ETV Bharat / state

ବିଲରେ କାମ କରୁଥିଲେ ମାରିଲା ବିଜୁଳି, ଟଳି ପଡିଲେ ଚାଷୀ

author img

By

Published : Oct 5, 2022, 12:12 PM IST

ଚାଷ କାମ କରୁଥିବା ବେଳେ ବଜ୍ରପାତରେ ଚାଷୀଙ୍କ ମୃତ୍ୟୁ । ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଖଇରା ଅଞ୍ଚଳରେ । ଅଧିକ ପଢ଼ନ୍ତୁ

ଚାଷ କାମ କରୁଥିବା ବେଳେ ବଜ୍ରପାତରେ ଚାଷୀଙ୍କ ମୃତ୍ୟୁ

ବାଲେଶ୍ଵର: ଚାଷ ଜମିରେ କାମ କରୁଥିବା ବେଳେ ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଖଇରା ଅଞ୍ଚଳରେ । ଖଇରା ଥାନା କଅଁଳଖୁଣ୍ଟା ଗ୍ରାମର ବିବେକାନନ୍ଦ ଖୁଣ୍ଟିଆ ଓ ତାଙ୍କ ବଡ଼ଭାଇ ସମ୍ବୁନାଥ ଖୁଣ୍ଟିଆ ଚାଷ କାମ କରିବା ପାଇଁ ବିଲକୁ ଯାଇଥିଲେ ।

ବିଲରେ କାମ କରୁଥିବା ବେଳେ ହଠାତ୍‌ ବଜ୍ରପାତ ହୋଇଥିଲା । ତେବେ ଏଥିରେ ବିବେକାନନ୍ଦ ବିଲରେ ଟଳି ପଡ଼ିଥିଲେ । ସେଠାରେ କାମ କରୁଥିବା ଶମ୍ବୁନାଥ ଏହାଦେଖି ଗ୍ରାମବାସୀଙ୍କୁ ଡାକିଥିଲେ । ପରେ ଗ୍ରାମବାସୀଙ୍କ ସହଯୋଗରର ବିବେକାନନ୍ଦଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଖଇରା ମେଡ଼ିକାଲ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ଖଇରା ଥାନା ଆଇଆଇସି ଗଣେଶ୍ବର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ଉପେନ୍ଦ୍ର କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବାସହିତ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏନେଇ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।

ସେପଟେ ପରିବାର ଏବେ କାନ୍ଦ ବୋବାଳିରେ ଫାଟି ପଡୁଛି । ବିବେକାନନ୍ଦ ଆଉ ଫେରିବେନି । ଏହାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ଲୋକେ । ସାନଭାଇ କଥା ଭାବି ଆଖିରୁ ଲୁହ ଝରାଉଛି ବଡ଼ଭାଇ । ଆଉ ନିଜ ଭାଗ୍ୟକୁ ନିନ୍ଦୁଛି । ଦୁହେଁ ହସଖୁସିରେ ଘରୁ ବାହାରିଥିଲେ । ହେଲେ କିଏ ବା ଜାଣିଥିଲା ଅଧାବାଟରୁ ଯମ ବିବେକାନନ୍ଦଙ୍କୁ ନେଇଯିବ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.