ବାଲେଶ୍ଵର: ନବବର୍ଷକୁ ନେଇ ସମସ୍ତେ ଉତ୍ସାହିତ । ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ସକାଳର ନୂଆ ଆଶା ନେଇ ଆସିଛି ନବବର୍ଷ-2020 । ତେବେ ଏହି ଦିନରେ ରାଜନୀତିରୁ ଟିକେ ବିରତି ନେଇ ପିଲାଙ୍କ ସହ ନବବର୍ଷ ପାଳନ କରିଛନ୍ତି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ।
ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କଣ୍ଟାବଣିଆ ଗ୍ରାମର ମାନସିକ ଅନଗ୍ରସର ସ୍କୁଲ ପିଲାଙ୍କ ସହ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ନବବର୍ଷ ପାଳନ କରିଛନ୍ତି। ଛୋଟଛୋଟ ପିଲାଙ୍କୁ ନିଜ କୋଳରେ ବସାଇ, ମିଠା ଖୁଆଇ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ଆଗାମୀ ଦିନରେ ବିଦ୍ୟାଳୟର ଉନ୍ନତିକରଣ ଦିଗରେ ମନ୍ତ୍ରୀ ପଦକ୍ଷେପ ନେବେ ବୋଲି କହିଛନ୍ତି।
ବାଲେଶ୍ଵରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ