ୍ତାରେ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା । ତାଙ୍କ ମୁହଁରୁ ରକ୍ତ ମଧ୍ୟ ବାହାରୁଥିବା ଦେଖିବାକୁ ମିଳିଥିଲା । କର୍ମଚାରୀଙ୍କୁ ତୁରନ୍ତ ବାଲେଶ୍ୱର ମେଡିକାଲ ନିଆଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତ କର୍ମଚାରୀ ଜଣଙ୍କ ପୂର୍ଣ୍ଣଚନ୍ଦ୍ର ପଣ୍ଡା ବୋଲି ଜଣାପଡିଛି । ସେ ଅଯୋଧ୍ୟା ବୁଥର ପଞ୍ଚମ ପୋଲିଂ କର୍ମଚାରୀ ଭାବେ ନିୟୋଜିତ ହୋଇଥିଲେ । ତେବେ ଶବ ବ୍ୟବଚ୍ଛେଦ ପରେ କର୍ମଚାରୀଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.