ETV Bharat / state

ଏସି ପାଇଁ କଲବଲ ରେଳଯାତ୍ରୀ; ବାଲେଶ୍ବର ଷ୍ଟେସନରେ ଉତ୍ତେଜନା - ଏକ୍ସପ୍ରେସ ଯାତ୍ରୀ

ଏସି ପାଇଁ ଅସ୍ତବ୍ୟସ୍ତ କାମାକ୍ଷା-ଯଶୋବନ୍ତପୁର ଏକ୍ସପ୍ରେସର ଯାତ୍ରୀ । ଟ୍ରେନର ଏସି ଖରାପ ଯୋଗୁଁ ବାଲେଶ୍ବର ଷ୍ଟେସନରେ ପାଖାପାଖି 3 ଘଣ୍ଟା ଅଟକି ରହିଥିଲା ଟ୍ରେନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Aug 22, 2019, 7:22 PM IST

ବାଲେଶ୍ବର: ଟ୍ରେନର ଏସି ଖରାପ ହେବା ଯୋଗୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ କାମାକ୍ଷା ଯଶୋବନ୍ତପୁର ଏକ୍ସପ୍ରେସ ଯାତ୍ରୀ । ଗୁରୁବାର ଅପରାହ୍ନ 2.30ରେ ବାଲେଶ୍ବର ଷ୍ଟେସନରେ କାମାକ୍ଷା ଯଶୋବନ୍ତପୁର ଏକ୍ସପ୍ରେସ ଲାଗିଥିଲା । ଆଉ ଏସି ଖରାପ ଯୋଗୁଁ ଯାତ୍ରୀମାନଙ୍କ ଭିଡ ଷ୍ଟେସନରେ ଦେଖିବାକୁ ମିଳିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

କାମାକ୍ଷାରୁ ଯଶୋବନ୍ତପୁର ଅଭିମୁଖେ ବାହାରିଥିବା 12552 ନମ୍ବର ଟ୍ରେନରେ ବିଭିନ୍ନ ଅବ୍ୟବସ୍ଥା ଥିବା ଅଭିଯୋଗ କରିଥିଲେ ଯାତ୍ରୀମାନେ । ପଶ୍ଚିମବଙ୍ଗର ଆସାନସୋଲ ନିକଟରୁ ଏସି ଖରାପ ହୋଇଯିବା ଯୋଗୁଁ ପ୍ରବଳ ଗୁଳୁଗୁଳିରେ ଯାତ୍ରୀମାନେ ଅଣନିଶ୍ବାସୀ ହୋଇଯାଇଥିଲେ ।

ଏହି ଟ୍ରେନରେ ଅଧିକାଂଶ ରୋଗୀ ଥିବା ବେଳେ ଏନେଇ ବାଲେଶ୍ବର ଷ୍ଟେସନରେ ଉତ୍ତେଜନା ଦେଖାଦେଇଥିଲା । ବାଲେଶ୍ବର ଷ୍ଟେସନରେ ପାଖାପାଖି 3 ଘଣ୍ଟା ଟ୍ରେନ ଅଟକିବା ପରେ ରୋଗୀମାନଙ୍କୁ ଘରକୁ ପଠାଇବାର ବନ୍ଦୋବସ୍ତ କରାଯାଇଥିଲା । ଏହି ସମସ୍ୟା ବିଷୟରେ ପୂର୍ବରୁ କହିଥିଲେ ମଧ୍ୟ କର୍ତ୍ତୃପକ୍ଷ ଧ୍ୟାନ ଦେଇନଥିବା ଅଭିଯୋଗ ଆଣିଛନ୍ତି ଯାତ୍ରୀ ।

ତେବେ ଦୀର୍ଘ ସମୟର ବ୍ୟବଧାନ ପରେ ମେକାନିକ ଟିମ ପହଞ୍ଚି ଏସି ସଜାଡ଼ିବା ପରେ ଟ୍ରେନ ପାଖାପାଖି 4.46ରେ ଗନ୍ତବ୍ୟ ସ୍ଥଳକୁ ବାହାରିଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱର ଷ୍ଟେସନ ରେ କାମାକ୍ଷା ୟସବନ୍ତପୁର ଏକ୍ସପ୍ରେସରେ ଏସି ଖରାପ ହେବା ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଅସନ୍ତୋଷର ଶିକାର ହୋଇଥିଲେ।

Body:ୟସବନ୍ତପୁର ଅଭିମୁଖେ ବାହାରିଥିବା 12552 ନମ୍ବର ଟ୍ରେନରେ ଯାବତୀୟ ଅବ୍ୟବସ୍ଥା ଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି। ଆସାନସୋଲ ଠାରୁ ଏସି ଖରାପ ହୋଇଯିବା ଯୋଗୁଁ ପ୍ରବଳ ଗୁଳୁଗୁଳିରେ ଯାତ୍ରୀମାନେ ଅଣନିଶ୍ୱାସୀ ହୋଇ ଯାଇଥିଲେ। ଏହି ଟ୍ରେନରେ ଅଧିକାଂଶ ରୋଗୀ ଥିବା ବେଳେ ଏହାକୁ ନେଇ ବାଲେଶ୍ୱର ଷ୍ଟେସନ ରେ ଉତ୍ତେଜନା ଦେଖା ଦେଇଥିଲା। ବାଲେଶ୍ୱର ଷ୍ଟେସନ ରେ ପାଖାପାଖି 3 ଘଣ୍ଟା ଟ୍ରେନ ରହିବା ଯୋଗୁଁ ରୋଗୀ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଏସି ଅପେକ୍ଷା ଗୃହକୁ ସ୍ଥାନାନ୍ତର କରାଯାଇଥିଲା। ଯାତ୍ରୀମାନେ ଏହି ସମସ୍ୟା ବିଷୟରେ ବହୁ ପୂର୍ବରୁ କହିଥିଲେ ମଧ୍ୟ କର୍ତ୍ତୃପକ୍ଷ ଧ୍ୟାନ ଦେଇନଥିବା ଅଭିଯୋଗ ହୋଇଛି।

Conclusion:ତେବେ ଦୀର୍ଘ ସମୟର ବ୍ୟବଧାନ ପରେ ମେକାନିକ ଟିମ ପହଞ୍ଚି ଏସି ସଜାଡ଼ିବା ପରେ ଟ୍ରେନ ଗନ୍ତବ୍ୟ ସ୍ଥଳକୁ ବାହାରିଥିଲା।

ବାଇଟ1- ଯାତ୍ରୀ
ବାଇଟ2- ଯାତ୍ରୀ
ବାଇଟ3- ଭାଗବତ ଦାସ(ଷ୍ଟେସନ ମ୍ୟାନେଜର)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.