ETV Bharat / state

କୋଭିଡ ହସ୍ପିଟାଲରୁ ଓଡ଼ିଆ ଶ୍ରମିକଙ୍କ ମିଳୁନି ପତ୍ତା

ମୁମ୍ବାଇର ଏକ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳର ଜଣେ ଶ୍ରମିକଙ୍କ ମିଳୁନି ପତ୍ତା । ତାଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ପରିବାର ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : May 18, 2020, 4:43 PM IST

Updated : May 18, 2020, 8:44 PM IST

କୋଭିଡ ହସ୍ପିଟାଲରୁ ଓଡ଼ିଆ ଶ୍ରମିକଙ୍କ ମିଳୁନି ପତ୍ତା
କୋଭିଡ ହସ୍ପିଟାଲରୁ ଓଡ଼ିଆ ଶ୍ରମିକଙ୍କ ମିଳୁନି ପତ୍ତା

ବାଲେଶ୍ବର: ମୁମ୍ବାଇର ଏକ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳର ଜଣେ ଶ୍ରମିକଙ୍କ ପତ୍ତା ମିଳୁନାହିଁ । ତାଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ପରିବାର ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ସୋର ଥାନା ବାଳଙ୍ଗ ଗ୍ରାମର ଜଣେ ଯୁବକ 4 ବର୍ଷ ତଳେ ମୁମ୍ବାଇ କାମ ଆଶାରେ ଯାଇଥିଲେ । ସେଠାରେ ସେ ଏକ ହୋଟେଲରେ ସୁପରଭାଇଜର ଭାବେ କାମ କରୁଥିଲେ । ହଠାତ ତାଙ୍କୁ ଜ୍ୱର ହେବାରୁ ତାଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା । ପରେ ତାଙ୍କର ପଜିଟିଭ ଆସିବାରୁ ତାଙ୍କୁ କେଇଏମ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ସେ ନିଜ ଘର ଲୋକଙ୍କ ସହ କଥା ହୋଇଛନ୍ତି ।

ମାତ୍ର ଦୁଇଦିନ ଧରି ତାଙ୍କୁ ଯୋଗାଯୋଗ କରିବା ସମ୍ଭବ ହୋଇନାହିଁ । ତାଙ୍କ ମୋବାଇଲ ସୁଇଚ ଅଫ ଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ଘରର ମୁଖ୍ୟ ଲୋକଙ୍କୁ ମୁମ୍ବାଇ ପଠାଅ । ଏମିତି ପରିସ୍ଥିତିରେ ଯୁବକଙ୍କ ସ୍ତ୍ରୀ ସ୍ୱାମୀଙ୍କୁ ଓଡିଶା ଆଣିବା ପାଇଁ ସୋର ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : May 18, 2020, 8:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.