ETV Bharat / state

ପୁଣି ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ହସ୍ପିଟାଲ ପରିସରରେ ଉତ୍ତେଜନା - ଭୁଲ ଅସ୍ତ୍ରପଚାର ପାଇଁ ରୋଗୀଙ୍କ ମୃତ୍ୟୁ

ଭୁଲ ଅସ୍ତ୍ରପଚାର ଯୋଗୁଁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ । ବାଲେଶ୍ବର କୁରୁଡା ସ୍ଥିତ ଜ୍ୟୋତି ହସ୍ପିଟାଲରେ ଘଟଣାଟି ଘଟିଥିବାବେଳେ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Aug 22, 2019, 5:46 AM IST

ବାଲେଶ୍ବର: ପୁଣି ଜଣେ ରୋଗୀଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ । ଡାକ୍ତରଙ୍କ ଭୁଲ ଅସ୍ତ୍ରପଚାର ଯୋଗୁଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାରଲୋକେ । ବାଲେଶ୍ବର କୁରୁଡା ସ୍ଥିତ ଜ୍ୟୋତି ହସ୍ପିଟାଲରେ ଘଟଣାଟି ଘଟିଥିବାବେଳେ ତୁରନ୍ତ ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରିବା ଦାବିରେ ଉତ୍ତେଜନା ଦେଖାଦେଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୋର ଅଞ୍ଚଳରୁ ସରସ୍ବତୀ ଜେନାଙ୍କ ବାମ ପଟ କାନ ତଳକୁ ଏକ ବଥ ହୋଇଥିବାରୁ ଅସ୍ତ୍ରପଚାର ପାଇଁ ଜ୍ୟୋତି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅସ୍ତ୍ରପଚାର ପରେ ସରସ୍ବତୀଙ୍କ ଚେତା ନ ଫେରିବାରୁ ପରିବାର ଲୋକେ ଡାକ୍ତରଙ୍କୁ ଖୋଜିଥିଲେ ମଧ୍ୟ ଡାକ୍ତର ଆଉ ଧରା ଛୁଆଁ ଦେଇନଥିଲେ । ଦିନ 1 ଟା ପରେ ଠାରୁ ରୋଗୀଙ୍କ କଥା ବୁଝିବାକୁ ଡାକ୍ତର ଆସିନଥିବାବେଳେ ସନ୍ଧ୍ୟା ସମୟରେ ଆସି ରୋଗୀଙ୍କୁ ମୃତ ଘୋଷଣା କରିଥିଲେ ।

ଯାହାକୁ ନେଇ ପରିବାର ଲୋକେ ଚିକିତ୍ସାରେ ତ୍ରୁଟି ଥିବା ଦର୍ଶାଇ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଘଟଣାଟି ଜଣାପଡିବା ପରେ ହସ୍ପିଟାଲ ପରିସରରେ ଲୋକାରଣ୍ୟ ହୋଇଉଠିଥିଲା । ଫଳରେ 3 ଥାନା ଆଇଆଇସି, ଏସଡିପିଓ, ଆଡିସିନାଲ ଏସପୁ, 2 ପ୍ଲାଟୁନ ଫୋର୍ସ ହସ୍ପିଟାଲ ପରିସରରେ ମୁତୟନ ହୋଇଥିଲେ । ତୁରନ୍ତ ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ ଦାବି କରି ବିଳମ୍ବିତ ରାତି ଯାଏ ପରିବାରଲୋକେ ପୋଲିସ ପ୍ରଶାସନକୁ ଘେରିବାକୁ ଦେଖିବାକୁ ମିଳିଥିଲା ।

ସେପଟେ ଏହି ହସ୍ପିଟାଲରେ ପୂର୍ବରୁ ମଧ୍ୟ ଏଭଳି ଅଭିଯୋଗ ଆସିଥିବା ନେଇ ସ୍ଥାନୀୟବାସିନ୍ଦା ମତବ୍ୟକ୍ତ କରିଛନ୍ତି । ଏହା ବ୍ୟତୀତ ଘଟଣାରେ ପୋଲିସ ପ୍ରଶାସନ ମାତ୍ରାଧିକ ହସ୍ତକ୍ଷେପ କରିବା ସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଦୀର୍ଘ ସମୟ ଧରି ପାଟିତୁଣ୍ଡ ଦେଖାଦେଇଥିବାବେଳେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣର ପ୍ରତିଶୃତି ମିଳିବା ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା । ସୂଚନାଯୋଗ୍ୟ, ଉକ୍ତ ହସ୍ପିଟାଲଟି ମିଶନାରୀ ଟ୍ରଷ୍ଟ ଦ୍ବାରା ପରିଚାଳିତ ହେଉଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ସାରା ରାଜ୍ୟରେ ଘରୋଇ ମେଡିକାଲରେ ରୋଗୀମାନଙ୍କୁ ହେଉଥିବା ଶୋଷଣ କଥା ସାମ୍ନାକୁ ଆସୁଥିବା ବେଳେ ବାଲେଶ୍ୱର କୁରୁଡ଼ା ସ୍ଥିତ ଜ୍ୟୋତି ହସ୍ପିଟାଲରେ ରୋଗୀମୃତ୍ୟୁ ଅଭିଯୋଗ ହୋଇଛି। ଡାକ୍ତରଙ୍କ ଭୁଲ ଅସ୍ତ୍ରପଚାର ପାଇଁ ରୋଗୀଙ୍କ ଜୀବନ ଯାଇଥିବା ଅଭିଯୋଗରେ ସମ୍ପର୍କୀୟମାନେ ପାଟିତୁଣ୍ଡ କରିଥିବା ଦେଖିବାକୁ ମିଳିଥିଲା।

Body:ସୋର ଅଞ୍ଚଳରୁ ସରସ୍ୱତୀ ଜେନାଙ୍କ ବାମପଟ କାନ ତଳକୁ ଏକ ବଥ ହୋଇଥିବାରୁ ତାହାର ଅସ୍ତ୍ରପଚାର ପାଇଁ ପରିବାର ଲୋକେ ତାଙ୍କୁ ଜ୍ୟୋତି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଅସ୍ତ୍ରପଚାର ପରେ ସରସ୍ୱତୀଙ୍କ ଚେତା ନ ଫେରିବାରୁ ପରିବାର ଲୋକେ ଡାକ୍ତରଙ୍କୁ ଖୋଜିଥିଲେ ମଧ୍ୟ ଡାକ୍ତର ଆଉ ଧାରାଛୁଆଁ ଦେଇ ନଥିଲେ। ଦିନ 1ଟା ପାଖରୁ ରୋଗୀଙ୍କ କଥା ବୁଝିବାକୁ ଡାକ୍ତର ନ ଆସି ସନ୍ଧ୍ୟା 5ଟା ବେଳକୁ ରୋଗୀଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ପରିବାର ଲୋକେ ଚିକିତ୍ସାରେ ଭୁଲ ଥିବା ଅଭିଯୋଗ କରି ପାଟିତୁଣ୍ଡ କରିଥିଲେ। ଧୀରେଧିରେ ହସ୍ପିଟାଲ ପରିସର ଲୋକାରଣ୍ୟ ହେବାରୁ 3ଟି ଥାନାର ଆଇଆଇସି, ଏସ୍ଡିପିଓ, ଆଡ଼ିସିନାଲ ଏସପି, 2 ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ। ତୁରନ୍ତ ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ ଦାବି କରି ବିଳମ୍ବିତ ରାତି ଯାଏ ପରିବାର ଲୋକ ପୋଲିସ ପ୍ରଶାସନକୁ ଘେରିଥିବା ଦେଖିବାକୁ ମିଳିଥିଲା।

Conclusion:ତେବେ ଉକ୍ତ ହସ୍ପିଟାଲ ନାମରେ ପୂର୍ବରୁ ଏମିତି ଅଭିଯୋଗ ରହିଥିବା ସ୍ଥାନୀୟ ବାସିନ୍ଦା ମତବ୍ୟକ୍ତ କରିଥିଲେ। ଏହାଛଡା ପୋଲିସ ପ୍ରଶାସନର ମାତ୍ରାଧିକ ହସ୍ତକ୍ଷେପକୁ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନ ଉଙ୍କି ମାରିଛି। ଏହି ଘଟଣା ସମ୍ପର୍କରେ ପୋଲିସ ଅଧିକାରୀ ନିଜ ପ୍ରତିକ୍ରିୟା ଦେବାକୁ ସିଧାସଳଖ ମନା କରି ଦେଇଥିଲେ। ଯାହା ଦ୍ୱାରା ଜଣେ ରୋଗୀର ଜୀବନ ଅପେକ୍ଷା ଘରୋଇ ହସ୍ପିଟାଲର ସୁରକ୍ଷା ଦିଗରେ ପୋଲିସ ମୁତୟନ ହୋଇଥିବା ସନ୍ଦେହ କରାଯାଇଛି। ବିଳମ୍ବିତ ରାତିଯାଏ ଏମିତି ଘଟଣା ଚାଲିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପ୍ରତିଶୃତି ଦେବାପରେ ଉତ୍ତେଜନା ପ୍ରଶମିତ ହୋଇଥିଲା। ପ୍ରକାଶ ଥାଉକି ଉକ୍ତ ହସ୍ପିଟାଲଟି ମିଶନାରୀ ଟ୍ରଷ୍ଟ ଦ୍ୱାରା ପରିଚାଳିତ ହେଉଛି।

ବାଇଟ1- ରମେଶ ଚନ୍ଦ୍ର ଜେନା(ମୃତ ରୋଗୀଙ୍କ ପୁଅ)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.