ETV Bharat / state

ମହଙ୍ଗା ପଡିଲା ଅନ୍ଧାରିବିଜେ: ଲୋକହସା ହେଲେ ନେତା, ଭିଡିଓ ଭାଇରାଲ

ଅନ୍ଧାରିବିଜେ ସମୟରେ ଲୋକହସା ହେଲେ ନେତା । ଧରି ପଡିଲା ପରେ ଅଟକ ରହିଲେ। ପରିସ୍ଥିତି ଏମିତି ହେଲା ଯେ, ରାତିଅଧରେ ଟଙ୍କା ବାଣ୍ଟିବାକୁ ଆସି ଧରାପଡି ମିଛ ସଫେଇ ଦେଲେ ନେତା । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

author img

By

Published : Apr 28, 2019, 7:16 PM IST

Updated : Apr 28, 2019, 7:31 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା ବାଲେଶ୍ବର

ବାଲେଶ୍ବର: ଅନ୍ଧାରିବିଜେ ଫର୍ମୁଲା ପାଲଟିଲା ବୁମେରାଂ । ଚତୁର ସାଜିବାକୁ ଆସି ଓଲୁ ବନିଗଲେ 2 ନେତା । ଅନ୍ଧାରିବିଜେ ସମୟରେ ଲୋକହସା ହେଲେ ଜନପ୍ରତିନିଧି । ଲୋକେ 2 ନେତାଙ୍କୁ ଏ ନେଇ ଅଟକ ରଖିବା ସହ ଘେରାବନ୍ଦୀ କଲେ । ହୋ ହାଲ୍ଲା ହେବା ଫଳରେ ହଟହଟା କଲେ ନେତାଏ । ପରିସ୍ଥିତି ଏମିତି ହେଲା ଯେ ରାତିଅଧରେ ଟଙ୍କା ବାଣ୍ଟିବାକୁ ଆସି ଧରାପଡି ମିଛ ସଫେଇ ଦେଲେ ନେତା । ଏମିତି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ସିରିଜ ଅନ୍ଧାରିବିଜେ ଘଟଣା ବାଲେଶ୍ବରରେ ଘଟିଛି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା ବାଲେଶ୍ବର

ସମ୍ପୂର୍ଣ୍ଣ ଘଟଣା ଏହି ପରି ଯେ, ବସ୍ତା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଜନ ନାୟକ ୨୭ ତାରିଖ ରାତିରେ ସଭା କରିବାକୁ ଆସି ଗ୍ରାମବାସୀଙ୍କ ଦ୍ବାରା ହଟହଟା ହୋଇଥିବାର ଭିଡ଼ିଓ ଭାଇରାଲ ହୋଇଛି । ସୂଚନା ଅନୁସାରେ ବିଜନ କୁମାର ରାତି ୧୧ଟା ସମୟରେ ଚକୁରାଇ ପଞ୍ଚାୟତର ବାସି ଚକୁରାଇ ଗ୍ରାମରେ ପୂର୍ବରୁ ଅପେକ୍ଷାରତ କଂଗ୍ରେସ କର୍ମୀଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ । ଫେରିବା ବାଟରେ ବିଜେଡି କର୍ମୀ ଏତେ ରାତିରେ ଟଙ୍କା ବାଣ୍ଟିବାକୁ ଆସିଥିବା ସନ୍ଦେହ କରି ରାସ୍ତା ବନ୍ଦ କରି ତାଙ୍କୁ ଅଟକ ରଖିଥିଲେ । ପରେ କଂଗ୍ରେସ କର୍ମୀ ପହଞ୍ଚିବା ପରେ ଏହି ଘଟଣା ଗଣ୍ଡଗୋଳର ରୂପ ନେଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସେହିପରି ସଦର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ମଦନ ମୋହନ ଦତ୍ତଙ୍କର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଗତକାଲି ବିଳମ୍ବିତ ରାତିରେ ଆଙ୍କ ପଞ୍ଚାୟତ ନଳବାହାର ଛକରେ ଦତ୍ତ ଟଙ୍କା ବାଣ୍ଟିବା ଅଭିଯୋଗରେ ତାଙ୍କୁ କିଛି ବିଜେଡି କର୍ମୀ ଅଟକ ରଖିଥିଲେ । ଗାଡିରୁ କୌଣସି ଟଙ୍କା ଜବତ ହୋଇ ନଥିବା ବେଳେ ଏତେ ରାତିରେ କାହିଁକି ପ୍ରାର୍ଥୀ ପଞ୍ଚାୟତ ଭିତରକୁ ପଶିଥିଲେ ବୋଲି ଲୋକମାନେ ପ୍ରଶ୍ନ କରିଥିଲେ । ଏହାପରେ ମୋହନ ସଠିକ୍‌ ଉତ୍ତର ଦେଇ ପାରିନିଥିଲେ । ଫଳରେ ଗ୍ରାମବାସୀଙ୍କ ପାଖରେ ଲୋକହସା ହେବାକୁ ପଡିଥିଲା । ଏହି ଦୁଇଟି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ନେତାଙ୍କୁ ଅଯଥାରେ ହଇରାଣ କରିବା ସହ ଏହି ଘଟଣାରେ ରାଜନୈତିକ ଆକ୍ରୋଶ ରହିଥିବା ସନ୍ଦେହ କରାଯାଉଛି ବୋଲି କଥା ଉଠୁଛି । ଅନ୍ଧାରିବିଜେ ନା ବିରୋଧୀଙ୍କ ଷଡଯନ୍ତ୍ରର ଶିକାରରେ ନେତା ହନ୍ତସନ୍ତ ହୋଇଛନ୍ତି ତଦନ୍ତ ପରେ ପ୍ରକୃତ କଥା ସାମ୍ନାକୁ ଆସିବ ବୋଲି କୁହାଯାଉଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:Conclusion:
Last Updated : Apr 28, 2019, 7:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.