ETV Bharat / state

ବାଲେଶ୍ବରରେ ମୋଦି: ଭୋଟ ମାଗିଲେ, ବିଜେଡିକୁ ଟାର୍ଗେଟ କଲେ - ଭୋଟ୍ ମାଗିଲେ

ବାଲେଶ୍ବରରେ ନିର୍ବାଚନୀ ପ୍ରଚାର ପାଇଁ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ବିଜେଡିକୁ ଜୋରଦାର ସମାଲୋଚନା କରିଥିଲେ । ବିଜେଡି ଭ୍ରଷ୍ଟାଚାର ଭଳି ଦାନବକୁ ଦାନାପାଣି ଯୋଗାଉଛି ବୋଲି ମୋଦି କହିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ବାଲେଶ୍ବର
author img

By

Published : Apr 23, 2019, 3:14 PM IST

ବାଲେଶ୍ବର: କେନ୍ଦ୍ରାପଡା ପରେ ବାଲେଶ୍ବରରେ ନିର୍ବାଚନୀ ପ୍ରଚାର ପାଇଁ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିନ ପ୍ରାୟ 1.30ରେ ପ୍ରଧାନମନ୍ତ୍ରୀ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପହଞ୍ଚିବା ପରେ ସେଠାରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ବସନ୍ତ ପଣ୍ଡାଙ୍କ ସମେତ ବହୁ ପ୍ରମୁଖ ନେତା ଉପସ୍ଥିତ ରହି ସ୍ବାଗତ ଜଣାଇଥିଲେ ।

ବାଲେଶ୍ବର ଗସ୍ତରେ ରାଜ୍ୟସରକାରଙ୍କୁ ଜୋରଦାର ସମାଲୋଚନା କରିଛନ୍ତି ମୋଦି । ବିଜେଡି ଭ୍ରଷ୍ଟାଚାର ଭଳି ଦାନବକୁ ଦାନାପାଣି ଯୋଗାଉଛି । ରାଜ୍ୟରେ କୋଇଲା ଦୁର୍ନିତି ଠାରୁ ଆରମ୍ଭ କରି ଚିଟ୍‌ଫଣ୍ଡ, ପିସି ଜୋରଦାର ଚାଲିଛି ବୋଲି କହିଥିଲେ ମୋଦି ।

ଆଜି ଭାରତ ସମଗ୍ର ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। କେବଳ ଜଳ, ସ୍ଥଳ, ଆକାଶ ନୁହେଁ ବରଂ ଅନ୍ତରୀକ୍ଷରେ ମଧ୍ୟ ଭାରତ ଶକ୍ତିଶାଳୀ ହୋଇ ପାରିଛି ବୋଲି ନିଜ ଅଭିଭାଷଣରେ କହିଥିଲେ । ସେପଟେ ପ୍ରଧାନମନ୍ତ୍ରୀଙ୍କ ଆଗମନକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହିତ ହୋଇ ପଡିଥିଲେ । ମୋଦି ମୋଦି ନାରାରେ ପ୍ରକମ୍ପିତ ହୋଇଉଠିଥିଲା ସାରା ପରିବେଶ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

fgf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.