ETV Bharat / state

ସ୍ବାୟତ୍ତ ଶାସନ ଦିବସରେ ବାଲେଶ୍ବରରେ ନୂତନ କାର୍ଯ୍ୟକ୍ରମ - swayata sasan divas in balasore

ସ୍ବାୟତ୍ତ ଶାସନ ଦିବସରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ଅନେକ ନୂତନ କାର୍ଯ୍ୟକ୍ରମ କରିବା ପାଇଁ ଅଣ୍ଟା ଭିଡ଼ିଛି ବାଲେଶ୍ବର ଜିଲ୍ଲା ପ୍ରଶାସନ ।

balasore
ସ୍ବାୟତ୍ତ ଶାସନ ଦିବସରେ ନୂତନ କାର୍ଯ୍ୟକ୍ରମ
author img

By

Published : Aug 31, 2020, 5:17 PM IST

ବାଲେଶ୍ବର: ଆଜି ସ୍ବାୟତ୍ତ ଶାସନ ଦିବସ । ଆଉ ଏହି ଅବସରରେ ଅନେକ ନୂତନ କାର୍ଯ୍ୟକ୍ରମ କରିବା ପାଇଁ ଅଣ୍ଟା ଭିଡ଼ିଛି ବାଲେଶ୍ବର ଜିଲ୍ଲା ପ୍ରଶାସନ । ଏନେଇ ଆଜି(ସୋମବାର) ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରାଯାଇଛି।

ସ୍ବାୟତ୍ତ ଶାସନ ଦିବସରେ ନୂତନ କାର୍ଯ୍ୟକ୍ରମ

ରେମୁଣା ବ୍ଲକ ମଙ୍ଗଳପୁର ଅଞ୍ଚଳରେ ଥିବା ମଳ ଉପଚାର ପ୍ଲାଣ୍ଟର ଦାୟିତ୍ବ ଜ୍ୟୋତିର୍ମୟୀ ମହିଳା ମହାସଂଘକୁ ହସ୍ତାନ୍ତର କରାଯିବା ସହ ସଂଘ ସହ ଜିଲ୍ଲାପ୍ରଶାସନର ଚୁକ୍ତି ହୋଇଛି । ସେଠାରେ ଶୌଚାଳୟରୁ ବାହାରୁଥିବା ମଳର ସୁବିନିଯୋଗ କରାଯିବା ସହ ଉକ୍ତ ଅଞ୍ଚଳକୁ ସବୁଜୀକରଣ କରିବା ପାଇଁ ସଂଘକୁ ଦାୟିତ୍ବ ଦିଆଯାଇଛି ।

ଏଥିପାଇଁ ସଂଘକୁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ । ଏହାସହିତ ବାଲେଶ୍ଵର ସହରରେ ଥିବା ପୁରୁଣା ମାର୍କେଟ କମ୍ପ୍ଲେକ୍ସ ମରାମତି ଓ ନୂତନ ଭାବେ ମାର୍କେଟ କମ୍ପ୍ଲେକ୍ସ ତିଆରି ପାଇଁ ଯୋଜନା ହୋଇଥିବା ଜଣାପଡିଛି । ବିଭିନ୍ନ ଅଞ୍ଚଳର ରାସ୍ତା ତିଆରି ଓ ଉଜ୍ଜ୍ବଳ ଆଲୋକର ମଧ୍ୟ ବ୍ୟବସ୍ଥା କରାଯିବା ନେଇ ସୂଚନା ଦିଆଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.