ETV Bharat / state

Panchayat Election: ବିକାଶ ବନାମ ସିମ୍ପାଥି, ଗୋବିନ୍ଦପୁରରେ କିଏ ମାରିବ ବାଜି ?

author img

By

Published : Jan 31, 2022, 8:45 AM IST

Updated : Jan 31, 2022, 10:06 AM IST

ପାଖଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ । ନାମାଙ୍କନ ଦାଖଲ ପରେ ଏବେ ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ଚାଲିଛି ଜୋରସୋରେ ପ୍ରଚାର । ଭୋଟରଙ୍କୁ ପାଖକୁ ପହଞ୍ଚୁଛନ୍ତି ପ୍ରାର୍ଥୀ । ମାଗୁଛନ୍ତି ଭୋଟ । ଅଧିକ ପଢନ୍ତୁ

Panchayat Election: ଗୋବିନ୍ଦପୁରରରେ କମ୍ପୁଛି ପ୍ରଚାର ମଇଦାନ

ବାଲେଶ୍ବର: ପାଖଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ । ନାମାଙ୍କନ ଦାଖଲ ପରେ ଏବେ ପ୍ରାର୍ଥୀମାନେ ଗାଁ ଗାଁ ପ୍ରଚାର ଆରମ୍ଭ କରିଛନ୍ତି । ଭୋଟର ମାନଙ୍କୁ ନିଜ ସପକ୍ଷରେ ମତଦାନ ପାଇଁ ପ୍ରତିଶ୍ରୁତିର ବର୍ଷା କରୁଛନ୍ତି । ତେବେ ଜିଲ୍ଲାର ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ନିର୍ବାଚନକୁ ନେଇ ମଧ୍ୟ ଜୋରସୋର ଆରମ୍ଭ ହୋଇଯାଇଛି ପ୍ରସାର । ପଞ୍ଚାୟତରେ ଫେବୃଆରୀ 20 ତାରିଖ ନିର୍ବାଚନ ହେବାକୁ ଥିବାବେଳେ ଚିହ୍ନ ମିଳିବା ପରେ ପ୍ରାର୍ଥୀମାନେ ହାତରେ ପୁସିଂ କାର୍ଡ ଧରି ନିଜ ସପକ୍ଷରେ ଭୋଟ ମାଗିବା ପାଇଁ ଘରଘର ବୁଲି ପ୍ରଚାର କରୁଛନ୍ତି।

Panchayat Election: ବିକାଶ ବନାମ ସିମ୍ପାଥି, ଗୋବିନ୍ଦପୁରରେ କିଏ ମାରିବ ବାଜି ?

ଗୋବିନ୍ଦପୁର ପଞ୍ଚାୟତରେ ଚଳିତ ବର୍ଷ ସରପଞ୍ଚ ପଦ ପାଇଁ ତିନି ଜଣ ନାମାଙ୍କନ ଦାଖଲ କରିଥିବା ବେଳେ ଗୋଟେପଟେ ଗତ 5 ବର୍ଷ ଧରି ସରପଞ୍ଚଙ୍କ ପ୍ରତିନିଧି ଭାବେ କାର୍ଯ୍ୟକରୁଥିବା ରବୀନ୍ଦ୍ର ବେହେରାଙ୍କ ପୁତ୍ରବଧୂଙ୍କୁ ସରପଞ୍ଚ ଭାବେ ମୈଦାନକୁ ଓହ୍ଲାଇଛନ୍ତି । ଅନ୍ୟପଟେ ପୂର୍ବରୁ ଗୋବିନ୍ଦପୁର ପଞ୍ଚାୟତର ଜଣେ ଟାଣୁଆ ନେତା କୁହାଯାଉଥିବା ଅଭୟ ମହାନ୍ତିଙ୍କ ଗତ କିଛି ମାସ ହେବ ଅକାଳ ବିୟୋଗ ହୋଇଥିବା ବେଳେ ତାଙ୍କ ପତ୍ନୀ ସରପଞ୍ଚ ପଦରେ ନାମାଙ୍କନ ଦାଖଲ କରିଛନ୍ତି ।

ଗୋଟେପଟେ ବିକାଶର ନାରା ଦିଆଯାଉଥିବା ବେଳେ ଅନ୍ୟପଟେ ଟାଣୁଆ ନେତାଙ୍କ ସ୍ତ୍ରୀ ମୈଦାନରେ ଥିବାରୁ ସରପଞ୍ଚ ପଦ ପାଇଁ ଲଢେଇ ଜୋରଦାର ହେବ ବୋଲି ସ୍ପଷ୍ଟ ବାରି ହୋଇ ପଡୁଛି । ବିକାଶର ନାରା ଦେଇ ଆରମ୍ଭ ହୋଇଛି ପ୍ରଚାର । ସେହିପରି ସମିତିସଭ୍ୟ ପଦ ପାଇଁ ଦୁଇଟି ଦଳର ଦୁଇଜଣ ପ୍ରାର୍ଥିନୀ ନାମାଙ୍କନ ଦାଖଲ କରିଥିବା ବେଳେ ଗୋଟିଏ ଦଳର ପ୍ରାର୍ଥିନୀଙ୍କ ପଲା ଭାରି ଥିବା କଥା କୁହାଯାଉଛି । ଚଳିତ ଥର ଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେବା ନେଇ ମତ ପ୍ରକାଶ ପାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jan 31, 2022, 10:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.