ETV Bharat / state

ଜୀବନ ଜୀବିକା ହକରେ ପଥବିକ୍ରେତା ସଂଘର ବିକ୍ଷୋଭ - ବିକ୍ଷୋଭ ପ୍ରଦର୍ଶନ

11 ଦଫା ଦାବି ନେଇ ବାଲେଶ୍ଵର ଜିଲ୍ଲା ପଥବିକ୍ରେତା ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ

odisha street vendor union protest
odisha street vendor union protest
author img

By

Published : Jan 12, 2023, 6:49 PM IST

odisha street vendor union protest

ବାଲେଶ୍ବର: ବାଲେଶ୍ଵର ଜିଲ୍ଲା ପଥବିକ୍ରେତା ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ । ପଥବିକ୍ରେତାଙ୍କୁ ଉଚ୍ଛେଦ କରାଯାଉଥିବା ବେଳେ ସେମାନଙ୍କୁ ଥଇଥାନ ଦିଗରେ ଜିଲ୍ଲା ପ୍ରଶାସନ କିମ୍ବା ପୌର ପ୍ରଶାସନ ଆଦୌ ଯତ୍ନବାନ ହେଉ ନଥିବା ଅଭିଯୋଗ ହୋଇଛି । ଏଭଳି 11 ଦଫା ଦାବି ନେଇ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ଦାବି ଗୁଡିକ ହେଲା ପ୍ରଥମେ ପଥ ବିକ୍ରେତା ଜୀବିକା ସୁରକ୍ଷା ଓ ପଥବିକ୍ରୟ ବିନିୟମ ଆଇନ୍-୨୦୧୪ ବାଲେଶ୍ବର ସହରରେ ସଠିକ୍ ଭାବେ କାର୍ଯ୍ୟକାରୀ କରାଯାଉ । ଏଥିସହ ବାଲେଶ୍ଵର ଟାଉନ୍ ଭେଣ୍ଡିଂ କମିଟି ବୈଠକ ଡକାଯାଇ ବେଆଇନ୍ ଉଚ୍ଛେଦର ସମୀକ୍ଷା କରାଯାଉ । ବେଆଇନ୍ ଉଚ୍ଛେଦ ପ୍ରକ୍ରିୟାରେ ବୁଲଡୋଜର୍ ଲଗାଇ ଧ୍ବଂସ କରାଯାଇଥିବା ଷ୍ଟେସନାରୀ ଭେଣ୍ଡିଂ ଷ୍ଟଲ୍‌ ଓ ମୋବାଇଲ୍ ଭେଣ୍ଡିଂ ଷ୍ଟଲ୍‌ ଧ୍ୱଂସର କ୍ଷତିପୂରଣ ଦିଆଯିବା ସହ ବେଆଇନ୍ ଉଚ୍ଛେଦ ପ୍ରକ୍ରିୟା ପ୍ରଦାନ କରାଯାଉ ।

ଅନ୍ୟପଟେ ଗତ ୨ଶହ ବର୍ଷର ଐତିହ୍ୟ ବହନକାରୀ ବାଲେଶ୍ଵର ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରକୁ ମିଶନ ଶକ୍ତିର ସପିଂ ସେଣ୍ଟର୍ କରାଯାଇ ଏହାର ଐତିହ୍ୟକୁ ଜଳାଞ୍ଜଳି ଦେବାର ସମସ୍ତ ହୀନ ପ୍ରୟାସ ପ୍ରତ୍ୟାହାର କରାଯାଉ । ବାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସ୍ୱାଧୀନତା ଆନ୍ଦୋଳନର ୨ଶହ ବର୍ଷର ଐତିହାସିକ କୀର୍ତ୍ତିରାଜି ବହନକାରୀ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଉ । ସମସ୍ତ ସରକାରୀ ଓ ବେସରକାରୀ ଓ ବ୍ୟବସାୟିକ କାର୍ଯ୍ୟାଳୟରେ ନିଜସ୍ବ ପାର୍କିଂ ବ୍ୟବସ୍ଥା କରାଯାଉ । ପଥ ବିକ୍ରେତାମାନଙ୍କଠାରୁ ଆଦାୟ କରାଯାଉଥିବା ମାହାସୁଲ ରସିଦ୍ ଟିଭିସି ପକ୍ଷରୁ ସଂପୃକ୍ତ ପଥ ବିକ୍ରେତାଙ୍କୁ ପ୍ରଦାନ କଲାବେଳେ ପଥ ବିକ୍ରେତାଙ୍କ ନାମ ଓ ଠିକଣା ଉଲ୍ଲେଖ କରାଯାଉ ।

ସେହିପରି ପଥବିକ୍ରୟ ଭିତ୍ତିକ୍ଷେତ୍ର ନିର୍ମାଣ ପାଇଁ ଅର୍ବାନ୍ ଲାଇଭଲିହୁଡ଼ ମିଶନ୍ ଶତକଡ଼ା ୫ ଭାଗ ବ୍ୟୟ କରାଯାଇ ସହରରେ ଥିବା ପଥ ବିକ୍ରେତାଙ୍କ ପାଇଁ ପର୍ଯ୍ୟାୟକ୍ରମରେ ଉନ୍ନତ ଗୁଣମାନର ଷ୍ଟେସନାରୀ ଓ ମୋବାଇଲ୍ ଭେଣ୍ଡିଂ ଷ୍ଟଲ, ତଥା ମୋବାଇଲ୍ ଭେଣ୍ଡିଂ ଷ୍ଟଲ୍‌ର ପାର୍କିଂସ୍ଥଳୀ ବ୍ୟବସ୍ଥା କରାଯାଉ । ପ୍ରଧାନମନ୍ତ୍ରୀ ସ୍ଵନିଧି ଯୋଜନା ଅନ୍ତର୍ଗତ ଋଣ ଆବେଦନର ଲେଟର୍ ଅଫ୍ ରେକମେଣ୍ଡେସନ୍ (LOR) ପାଇଥିବା ତଥା ଗ୍ରେଡ଼-ବି ଓ ଗ୍ରେଡ୍-ସି ତାଲିକାଭୁକ୍ତ ସମସ୍ତ ପଥ ବିକ୍ରେତାଙ୍କୁ ପଥ ବିକ୍ରେତା ଜୀବିକା ସୁରକ୍ଷା ଓ ପଥବିକ୍ରୟ ବିନିୟମ ଆଇନ୍-୨୦୧୪ ଭିଭିରେ ସାର୍ଟିଫିକେଟ୍ ଅଫ୍ ରେଜିଷ୍ଟ୍ରେସନ୍ ଅଫ୍ ଭେଣ୍ଡିଂ ଅବିଳମ୍ବେ ପ୍ରଦାନ କରାଯାଉ ।

ପଥ ବିକ୍ରେତା ଜୀବିକା ସୁରକ୍ଷା ଓ ପଥବିକ୍ରୟ ବିନିୟମ ଆଇନ୍-୨୦୧୪ ପ୍ରଣୟନ ପୂର୍ବରୁ ରହିଆସିଥିବା ଧାରା-୩୩ ମୁତାବକ ପଥ ବିକ୍ରେତା ବିରୋଧୀ ସମସ୍ତ ଆଇନ୍ ଓ ନିୟମାବଳୀ ୨୦୧୪ ମେ' ପହିଲାଠାରୁ ଇତିମଧ୍ୟରେ ଜିଲ୍ଲା ପ୍ରଶାସନ, ପୌରପ୍ରଶାସନ ଓ ପୋଲିସ୍ ପ୍ରଶାସନ ପଥ ବିକ୍ରେତାଙ୍କର କ୍ଷତି କରିଥିବା ସମସ୍ତ ସାମଗ୍ରୀର କ୍ଷତିପୂରଣ ସଂପୃକ୍ତ ଅଧିକାରୀମାନଙ୍କ ବେତନରୁ ଭରଣା କରାଯାଉ ଭଳି ଦାବି ଉପସ୍ଥାପନ କରାଯାଇଛି । ଦାବି ସମୂହ 15 ଦିନ ଭିତରେ ପୂରଣ ନ ହେଲେ 30 ଜାନୁଆରୀଠାରୁ ଅହିଂସା ସତ୍ୟାଗ୍ରହ ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ଯାଏଁ କରାଯିବା ନେଇ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.