ETV Bharat / state

ଜେଇ ସିଭିଲ ମେନ୍‌ ପରୀକ୍ଷା ରଦ୍ଦ କଲା OSSC, ଜାଣନ୍ତୁ କେବେ ହେବ ପରୀକ୍ଷା

author img

By

Published : Jul 23, 2023, 9:00 PM IST

ପ୍ରଶ୍ନପତ୍ର ଲିକ ଘଟଣାକୁ ନେଇ ଜେଇ ସିଭିଲ ମେନ୍‌ ପରୀକ୍ଷା ରଦ୍ଦ କଲା OSSC । ଜାଣନ୍ତୁ ପରୀକ୍ଷାର ଆଗାମୀ ତାରିଖ । ଅଧିକ ପଢନ୍ତୁ

Etv Bharat
Etv Bharat
ଜେଇ ସିଭିଲ ମେନ୍‌ ପରୀକ୍ଷା ରଦ୍ଦ କଲା OSSC

ଭୁବନେଶ୍ବର/ବାଲେଶ୍ବର: ଜେଇ ସିଭିଲ ମେନ୍‌ ପରୀକ୍ଷା ରଦ୍ଦ କଲା OSSC । ଗତ ୧୬ ତାରିଖରେ ହୋଇଥିବା ପରୀକ୍ଷାକୁ ରଦ୍ଦ କରିଛି OSSC । ଏନେଇ ସୂଚନା ଜାରି କଲା OSSC । ତେବେ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ହେବ ଏହି ଲିଖିତ ପରୀକ୍ଷା । ଏହି ପରୀକ୍ଷାକୁ ନେଇ ଜାଲିଆତି ହୋଇଥିବା ଅଭିଯୋଗ ଆସିବା ପରେ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

JE Civil Main examination
ଜେଇ ସିଭିଲ ମେନ୍‌ ପରୀକ୍ଷା ରଦ୍ଦ କଲା OSSC

ପରୀକ୍ଷା ପରେ ଅନେକ ଛାତ୍ରଛାତ୍ରୀ ଜାଲିଆତି ଅଭିଯୋଗ ଆଣିବା ପରେ ଆରମ୍ଭ ହୋଇଥିଲା ଅନୁସନ୍ଧାନ । ଆଜି ଏହି ପରୀକ୍ଷାକୁ ରଦ୍ଦ କରିବା ନେଇ ନୋଟିସ ଆସିବା ପରେ ଏଥିରୁ ସ୍ପଷ୍ଟ ହୋଇଛି ଯେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା । ତେବେ ଏହି ଘଟଣାରେ ୯ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏଥିରେ ଥିବା ମାଷ୍ଟରମାଇଣ୍ଡକୁ ମଧ୍ୟ ଚିହ୍ନଟ କରାଯାଇଛି । ତେବେ ଏହି ପରୀକ୍ଷା ପାଇଁ ଆଶାୟୀମାନଙ୍କଠାରୁ ପ୍ରଶ୍ନପତ୍ର ପାଇଁ ପାଖାପାଖି ୮ରୁ ୧୦ ଲକ୍ଷ ନେବାକୁ ଚୁକ୍ତି ହୋଇଥିଲା ବୋଲି ଅଭିଯୋଗ ଆସିଥିଲା ।

ଏହା ବି ପଢନ୍ତୁ- OSSC ଅଫିସ ଆଗରେ ବିକ୍ଷୋଭ, ଦୁର୍ନୀତି ମୁକ୍ତ ପରୀକ୍ଷା ଦାବିରେ ଆଶାୟୀଙ୍କ ଧାରଣା

ଏପଟେ ବାଲେଶ୍ଵର ଏସ୍‌ପିଙ୍କ ରିପୋର୍ଟ ଆଧାରରେ 16 ଜୁଲାଇ 2023ରେ କରାଯାଇଥିବା JE (ସିଭିଲ୍) ପରୀକ୍ଷା ପାଇଁ ମୁଖ୍ୟ ଲିଖିତ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ 3 ସେପ୍ଟେମ୍ବର 2023 ରେ JE (ସିଭିଲ୍) ପାଇଁ ଏକ ନୂତନ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ ବୋଲି OSSC ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ଏହି ଘଟଣାକୁ ନେଇ ଦୁଇ ଦିନ ତଳେ ଭୁବନେଶ୍ଵରରେ ଥିବା OSSC ଅଫିସ ଆଗରେ ଆଶାୟୀ ପରୀକ୍ଷାର୍ଥୀଙ୍କ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦୁର୍ନୀତି ମୁକ୍ତ ପରୀକ୍ଷା ଦାବି କରି ଓଡ଼ିଶା ଷ୍ଟାଫ ସିଲେକସନ କମିଶନ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିଲେ ଶତାଧିକ ଆଶାୟୀ ।

କିଛି ଦିନ ତଳେ ପ୍ରଶ୍ନପତ୍ର ପ୍ରଘଟ ଓ ୧୦ ଲକ୍ଷ ଟଙ୍କାର ଡିଲ ସାମ୍ନାକୁ ଆସିଥିବା ଅଭିଯୋଗ ହୋଇଥିଲା। ଏହି ଡିଲ ଜରିଆରେ ୮୮ ଜଣ ପରୀକ୍ଷାର୍ଥୀ ପ୍ରଶ୍ନପତ୍ର ପାଇଥିଲେ । ତେବେ ସେମାନଙ୍କ ନାଁ ସର୍ବସମ୍ମୁଖକୁ ଅଣାଯାଉ ବୋଲି ଆଶାୟୀମାନେ ଦାବି କରିଥିଲେ । ସେମାନଙ୍କର ଅଭିଯୋଗ ଥିଲା ଯେ, ଏହା ସହ OSSC ସମ୍ବନ୍ଧିତ ଜୁନିଅର ଇଞ୍ଜିନିୟର ପୋଷ୍ଟଟି କେବଳ ଡିପ୍ଲୋମା ଇଞ୍ଜିନିୟର ଆଶାୟୀଙ୍କ ପାଇଁ ଉଦ୍ଦିଷ୍ଟ ରହିଥିଲା । ତେବେ କେତେକ ବିଟେକ୍‌ ଇଞ୍ଜିନିୟର ପିଲାମାନେ ଡିପ୍ଲୋମା ନକରି ଏହି ପୋଷ୍ଟକୁ ଅକ୍ତିଆର କରିବାକୁ ଉଦ୍ୟମ କରୁଛନ୍ତି ଯାହା ନ୍ୟାୟ ସମ୍ମତି ନୁହେଁ । ତେବେ ସରକାର ଏବଂ ଡିପ୍ଲୋମା ସର୍ଭିସ୍ କ୍ୟାଡର ରୁଲକୁ ଭ୍ରୁକ୍ଷେପ କରି ବି.ଟେକ୍‌ ଇଞ୍ଜିନିୟର ପିଲାମାନେ ଜୁନିଅର ଇଞ୍ଜିନିୟର ପୋଷ୍ଟ ପାଇଁ ପରୀକ୍ଷା ଦେଇ ଚାଲିଛଥିବା ସେମାନେ ଅଭିଯୋଗ କରିଥିଲେ ।

ସରକାରୀ ଚାକିରି କରାଇଦେବା ଓ ପରୀକ୍ଷା ପୂର୍ବରୁ ଆବେଦନକାରୀଙ୍କୁ ପ୍ରଶ୍ନପତ୍ର ଯୋଗାଇଦେବା ଅଭିଯୋଗରେ ଗତ 16 ତାରିଖ ବାଲେଶ୍ଵର ପୋଲିସ 9 ଜଣ ଦଲାଲଙ୍କୁ ଗିରଫ କରିଥିଲା । ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ବାଲେଶ୍ଵର ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ବାହାର ରାଜ୍ୟରେ ତନାଘନା କରୁଛି । ଏକ ହୋଟେଲରେ ପରୀକ୍ଷା ପ୍ରଶ୍ନପତ୍ର ପିଲାମାନଙ୍କୁ ଦିଆଯିବା ବେଳେ ପୋଲିସ ଚଢ଼ାଉ କରିଥିଲା ଏବଂ ଏମିତି ଏକ ରାକେଟର ପର୍ଦ୍ଦାଫାସ କରିବାରେ ସକ୍ଷମ ହୋଇଥିଲା । ଏହାସହ 16 ତାରିଖରେ ଉଦ୍ଧାର ହୋଇଥିବା ପିଲାମାନଙ୍କ ମଧ୍ୟରୁ ଅଳ୍ପ କେତେଜଣ ପିଲା ପ୍ରଶ୍ନପତ୍ର ପାଇଥିବା ବେଳେ ଅନ୍ୟମାନେ ପାଇବା ଆଗରୁ ପୋଲିସ ଚଢ଼ାଉ କରିଥିଲା ବୋଲି ଏସପି ସାଗରିକା ନାଥ ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି ।

ଏଥିପାଇଁ କେଉଁ ପିଲା ପ୍ରଶ୍ନପତ୍ର ପାଇଛି ଓ କିଏ ପାଇନାହିଁ ସେ ବିଷୟରେ ତଥ୍ୟ ମିଳି ପାରୁନାହିଁ । ଏହାସହ 16 ତାରିଖ OSSC JEE MAINS ପରୀକ୍ଷାର ପ୍ରଶ୍ନପତ୍ର ଲିକ ଲରାଯାଇଥିଲା । ଦଲାଲମାନେ ଆବେଦନକାରୀଙ୍କ ଅରିଜିନାଲ ସାର୍ଟିଫିକେଟ ନିଜ ପାଖରେ ରଖି ସେମାନଙ୍କୁ ପ୍ରଶ୍ନପତ୍ର ଦେଉଥିଲେ । ପରୀକ୍ଷାରେ ସମାନ ପ୍ରଶ୍ନ ଆସୁଥିଲେ ଦଲାଲମାନେ ପିଲାମାନଙ୍କଠାରୁ ଡିଲ୍‌ ହୋଇଥିବା ଟଙ୍କାର ଅଧା ନେଉଥିଲେ ଏବଂ ସରକାରୀ ଚାକିରି ହେବାପରେ ଆଉ ଅଧା ଟଙ୍କା ନେଇ ପିଲାମାନଙ୍କୁ ସେମାନଙ୍କ ସାର୍ଟିଫିକେଟ ଫେରାଉଥିଲେ । ଏହି ପ୍ରଶ୍ନପତ୍ର ଡିଲ୍‌ ମାମଲାରେ ଜଣେ ଆବେଦନକାରୀଙ୍କ ପାଖରୁ 8ରୁ 10 ଲକ୍ଷ ଟଙ୍କା ଯାଏଁ ଦଲାଲମାନେ ଦାବି କରୁଥିଲେ ।

ଇଟିଭି ଭାରତ, ଭୁବନେଶ୍ବର/ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.