ETV Bharat / state

ବିପର୍ଯ୍ୟୟ ପ୍ରଶମନ ଦିବସ; ଛାତ୍ରଛାତ୍ରୀଙ୍କୁ NDRF, ODRAF ଓ FIRE ବିଭାଗର ତାଲିମ

author img

By

Published : Oct 29, 2019, 2:28 PM IST

ବାଲେଶ୍ବରରେ ବିପର୍ଯ୍ୟୟ ପ୍ରଶମନ ଦିବସ ଅବସରରେ NDRF, ODRAF ଓ FIRE ବିଭାଗ ପକ୍ଷରୁ ଡେମୋ କରାଯାଇଛି । ଏଥିରେ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରାକୃତିକ ଓ ବିପର୍ଯ୍ୟୟ ଜରୁରୀ କାଳୀନ ସାମଗ୍ରୀର ବ୍ୟବହାର ସମ୍ବନ୍ଦରେ ଶିକ୍ଷା ଦିଆଯାଇଥିଲା ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ବାଲେଶ୍ବର

ବାଲେଶ୍ବର : ସଦର ମହକୁମାରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ NDRF, ODRAF ଓ FIRE ବିଭାଗ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ କିପରି ମୁକାବିଲା କରାଯାଇ ପାରିବ । ସେହି ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଡେମୋ ମାଧ୍ୟମରେ ତାଲିମ ଦିଆଯାଇଛି ।

ବାଲେଶ୍ବରରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଡେମୋ ପ୍ରଦର୍ଶନ

ପ୍ରାକୃତିକ ବିପର୍ଯ୍ୟୟ ପରେ ସହାୟତାର କାର୍ଯ୍ୟ ପାଇଁ ଏନଡିଆରଏଫ, ଅଗ୍ନିଶମ, ଓଡ୍ରାଫକୁ ଡକାଯାଇଥାଏ । ପ୍ରାକୃତିକ ଦୁର୍ବିପାକ ତାହା ନୁହେଁ ସମସ୍ତ ପ୍ରକାର ଘଟଣା ଦୁର୍ଘଟଣା ବେଳେ ଏନଡିଆରଏଫ ଓ ଅଗ୍ନିଶମ, ଓଡ୍ରାଫ କର୍ମଚାରୀଙ୍କୁ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ କରାଯାଇଥାଏ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ସହାୟତା କରିବାକୁ ହୁଏ ,କେଉଁ ପ୍ରକାରର ସାମଗ୍ରୀ ବ୍ୟବହାର କରାଯାଏ । ସେ ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଛନ୍ତି ।

1999 ମହାବାତ୍ୟା ପୂର୍ବରୁ ଏଭଳି ବ୍ୟବସ୍ଥା ନ ଥିବାରୁ ବହୁଲୋକଙ୍କ ଜୀବନ ହାନି ଘଟିଥିଲା ବୋଲି ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି । ଜନସାଧାରଣ ସଚେତନ ହେଲେ କ୍ଷୟ କ୍ଷତି କମାଯାଇ ପାରିବ ବୋଲି NDRF ଇନ୍ସପେକ୍ଟର ଉଦୟ ଶଙ୍କର ପ୍ରସାଦ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ନାୟକ, ଉପ ଜିଲ୍ଲାପାଳ ନିଲୁ ମହାପାତ୍ର, ଜିଲ୍ଲା ଜରୁରକାଳୀନ ଅଧିକାରୀ ଅଭୟ କୁମାର ନାୟକ, ଅଗ୍ନିଶମ ଅଧିକାରୀ ପୋରେନ ସୋରେନ ପ୍ରମୁଖ ସାମିଲ ଥିଲେ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

Intro:Body:ବାଲେଶ୍ୱର ସଦର ମହକୁମା ରେ ଆଜି ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ NDRF, ODRAF ଓ FIRE ବିଭାଗ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ସହାୟତା କରିବାକୁ ହୁଏ ,କି ପ୍ରକାର ସାମଗ୍ରୀ ବ୍ୟବହାର କରାଯାଏ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇ ଥିଲେ। ପ୍ରାକୃତିକ ବିପର୍ଯ୍ୟୟ ପରେ ସହାୟତା ର କାର୍ଯ୍ୟ ପାଇଁ Ndrf ଓ ଅଗ୍ନିଶମ, ଓଡ୍ରା ଫ୍ କୁ ଡକାଯାଇଥାଏ। ଖାଲି ଯେ, ପ୍ରାକୃତିକ ଦୁର୍ବିପାକ ତାହା ନୁହେଁ ସମସ୍ତ ପ୍ରକାର ଘଟଣା ଦୁର୍ଘଟଣା ବେଳେ Ndrf ଓ ଅଗ୍ନିଶମ, ODRAF କର୍ମଚାରୀଙ୍କୁ ଉଦ୍ଧାର କାର୍ଯ୍ୟ ପାଇଁଁ ଲୋଡା ଯାଇଥାଏ। 1999 ମହାବାତ୍ୟା ପୂର୍ବରୁ ଏଭଳି ବ୍ୟବସ୍ଥା ନ ଥିବାରୁ ବହୁଲୋକଙ୍କ ଜୀବନ ହାନି ଘଟିଥିଲା ବୋଲି ଜିଲ୍ଲାପାଳ କେ,ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି। ଜନସାଧାରଣ ସଚେତନ ହେଲେ କ୍ଷୟ କ୍ଷତି କମା ଯାଇ ପାରିବ ବୋଲି NDRF inspactor ଉଦୟ ଶଙ୍କର ପ୍ରସାଦ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀ, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ନାୟକ, ଉପ ଜିଲ୍ଲାପାଳ ନିଲୁ ମହାପାତ୍ର, ଜିଲ୍ଲା ଜରୁରକାଳୀନ ଅଧିକାରୀ ଅଭୟ କୁମାର ନାୟକ, ଅଗ୍ନିଶମ ଅଧିକାରୀ ପୋରେନ ସୋରେନ୍ ପ୍ରମୁଖ ସାମିଲ ଥିଲେ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.