ETV Bharat / state

ପେଟ୍ରୋଲ ପମ୍ପରେ ଲୁଟେରାଙ୍କ ଦୌରାତ୍ମ୍ୟ: କର୍ମଚାରୀଙ୍କୁ ମାଡ ମାରିଲେ, ଟଙ୍କା ଲୁଟିଲେ - ଲୁଟେରାଙ୍କ ଦୌରାତ୍ମ୍ୟ

ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରେ କିଛି ଦୁର୍ବୃତ୍ତ ଏକ ପେଟ୍ରୋଲ ପମ୍ପ ଭଙ୍ଗାରୁଜା କରିବା ସହ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : May 16, 2019, 11:24 PM IST

ବାଲେଶ୍ବର: ପୁଣି ଲୁଟେରାଙ୍କ ଟାର୍ଗେଟରେ ପେଟ୍ରୋଲ ପମ୍ପ । ଭୋଗରାଇ ଅଞ୍ଚଳରେ ଥିବା ଇଣ୍ଡିଆନ ଅଏଲର ପେଟ୍ରୋଲ ପମ୍ପକୁ ଟାର୍ଗେଟ କରିଛନ୍ତି ଲୁଟେରା । ପମ୍ପ କର୍ମଚାରୀଙ୍କୁ ମାଡ ମାରିବା ସହ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଲୁଟ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ସୂଚନା ଅନୁଯାୟୀ, ଗୁରୁବାର ହଠାତ୍ ପେଟ୍ରୋଲ ପମ୍ପକୁ ପଶି ଆସିଥିଲେ କିଛି ଦୁର୍ବୃତ୍ତ । କେହି କିଛି ବୁଝିବା ଆଗରୁ ଦୁର୍ବୃତ୍ତମାନେ ପମ୍ପ କର୍ମଚାରୀଙ୍କୁ ମାଡ ମାରିବା ସହ ପେଟ୍ରୋଲ ପମ୍ପ କାର୍ଯ୍ୟାଳୟର କାଚ ଭାଙ୍ଗି ସମସ୍ତ ଟଙ୍କା ଲୁଟି ନେଇଥିଲେ ।

ଏନେଇ ପମ୍ପ ମାଲିକ ଭୋଗରାଇ ଥାନାରେ ଅଭିଯୋଗ କରିଛନ୍ତି । ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ସ୍ଲଗ- ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା କରି ଟଙ୍କା ଲୁଟିଲେ ଦୁର୍ବୁତ୍ତ।
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 16/05/2019
ଆଙ୍କର- ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରେ କିଛି ଦୁର୍ବୁତ୍ତ ଏକ ପେଟ୍ରୋଲ ପମ୍ପ ଭଙ୍ଗାରୁଜା କରିବା ସହ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଭୋଗରାଇସ୍ଥିତ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ କିଛି ଯୁବକ କର୍ମଚାରୀଙ୍କୁ ନିର୍ଧୁମ୍ ମାଡ ମାରିବା ସହିତ କାର୍ଯ୍ଯାଳୟରେ କାଚ ଭାଙ୍ଗି ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଖବର ପାଇ ପମ୍ପ ମାଲିକ ଓ ଶତାଧିକ ଲୋକ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ଦୁର୍ବୃତ୍ତ ମାନେ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି। ପମ୍ପରେ ଲାଗିଥିବା ସିସି ଟିଭି ଓ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ଆଧାରରେ ଦୁର୍ବୃତ୍ତଙ୍କୁ ଚିହ୍ନଟ କରାଯାଇ ଭୋଗରାଇ ଥନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.