ETV Bharat / state

ନେସ୍କୋ ଅଫିସ ଭିତରେ ଜେଇଙ୍କ ତାସ ଖେଳ, ଭିଡିଓ ଭାଇରାଲ - officer busy in gamblimbling on duty time

ବାଲେଶ୍ଵର ନେସ୍କୋ ସର୍କଲ ଅଧିନ ଅଡା ସେକ୍ସନ କାର୍ଯ୍ୟାଳୟରେ ବିଦ୍ୟୁତ କର୍ମଚାରୀଙ୍କ ତାସ ଖେଳ ଭିଡିଓ ଭାଇରାଲ ହେବାରେ ଲାଗିଛି।

balasore nesco office
ଜେଇଙ୍କ ତାସ ଖେଳ ଭିଡିଓ
author img

By

Published : Feb 24, 2020, 7:18 PM IST

ବାଲେଶ୍ଵର: ଡ୍ୟୁଟି ସମୟରେ ବିଦ୍ୟୁତ କର୍ମଚାରୀଙ୍କ ତାସ ଖେଳ । ବାଲେଶ୍ଵର ନେସ୍କୋ ସର୍କଲ ଅଧିନ ଅଡା ସେକ୍ସନ କାର୍ଯ୍ୟାଳୟରେ ବିଦ୍ୟୁତ କର୍ମଚାରୀଙ୍କ ତାସ ଖେଳ ଭିଡିଓ ଭାଇରାଲ ହେବାରେ ଲାଗିଛି। ଖାଲି ସେତିକି ନୁହେଁ, କର୍ମଚାରୀମାନଙ୍କ ସହ ଦାୟିତ୍ବରେ ଥିବା ଜେଇ ମଧ୍ୟ ତାସ ଖେଳରେ ମସଗୁଲ ହୋଇଥିବା ଦେଖିବାକୁ ମିଳିଛି।

ଜେଇଙ୍କ ତାସ ଖେଳ ଭିଡିଓ

ଭାଇରାଲ ହୋଇଥିବା ଭିଡ଼ିଓରେ ଦେଖାଯାଇଛି ଯେ, ଜୁନିଅର ଇଞ୍ଜିନିୟର ଜଣକ ଡିୟୁଟି ସମୟରେ ଥାଇ ଅନ୍ୟ କର୍ମଚାରୀଙ୍କ ସହ ମିଶି ତାସ ଖେଳୁଛନ୍ତି । ଆଉ ସବୁଠୁ ବଡ କଥା ହେଲା ସମସ୍ତେ ଡ୍ରେସକୋଡ଼ରେ ମଧ୍ୟ ଅଛନ୍ତି।

ବିଦ୍ୟୁତ ବିଭାଗରେ ଥିବା ବିଭିନ୍ନ ତ୍ରୁଟିକୁ ସଜାଡ଼ିବାରେ ବ୍ୟାପକ ଅନିୟମିତତା ଦେଖା ଦେଉଥିବା ବେଳେ କର୍ମଚାରୀମାନେ ତାସ ଖେଳରେ ମସଗୁଲ ରହିବା ଘଟଣାକୁ ନେଇ ଲୋକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।

ତେବେ ଭାଇରାଲ ହୋଇଥିବା ଭିଡିଓ କେବେ ଓ କେଉଁ ପରିସ୍ଥିତିରେ କର୍ମଚାରୀମାନେ ଏଭଳି ଅଫିସ ଭିତରେ ତାସ ଖେଳୁଛନ୍ତି ତାହା ତଦନ୍ତ ପରେ ହିଁ ଜଣାପଡିବ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.