ETV Bharat / state

ପଞ୍ଚାୟତ ଟକ୍କର: କିଏ ଜିତିବ ବାଲେଶ୍ବର ବାଜି, କଣ ରହିଛି ସ୍ଥିତି? - Panchayat Takkar

ଉଭୟ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଦୃଷ୍ଟିରୁ ବାଲେଶ୍ବର ଜିଲ୍ଲାର ଗୁରୁତ୍ବ ଯଥେଷ୍ଟ ରହିଛି । ଉତ୍ତର ଓଡିଶାର ଏହି ପ୍ରମୁଖ ଜିଲ୍ଲାର ଉତ୍ତରରେ ପଶ୍ଚିମବଙ୍ଗ ସୀମା ରହିଥିବା ବେଳେ, ପୂର୍ବରେ ବଙ୍ଗୋପସାଗର, ଦକ୍ଷିଣରେ ଭଦ୍ରକ ଓ ପଶ୍ଚିମରେ ରହିଛି କେନ୍ଦୁଝର ଜିଲ୍ଲା । ପଢନ୍ତୁ ପଞ୍ଚାୟତ ଟକ୍କରରେ ବାଲେଶ୍ବର ସ୍ଥିତି

ପଞ୍ଚାୟତ ଟକ୍କର
ପଞ୍ଚାୟତ ଟକ୍କର
author img

By

Published : Jan 27, 2022, 7:01 AM IST

ବାଲେଶ୍ବର: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ (Panchayat Election) ପ୍ରକ୍ରିୟା ଜାରି ରହିଛି । ଶେଷ ହୋଇଛି ନାମାଙ୍କନ ଦାଖଲ । ଫେବୃୟାରୀ 16 ରୁ 24 ମଧ୍ୟରେ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପାଇଁ ପଡିବ ଭୋଟ । 26 ରୁ 28 ଯାଏଁ 3 ଦିନ ଧରି ବ୍ଲକ ମୁଖ୍ୟାଳୟରେ ଗଣତି ହେବ ଭୋଟ। ୱାର୍ଡ ମେମ୍ବର, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ସମେତ ସରପଞ୍ଚ ପଦବୀ ପାଇଁ ଏବେ ସରଗରମ ଗାଁ ରାଜନୀତି । ଗାଁ ଗାଁରେ ବସୁଛି ରାଜନୈତିକ ଦଳଙ୍କ ସଭାସମିତି । ପଡୁଛି ପ୍ରତିଶୃତିର ବର୍ଷା । ଗାଁ ମୁଖିଆ ପାଲଟିଛନ୍ତି ସର୍ବେସର୍ବା । ପଞ୍ଚାୟତର ବିକାଶ ପାଇଁ ଚାଲିଛି ଅଙ୍କକଷା । ଜିଲ୍ଲା ପରିଷଦ ଜୋନ ବିଜୟ ପାଇଁ ନେତା ରଚୁଛନ୍ତି ରଣନୀତି । ପୁଣି ବ୍ଲକ ଅଧ୍ୟକ୍ଷ କେମିତି ହାତେଇବେ ପ୍ରସ୍ତୁତ ହେଉଛି ପ୍ରୟାସ । ସେପଟେ ମତଦାନ ପୂର୍ବରୁ ମତଦାତା ପରଖୁଛନ୍ତି ନେତାଙ୍କ ପ୍ରତିଶୃତି । ଭୋଟ ପାଇଁ ସାରା ରାଜ୍ୟରେ ଜିଲ୍ଲାୱାରୀ ହେଉଛି ସମୀକ୍ଷା । 2017 ରେ କଣ ଥିଲା କେଉଁ ଜିଲ୍ଲାରେ ସ୍ଥିତି । କେଉଁ ଦଳ କରିଥିଲା ବାଜିମାତ, କିଏ ହୋଇଥିଲା ଚିତପଟାଙ୍ଗ... ଏହାକୁ ନେଇ ଆଜି ଆମର ସ୍ବତନ୍ତ୍ର ସେଗମେଣ୍ଟ ‘ପଞ୍ଚାୟତ ଟକ୍କର’ ରେ ଦେଖିବା ଆଜି ବାଲେଶ୍ବର ସ୍ଥିତି ।

ଉଭୟ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଦୃଷ୍ଟିରୁ ବାଲେଶ୍ବର ଜିଲ୍ଲାର ଗୁରୁତ୍ବ ଯଥେଷ୍ଟ ରହିଛି । ଉତ୍ତର ଓଡିଶାର ଏହି ପ୍ରମୁଖ ଜିଲ୍ଲାର ଉତ୍ତରରେ ପଶ୍ଚିମବଙ୍ଗ ସୀମା ରହିଥିବା ବେଳେ, ପୂର୍ବରେ ବଙ୍ଗୋପସାଗର, ଦକ୍ଷିଣରେ ଭଦ୍ରକ ଓ ପଶ୍ଚିମରେ ରହିଛି କେନ୍ଦୁଝର ଜିଲ୍ଲା । ଜିଲ୍ଲା ଦେଇ ରାଜ୍ୟର ପ୍ରମୁଖ ବାଣିଜ୍ୟ ବ୍ୟବସାୟ ହେଉଥିବା ବେଳେ, ଏଠାରକ ପ୍ରମୁଖ ଅର୍ଥନୀତି ହେଉଛି କୃଷି । ଧାନ ମୀନ ପାନ ଏହି ଜିଲ୍ଲାର ପ୍ରମୁଖ ଅର୍ଥ ରୋଜଗାରର ମାଧ୍ୟମ । ତେବେ ଜିଲ୍ଲାର ଯେତିକି ବିକାଶ ହେବା କଥା ହୋଇନଥିଲେ ସୁଦ୍ଧା କିଛି କିଛି ବିକାଶ ହୋଇଛି । ଏହାସହ ଜିଲ୍ଲାରେ ପ୍ରତିରକ୍ଷା ଅନୁଷ୍ଠାନ ସ୍ଥାପନ ହୋଇଥିବା ବେଳେ, ମେଡିକାଲ କଲେଜ ମଧ୍ୟ ସ୍ଥାପନ ହୋଇପାରିଛି ।

ବାଲେଶ୍ବରର ସ୍ଥିତି...

Photo
ପଞ୍ଚାୟତ ଟକ୍କର: କିଏ ଜିତିବ ବାଲେଶ୍ବର ବାଜି, କଣ ରହିଛି ସ୍ଥିତି?

ଜିଲ୍ଲାରେ ମୋଟ 12 ଟି ବ୍ଲକ ରହିଥିବା ବେଳେ, 8 ଟି ବିଧାନସଭା ଆସନ ରହିଛି । ଏହାସହ 45 ଟି ଜିଲ୍ଲା ପରିଷଦ ଜୋନ ରହିଥିବା ବେଳେ, ଜିଲ୍ଲାରେ 360 ଗ୍ରାମ ପଞ୍ଚାୟତ ଓ 4 ହଜାର 927 ଟି ୱାର୍ଡ ରହିଛି । ଜିଲ୍ଲାରେ ମୋଟ 23 ଲକ୍ଷ ରୁ ଅଧିକ ଜନସଂଖ୍ୟା ରହିଥିବା ବେଳେ, ଗ୍ରାମାଞ୍ଚଳ ଭୋଟର ସଂଖ୍ୟା ହେଉଛନ୍ତି 15 ଲକ୍ଷ ରୁ ଅଧିକ ।

କଣ ଥିଲା ସତର’ର ସ୍ଥିତି...

ଗତ 2017 ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡି ଜିଲ୍ଲାରେ ନିଜର ପ୍ରଭାବ ବଜାୟ ରଖିଥିଲା । ମୋଟ 45 ଟି ଜିଲ୍ଲା ପରିଷଦ ଜୋନରୁ 31 ଟି ରେ ଦଳୀୟ ପ୍ରାର୍ଥୀ ବିଜୟୀ ହୋଇ ଜିଲ୍ଲା ପରିଷଦ ଗଠନ କରିଥିଲା । ସେହିପରି ବିଜେପି 13 ଟି ଆସନରେ ବିଜୟୀ ହୋଇଥିବା ବେଳେ, କଂଗ୍ରେସକୁ ମିଳିଥିଲା ଗୋଟିଏ ଆସନ । ଫେବୃୟାରୀ 13 ରୁ 21 ମଧ୍ୟରେ 5 ଟି ପର୍ଯ୍ୟାୟରେ ଜିଲ୍ଲାରେ ନିର୍ବାଚନ ହୋଇଥିଲା । ମୋଟ ଜିଲ୍ଲା ପରିଷଦ ପ୍ରାର୍ଥୀ 181 ଥିବାବେଳେ, ସିପିଏମରୁ 11, ସ୍ବାଧିନୀରୁ 29, ପ୍ରାର୍ଥି ଥିଲେ । ବିଜେଡି ବିଜେପି ମଧ୍ୟରେ କଡା ଟକ୍କର ହୋଇଥିବା ବେଳେ, ବିଜେଡି ପୁଣି ଥରେ ବାଜିଗର ସାବସ୍ତ ହୋଇଥିଲା । ଜିଲ୍ଲାର ଜଳେଶ୍ବର, ଖଇରା, ଔପଦା, ବାହାନଗା, ଶିମୁଳିଆ, ନୀଳଗିରି, ବସ୍ତା, ଭୋଗରାଇ, ରେମୁଣା, ବାଳିଆପାଳ, ବାଲେଶ୍ବର ଓ ସୋର ବ୍ଲକରେ ବିଜେପି ଉନ୍ନତ ପ୍ରଦର୍ଶନ କରିଥିଲେ ମଧ୍ୟ ତାହା ଦଳ ପାଇଁ ଯଥେଷ୍ଟ ହୋଇନଥିଲା ।

ରାଜନୈତିକ ସ୍ଥିତି...

ବାଲେଶ୍ବର ଜିଲ୍ଲାରେ ରାଜ୍ୟର 3 ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ନିଜସ୍ବ ଭୋଟ ବ୍ୟାଙ୍କ ରହିଛି । ହେଲେ ନିଜ ଖାତା ଆଣିବାରେ ରାଜନୈତିକ ଦଳ ଗୁଡିକ କେତେ ସଫଳ ହେଉଛନ୍ତି ତାହାକୁ ଅପେକ୍ଷା କରିବାକୁ ପଡିବ । କାରଣ ଜିଲ୍ଲାରେ ବିଜେଡି ଗତ 2019 ସାଧାରଣ ନିର୍ବାଚନରେ 6 ଟି ବିଧାନସଭା ଆସନରେ ବିଜୟୀ ହୋଇଥିବା ବେଳେ, ବିଜେପି ସଦର ଓ ନୀଳଗିରି ଦଖଲ କରିଥିଲା । ଏହାସହ ବିଜେଡିର ସାଂସଦ ଥାଇ ମଧ୍ୟ ଲୋକସଭା ନିର୍ବାଚନ ହାରିଯାଇଥିଲେ ଦଳୀୟ ପ୍ରାର୍ଥୀ ରବିନ୍ଦ୍ର ଜେନା । ହେଲେ ବିଜେପି 2020 ରେ ସଦର ଆସନରେ ହୋଇଥିବା ଉପ-ନିର୍ବାଚନରେ ହାରିଯାଇଛି । ହେଲେ ଦଳ 2009 ପରେ ପୁଣି ଥରେ ବାଲେଶ୍ବର ଲୋକସଭା ଆସନ ଫେରିପାଇଛି। ପ୍ରତାପ ଷଡଙ୍ଗୀ ପ୍ରଥମ ଥର ଯାଇଛନ୍ତି ଲୋକସଭା । ଅନ୍ୟପଟେ ଦିନେ ବାଲେଶ୍ବର କଂଗ୍ରେସ ଗଡ ଥିବାବେଳେ ଏବେ ଗଡ ବିଲୁପ୍ତ ହେବା ସ୍ଥିତିରେ । ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ଏଠି ଭାଗ୍ୟ ପରୀକ୍ଷା କରୁଥିଲେ ମଧ୍ୟ ସଫଳ ହୋଇପାରିନାହାଁନ୍ତି ।

ତେବେ ଚଳିତ ପଞ୍ଚାୟତ ନିର୍ବାଚନରେ ପୁଣି କେଉଁ ଦଳର ପଲ୍ଲା ଭାରି ରହୁଛି କିଏ ବାଲେଶ୍ବର ଜିଲ୍ଲା ପରିଷଦ ଗଠନ କରୁଛି ତାହା ଆସନ୍ତା ମାସ ଶେଷ ସୁଦ୍ଧା ସ୍ପଷ୍ଟ ହୋଇଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.