ETV Bharat / state

ଆଇନକୁ ଫୁ, ସ୍କୁଲ ପାଇଖାନା ସଫା କଲେ ଛାତ୍ରୀ - ସରକାରୀ ନିୟମ

ପୁଣି ପଦାରେ ପଡିଲା ଶିକ୍ଷା ବିଭାଗର ନଗ୍ନ ଚିତ୍ର । ସ୍କୁଲରେ ଆଗାମୀକାଲିର ଭବିଷ୍ୟତ ଝାଡୁ ଧରି ପାଇଖାନା ସଫା କଲେ । ବାଲେଶ୍ବର ଜିଲ୍ଲାର ଏହି ଘଟଣା ଏବେ ଚାରିଆଡେ ଚର୍ଚ୍ଚା ସୃଷ୍ଟି କରିଛି । ଏହା ସହିତ ଏହି ଦୃଶ୍ୟ ଏବେ  ସୋସିଆଲ ମିଡିଆରେ ଘୂରିବାରେ ଲାଗିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Aug 31, 2019, 5:32 PM IST

ବାଲେଶ୍ବର: ପୁଣି ପଦାରେ ପଡିଲା ଶିକ୍ଷା ବିଭାଗର ନଗ୍ନ ଚିତ୍ର । ସ୍କୁଲରେ ଆଗାମୀକାଲିର ଭବିଷ୍ୟତ ଝାଡୁ ଧରି ପାଇଖାନା ସଫା କଲେ । ବାଲେଶ୍ବର ଜିଲ୍ଲାର ଏହି ଘଟଣା ଏବେ ଚାରିଆଡେ ଚର୍ଚ୍ଚା ସୃଷ୍ଟି କରିଛି । ଭୋଗରାଇ ବ୍ଲକ ଗୀତଖଳା ପ୍ରାଥମିକ ଓ ଶ୍ରୀହରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୂରିବାରେ ଲାଗିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ରାଜ୍ୟର ସମସ୍ତ ବିଦ୍ୟାଳୟମାନଙ୍କୁ ଦଣ୍ଡମୁକ୍ତ କରିବା ସହ ପ୍ରତ୍ୟେକ ପିଲାଙ୍କୁ ଶିକ୍ଷାପ୍ରଦାନ ଦିଗରେ ସରକାରଙ୍କ ପଦକ୍ଷେପକୁ ଆଖି ଠାର । ଦିନ ଦ୍ବିପ୍ରହରେ ଦେଖିବାକୁ ମିଳିଛି ଛାତ୍ରୀମାନଙ୍କ ପାଇଖାନା ସଫା କରିବା ଦୃଶ୍ୟ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି କି ଛାତ୍ରୀମାନଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସେମାନେ ଭୟରେ ଦୌଡି ପଳାଉଛନ୍ତି ।

ଏନେଇ ଭୋଗରାଇ ବ୍ଲକ ଶିକ୍ଷାଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ଘଟଣାର ସତ୍ୟାସତ୍ୟ ତଦନ୍ତ କରିବା ସହ ସମ୍ପୃକ୍ତ ସ୍କୁଲର ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା ପାଇଁ ସ୍ପଷ୍ଟ କରିଛନ୍ତି । ହେଲେ ଏନେଇ ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ ଶିକ୍ଷାଧିକାରୀ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଗୀତଖଳା ପ୍ରାଥମିକ ବିଦ୍ଯାଳୟ ରେ ଛାତ୍ରୀମାନେ ପାଇଖାନା ସଫା କରିବା ଭଳି ଏକ ଅଭାବନୀୟ ଦୃଶ୍ଯ ଦେଖିବାକୁ ମିଳିଛି।

ଶିକ୍ଷା ବିଭାଗ ପକ୍ଷରୁ ବଦ୍ଯାଳୟକୁ ଦଣ୍ତମୁକ୍ତ ଅଞ୍ଚଳ ଘୋଷଣା କରାଯାଇଥିବା ବେଳେ ଭୋଗରାଇ ବ୍ଲକ ଅନ୍ତର୍ଗତ ଗୀତଖଳା ପ୍ରାଥମିକ ବିଦ୍ଯାଳର ଛାତ୍ରୀ ମାନଙ୍କୁ ପାଇଖାନା ସଫା କରିବାର ଭିଡିଓ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି। ତେବେ ଏ ସମ୍ପର୍କରେ ଭୋଗରାଇ ବ୍ଲକ ଶିକ୍ଷାଧିକାରୀ ଙ୍କୁ ଯୋଗାଯୋଗ କରିବାରୁ ଘଟଣା ସତ୍ଯାସତ୍ଯ ତଦନ୍ତ କରାଯାଇ ଶିକ୍ଷକ ଙ୍କ ବିରୁଦ୍ଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ମାତ୍ର ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ। Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.