ETV Bharat / state

ମହଙ୍ଗା ପଡିଲା ଛାତ୍ରୀଙ୍କୁ ଅସଦାଚରଣ, ପ୍ରଧାନ ଶିକ୍ଷକଙ୍କୁ ନିର୍ଧୁମ ଛେଚିଲେ ଗ୍ରାମବାସୀ - ମୁନ୍ଧାବଣିଆ ନୋଡାଲ ବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଚଣ୍ଡୀପୁର ମୁନ୍ଧାବଣିଆ ନୋଡାଲ ବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ପ୍ରଧାନଶିକ୍ଷକଙ୍କୁ ନିର୍ଧୁମ ଛେଚିଲେ ଗ୍ରାମବାସୀ ଓ ଅଭିଭାବକ । ଅଧିକ ପଢନ୍ତୁ

ମହଙ୍ଗା ପଡିଲା ଛାତ୍ରୀଙ୍କୁ ଅସଦାଚରଣ
ମହଙ୍ଗା ପଡିଲା ଛାତ୍ରୀଙ୍କୁ ଅସଦାଚରଣ
author img

By ETV Bharat Odisha Team

Published : Nov 7, 2023, 10:55 AM IST

ମହଙ୍ଗା ପଡିଲା ଛାତ୍ରୀଙ୍କୁ ଅସଦାଚରଣ

ବାଲେଶ୍ବର: ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଅସଦାଚରଣ । ପ୍ରଧାନଶିକ୍ଷକଙ୍କୁ ନିର୍ଧୁମ ଛେଚିଲେ ଗ୍ରାମବାସୀ ଓ ଅଭିଭାବକ । ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଚଣ୍ଡୀପୁର ମୁନ୍ଧାବଣିଆ ନୋଡାଲ ବିଦ୍ୟାଳୟରେ ।

ସୂଚନା ଅନୁସାରେ, କିଛି ଦିନ ପୂର୍ବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବିନ୍ଦ ଚରଣ ଜେନା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ । ଏ ନେଇ ଗ୍ରାମବାସୀ ଏବଂ ଅଭିଭାବକମାନେ ଖବର ପାଇବା ପରେ ସ୍କୁଲ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇ ଥିଲା। ତେବେ ପ୍ରଧାନ ଶିକ୍ଷକ ଗୋବିନ୍ଦ ଜେନାଙ୍କୁ ଏ ବାବଦରେ ପ୍ରଶ୍ନ ପଚାରିବା ସମୟରେ ସେ କୌଣସି ଉତ୍ତର ନଦେଇ ଖସି ପଳାଇବାକୁ ଚେଷ୍ଟା କରୁଥିଲେ । ଏ ସମୟରେ ଗ୍ରାମବାସୀମାନେ ଗୋବିନ୍ଦଙ୍କୁ ଟଣାଓଟରା କରିବା ସହିତ ମାଡ଼ ମଧ୍ୟ ମାରିଥିଲେ ।

କିନ୍ତୁ ପ୍ରଧାନ ଶିକ୍ଷକ ଗୋବିନ୍ଦ ସ୍କୁଲ ଭିତରୁ ଫେରାର ହୋଇଯାଇଥିଲେ । ଯାହାକୁ ନେଇ ପ୍ରବଳ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେଇଥିଲା । ଅନ୍ୟପଟେ ଖବରପାଇ ସିଆରସିସି ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରି ଲୋକଙ୍କୁ ବୁଝାସୁଝା କରିବା ସହିତ ଯଦି ପ୍ରଧାନ ଶିକ୍ଷକ ଗୋବିନ୍ଦ ଏପରି ଘଟଣା ଘଟାଇଥିବେ ତାହେଲେ ତାଙ୍କ ଉପରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହା ପରେ ଗ୍ରାମବାସୀମାନେ ଶାନ୍ତ ହୋଇଥିଲେ। ତେବେ ପୂର୍ବରୁ ପ୍ରଧାନ ଶିକ୍ଷକ ଗୋବିନ୍ଦ ଏଭଳି ଛାତ୍ରୀମାନଙ୍କୁ ବାରମ୍ବାର ଅସଦାଚରଣ କରିଥିବା ଅଭିଯୋଗ ରହିଛି ।

ଏହା ମଧ୍ୟ ପଢନ୍ତୁ- ମୋ ବସରେ ମହିଳା ଯାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, କଣ୍ଡକ୍ଟର ଫେରାର

ପ୍ରକାଶ ଥାଉଛି ଗତ ସେପ୍ଟେମ୍ବର ମାସ ୩୦ ତାରିଖରେ କଟକ ସହରରେ ମୋ ବସରେ ଏକ ଅସଦାଚାରଣ ମାମଲା ସାମ୍ନାକୁ ଆସିଥିଲା । ଜଣେ ମହିଳା ଯାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଥିଲା । ଚାଉଳିଆଗଞ୍ଜ ପୋଲିସ ବସ ସହିତ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରିଥିଲା । ତେବେ ପଟିଆରୁ ଜଗତପୁର ଆସୁଥିବା 18 ନମ୍ବର ବସରେ କିଛି ମହିଳା ଯାତ୍ରୀ ଯାତ୍ରା କରୁଥିଲେ । ବସଟି ନନ୍ଦନକାନନ ବାଟ ଦେଇ ଆସୁଥିବା ବେଳେ କିଛି ସମୟ ପାଇଁ ବସ ଭିତରେ ଜଳୁଥିବା ଲାଇଟ ବନ୍ଦ ହୋଇଯାଇଥିଲା । ଏହାର ସୁଯୋଗ ନେଇ ବସର କଣ୍ଡକ୍ଟର ଜଣଙ୍କ ଏକାଧିକ ମହିଳା ଯାତ୍ରୀଙ୍କୁ ଅସଦାଚରଣ କରିଥିଲେ । ଅସଦାଚରଣର ଶିକାର ହୋଇଥିବା ମହିଳା ଯାତ୍ରୀଙ୍କ ମଧ୍ୟରୁ ଶିଖରପୁରର ଜଣେ ଯୁବତୀ ଏନେଇ ତାଙ୍କ ପରିବାର ଲୋକଙ୍କୁ ଫୋନ୍‌ ଯୋଗେ ଅବଗତ କରାଇଥିଲେ । ବସଟି ଶିଖରପୁର ଛକରେ ପହଞ୍ଚିବା ପରେ ସମ୍ପୃକ୍ତ ଯୁବତୀଙ୍କ ସମ୍ପର୍କୀୟମାନେ ବସଟିକୁ ଅଟକାଇବା ସହ ଚାଉଳିଆଗଞ୍ଜ ଥାନା ପୋଲିସର ଜିମା ଦେଇଥିଲେ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.