ବାଲେଶ୍ୱର: ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମୃତ । ଏଭଳି ଘଟଣା ଘଟିଛି ବାଲେଶ୍ବରରେ । ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ପୋଲିସ ଗୁଳିରେ ବରିପଦା ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ରୁଣ୍ଡୁ ମୃତ୍ୟୁବରଣ କରିଛି । ରୁଣ୍ଡୁ ନାମରେ ପୂର୍ବରୁ ବିଭିନ୍ନ ଛୀନତାଇ, ଚୋରି, ଡକାୟତି ମାମଲା ରହିଥିଲା । ଏମାମଲାରେ ଗୋପାଳପୁର ଫାଣ୍ଡି ଅଧିକାରୀ କ୍ରିଷ୍ଣା ପିଙ୍ଗୁଆ ରୁଣ୍ଡୁକୁ ଗିରଫ କରିବାକୁ ଯାଇଥିଲେ ।
ହେଲେ ରୁଣ୍ଡୁ ଫାଣ୍ଡି ଅଧିକାରୀ କ୍ରିଷ୍ଣା ପିଙ୍ଗୁଆଙ୍କ ହାତକୁ ଭୁଜାଲିରେ ହାଣି ଖସି ପଳାଇ ଯିବାପାଇଁ ଉଦ୍ୟମ କରିଥିଲା । ଏହି ସମୟରେ ଫାଣ୍ଡି ଅଧିକାରୀ ରୁଣ୍ଡୁକୁ ଏନକାଉଣ୍ଟର କରିଥିଲେ । ପରେ ରୁଣ୍ଡୁକୁ ସ୍ଥାନାୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଫାଣ୍ଡି ଅଧିକାରୀ ଗୁରୁତର ଅବସ୍ଥାରେ ଖନ୍ତାପଡ଼ା ଡାକ୍ତରଖାନାରେ ଚିକତ୍ସା ହେଉଥିବା ଜଣାପଡିଛି ।
ଇଟିଭି ଭାରତ, ବାଲେଶ୍ବର