ETV Bharat / state

ପ୍ରତିବାଦ କରିବାରୁ ପଡୋଶୀଙ୍କୁ ଆକ୍ରମଣ; 4 ଅଟକ

ପ୍ରତିବାଦ କରିବାରୁ ପଡୋଶୀଙ୍କୁ ଭୁଜାଲିରେ ଆକ୍ରମଣ କରିବାକୁ ପଛାଇଲେ ନାହିଁ ଦୁର୍ବୃତ୍ତ । ସମସ୍ତ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Jun 18, 2021, 8:44 AM IST

ପ୍ରତିବାଦ କରିବାରୁ ପଡୋଶୀଙ୍କୁ ଆକ୍ରମଣ
ପ୍ରତିବାଦ କରିବାରୁ ପଡୋଶୀଙ୍କୁ ଆକ୍ରମଣ

ବାଲେଶ୍ବର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପରିବାର ଉପରେ ଆକ୍ରମଣ ଉଦ୍ୟମ । ଏପରି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସୋର ଥାନା ଅଞ୍ଚଳରେ । ପ୍ରତିବାଦ କରିବାରୁ ପଡୋଶୀଙ୍କୁ ଭୁଜାଲିରେ ଆକ୍ରମଣ କରିବାକୁ ପଛାଇଲେ ନାହିଁ ଦୁର୍ବୃତ୍ତ । ସମସ୍ତ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ପ୍ରତିବାଦ କରିବାରୁ ପଡୋଶୀଙ୍କୁ ଆକ୍ରମଣ

ସୂଚନାଅନୁସାରେ, ଆଟପୁର ଅଞ୍ଚଳର ଅକ୍ଷୟ ନାୟକଙ୍କ ସହିତ କିଛି ଲୋକଙ୍କ ସହିତ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା । ରାଗ ରଖି କିଛି ଯୁବକ ଅକ୍ଷୟଙ୍କ ଘରେ ପଶି ସେମାନଙ୍କୁ ଆକ୍ରମଣ କରିବାରୁ ଉଦ୍ୟମ କରିଥିଲେ । ଏହା ପରେ ଅକ୍ଷୟଙ୍କ ପରିବାର ଘର ଭିତରେ ପଶି କବାଟ ବନ୍ଦ କରିଦେଇଥିଲେ । ଅସାମାଜିକ ଯୁବକ ତାଙ୍କ ଆଜବେଷ୍ଟ ଭାଙ୍ଗିବା ସହିତ ତାଙ୍କ ଷ୍ଟ୍ରିଟ ଲାଇଟ ଭାଙ୍ଗି ଥିଲେ । ଏ ନେଇ ସେମାନଙ୍କ ପଡୋଶୀ ପ୍ରତିବାଦ କରିବାରୁ ପଡୋଶୀଙ୍କ ଉପରକୁ ଦୁର୍ବୃତ୍ତ ଦଳ ଆକ୍ରମଣ କରିଥିଲେ ।

ଦୁର୍ବୃତ୍ତମାନଙ୍କ ଆକ୍ରମଣରେ ପଡୋଶୀ ଲହୁଲୁହାଣ ହୋଇଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତିନିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ସୋର ପୋଲିସ ୪ ଜଣଙ୍କୁ ଅଟକ ରଖିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.