ETV Bharat / state

କାଳ ହେଲା ମାନସିକ ଦୁଶ୍ଚିନ୍ତା, ଭିଡିଓ କରି ଯୁବକ ନେଲେ ଚରମ ନିଷ୍ପତ୍ତି - ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ ଆତ୍ମହତ୍ୟା କଲେ ଯୁବକ

ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଚରମ ନିଷ୍ପତ୍ତି ନେଲେ ଯୁବକ । ପାରିବାରିକ କଳହରୁ ତାଙ୍କର ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢ଼ନ୍ତୁ

ଯୁବକଙ୍କ ଆତ୍ମହତ୍ୟାଜନିତ ମୃତ୍ଯୁ
ଯୁବକଙ୍କ ଆତ୍ମହତ୍ୟାଜନିତ ମୃତ୍ଯୁ
author img

By

Published : Mar 10, 2023, 7:15 PM IST

କାଳ ହେଲା ମାନସିକ ଦୁଶ୍ଚିନ୍ତା

ବାଲେଶ୍ଵର: ପରିବାରିକ କଳହ କାରଣରୁ ଭିଡିଓ କରି ଚରମ ନିଷ୍ପତ୍ତି ନେଲେ ଯୁବକ । ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିବା ପରେ ହାଇଦ୍ରାବାଦସ୍ଥିତ ତାଙ୍କ ଭଡାଘରେ ତାଙ୍କର ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଯୁବକଙ୍କ ଘର ବାଲେଶ୍ଵର ଜିଲ୍ଲା ବଡମନ୍ଦାରୁଣୀ ଗ୍ରାମରେ ବୋଲି ଜଣା ପଡିଛି । ପରିବାରିକ କଳହ ଓ ମାନସିକ ଦୁଶ୍ଚିନ୍ତା କାରଣରୁ ସେ ଏଭଳି ଏକ ପଦକ୍ଷେପ ନେଇଥିବା ସେୟାର କରିଥିବା ଭିଡିଓରେ କହିଛନ୍ତି ।

ତେବେ ସୂଚନା ଆନୁଯାୟୀ, ଗ୍ରାମର ରାଜକିଶୋର ମହାନ୍ତି ନାମକ ଜଣେ ଯୁବକ ପରିବାର ଚଳାଇବା ପାଇଁ ହାଇଦ୍ରାବାଦରେ ରହି କାମ କରୁଥିଲେ । ମୃତ୍ୟୁ ପାଇଁ ରାଜକିଶୋର ନିଜ ପତ୍ନୀ ଓ ଶାଶୁଙ୍କୁ ଦାୟୀ କରିଛନ୍ତି । ଏହି ଭିଡିଓଟି ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ରାଜକିଶୋରଙ୍କ ଏମିତି ମୃତ୍ୟୁ ଖବର ଗାଁରେ ପ୍ରଚାର ହେବାପରେ ଗାଁରେ ରହୁଥିବା ତାଙ୍କ ବାପା ମା ଦୁଃଖରେ ଭାଙ୍ଗି ପଡିଛନ୍ତି । ଏହାସହ ଗାଁରେ ମଧ୍ୟ ଏହି ଘଟଣା ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ରାଜକିଶୋର ଗତ କିଛି ବର୍ଷ ଧରି ହାଇଦ୍ରାବାଦରେ ନିଜ ପତ୍ନୀ ଓ ଦୁଇ ପୁଅଙ୍କ ସହ ଭଡା ନେଇ ରହୁଥିଲେ। ଗତ 6 ତାରିଖ ରେ ତାଙ୍କ ପତ୍ନୀ ଓ ପିଲାମାନେ ଭଡ଼ା ଘରେ ନଥିବା ବେଳେ ସେ ଭିତରପଟୁ କବାଟ ବନ୍ଦ କରି ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ । ରାଜକିଶୋରଙ୍କ ଫେସବୁକରେ ଉକ୍ତ ଭିଡିଓକୁ ସେଠାରେ ରହୁଥିବା ତାଙ୍କର କିଛି ସମ୍ପର୍କୀୟ ଦେଖି ତାଙ୍କର ସେହି ଭଡ଼ାଘରେ ପହଞ୍ଚିଥିଲେ । କିନ୍ତୁ ଘରର କବାଟ ଭିତରପଟୁ ବନ୍ଦ ଥିବା ଦେଖି ସେମାନେ କବାଟ ଭାଙ୍ଗି ଘର ଭିତରେ ପଶିବ ପରେ ଝୁଲନ୍ତା ଅବସ୍ଥାରେ ରାଜକିଶୋରଙ୍କୁ ଦେଖିବାକୁ ପାଇଥିଲେ ।

ରାଜକିଶୋରଙ୍କ ମୃତ୍ୟୁ ପୂର୍ବରୁ ସେହି 8 ମିନିଟ 5 ସେକେଣ୍ଡର ଭିଡ଼ିଓ ଦ୍ରୁତଗତିରେ ଭାଇରାଲ ହେଉଛି। ଭିଡ଼ିଓରେ ରାଜକିଶୋର କହିଛନ୍ତି, "ବାପା ମା ମୋର ପ୍ରଣାମ ନେବ, ମୁଁ ତୁମ ବଡ଼ପୁଅ ହୋଇ କିଛି କରିପାରିଲି ନାହିଁ । କେବଳ ତୁମମାନଙ୍କୁ ଅଶାନ୍ତି ଦେଇଛି, ସାନ ଭାଇ ପ୍ରତି ବଡ଼ ଭାଇର କର୍ତ୍ତବ୍ୟ ମଧ୍ୟ କରି ପାରିଲିନି । କିଛି ଅର୍ଥ ସଞ୍ଚୟ କରିଛି ତାହା ବାପୁନ ଜରିଆରେ କାମରେ ଲଗାଇବ । ମୁଁ ଆଉ ଯନ୍ତ୍ରଣା ସହି ପାରୁନି। ପ୍ରତି ମୁହୁର୍ତ୍ତରେ ଅଶାନ୍ତିରେ ମରୁଛି । ମୋ ସ୍ତ୍ରୀ ମୋତେ ଅହରହ ଗାଳିଗୁଲଜ କରୁଛି, ଶାଶୁବି ମୋତେ ବାଧିଲା ଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ମୋ ଉପରେ ଯାହାର ବି ରାଗ ଅଛି ମୋତେ କ୍ଷମା କରିଦେବ । ଚେଷ୍ଟା କରିଛି ସମସ୍ତଙ୍କୁ ଖୁସି ଦେବାକୁ, କିନ୍ତୁ ମୋତେ କୁହାଯାଉଛି ମୁଁ କାହା ପାଇଁ କିଛି କରିନି । ମୋ ସ୍ତ୍ରୀ କହୁଛି ମୁଁ ମଲେ ସେ କୁଆଡେ ଶାନ୍ତି ପାଇବ । ତେଣୁ ମୁଁ ଦୁନିଆ ଛାଡି ଚାଲି ଯାଉଛି ।"

ଇଟିଭି ଭାରତ, ବାଲେଶ୍ଵର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.