ବାଲେଶ୍ବର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ମତଦାନ । ବାଲେଶ୍ବର ଜିଲ୍ଲା ବାହାନା ବ୍ଲକର 118ଟି ବୁଥରେ ଲକ୍ଷାଧିକ ଭୋଟର ନିଜର ମତ ସାବ୍ୟସ୍ତ କରିଥିବା ଦେଖିବାକୁ ମିଳିଛି । ତେବେ ଭୋଟିଂ ବେଳେ ପ୍ରବଳ ଗୁଳୁଗୁଳିରେ ଜଣେ ପ୍ରିଜାଇଡିଂ ଅଫିସର ଚେତା ହରାଇ ବସିଥିଲେ । ଏନେଇ ଉକ୍ତ ବୁଥରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା ।
ଆଜି ସକାଳେ ବିଭିନ୍ନ ପୋଲିଂ ବୁଥରେ ଭିଭିପାଟ ଓ ଇଭିଏମ ମେସିନ ତ୍ରୁଟି ଥିବାରୁ ଭୋଟିଂରେ ବିଳମ୍ବରେ ହୋଇଥିଲା । ତେବେ ଏହି ସମୟରେ ପ୍ରବଳ ଗରମ ହୋଇଥିଲା । ଗୁଳୁଗୁଳିରେ ଭୋଟିଂ ପ୍ରକ୍ରିୟା ଚାଲିଥିବାବେଳେ ସଖୀ ବୁଥ ହୋଇଥିବା 50 ନମ୍ବର ବୁଥର ପ୍ରିଜାଇଡିଂ ଅଫିସର ସ୍ବାଗତିକ। ନାୟକ (27) ଅଂଶୁଘାତ ଜନିତ ଚେତା ହରାଇ ଥିଲେ ।
ତାଙ୍କୁ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ସ୍ଥାନ।ନ୍ତର କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ଉକ୍ତ ବୁଥରେ ମତଦାନକୁ ନେଇ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ