ETV Bharat / state

Naxal Violence: ଛତିଶଗଡ ମାଓ ଆକ୍ରମଣରେ ଓଡ଼ିଆ ଯବାନ ଶହୀଦ, ନିର୍ବାଚନୀ ଡ୍ୟୁଟି ବେଳେ ଫୁଟିଥିଲା IED

author img

By ETV Bharat Odisha Team

Published : Nov 7, 2023, 10:48 PM IST

Updated : Nov 8, 2023, 10:19 AM IST

ଛତିଶଗଡରେ ନକ୍ସଲ ଆକ୍ରମଣରେ ଓଡିଆ ଯବାନ ଶହୀଦ । ନିର୍ବାଚନୀ ସୁରକ୍ଷା ଦାୟିତ୍ବରେ ଥିବା ବେଳେ ନକ୍ସଲଙ୍କ IED ବିସ୍ଫୋରଣରେ ଗୁରୁତର ହୋଇ ହୋଇଥିଲେ ରାୟପୁରକୁ ଏୟାରଲିଫ୍ଟ । ଅଧିକ ପଢନ୍ତୁ

Naxal violence: ଛତିଶଗଡରେ ଓଡିଆ ଯବାନ ଶହୀଦ, ନିର୍ବାଚନୀ ଦାୟିତ୍ବରେ ନକ୍ସଲ ବିସ୍ଫୋରଣରେ ହୋଇଥିଲେ ଗୁରୁତର

ବାଲେଶ୍ୱର/ରାୟପୁର: ଛତିଶଗଡରେ ନକ୍ସଲ ଆକ୍ରମଣରେ ଓଡିଆ ଯବାନ ଶହୀଦ । ଶହୀଦ ଯବାନଙ୍କ ନାମ ପ୍ରକାଶ ଚନ୍ଦ୍ର ସିଅଳ ଓ ସେ ସୀମା ସୁରକ୍ଷା ବଳ (BSF) ରେ କାର୍ଯ୍ୟରତ ଥିଲେ । ତାଙ୍କ ଘର ବାଲେଶ୍ବର ବାହାନଗା ବ୍ଲକ ଗୋପାଳପୁର ଗ୍ରାମରେ ବୋଲି ଜଣାପଡିଛି । ନିର୍ବାଚନୀ ସୁରକ୍ଷା ଦାୟିତ୍ବରେ ଥିବା ବିଏସଫ ଯବାନ ପ୍ରକାଶ ଗତକାଲି (ସୋମବାର) କାଙ୍କେର ଜିଲ୍ଲାରେ ନକ୍ସଲଙ୍କ ଦ୍ବାରା ହୋଇଥିବା ଆଇଇଡି ବିସ୍ଫୋରଣରେ ଗୁରୁତର ହୋଇଥିଲେ । ତାଙ୍କୁ ହେଲିକପ୍ଟରରେ ଏୟାରଲିଫ୍ଟ କରାଯାଇ ରାଜଧାନୀ ରାୟପୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

ଶହୀଦ ଯବାନ ପ୍ରକାଶ ଭାରତୀୟ ସୀମା ସୁରକ୍ଷା ବଳ (ବିଏସଏଫ) 94ତମ ବାଟାଲିୟନରେ କାର୍ଯ୍ୟରତ ଥିଲେ । ସ୍ଥାନୀୟ ଏସପି ଆଜି ଗଣମାଧ୍ୟମରେ ଯବାନଙ୍କ ଶହୀଦ ହେବା ଖବର ସ୍ପଷ୍ଟ କରିଛନ୍ତି । ପୋଲିସ ସୂଚନା ଅନୁସାରେ, ଗତକାଲି କାଙ୍କେରରେ ଏହି ବିସ୍ଫୋରଣ ଘଟାଇଥିଲେ ନକ୍ସଲ । ଗୁରୁତର ଯବାନଙ୍କୁ ତୁରନ୍ତ ଏୟାରଲିଫ୍ଟ କରାଯାଇ ରାୟପୁରର ନାରାୟଣ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗମ୍ଭୀର ଥିଲା । ଆଜି ସେ ଆଖି ବୁଜିଛନ୍ତି ।

ତେବେ ଏହି ସୂଚନା ମିଳିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଶହୀଦ ଯବାନଙ୍କ ସମ୍ପର୍କୀୟ ରାୟପୁର ଅଭିମୁଖେ ଯାତ୍ରା କରିଥିବା ସୂଚନା ମିଳିଛି । ଆଜି ସଂଧ୍ୟାରେ ତାଙ୍କ ରାୟପୁରର ଏକ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ବେଳେ ଆସନ୍ତାକାଲି ଜନ୍ମମାଟିରେ ଶହୀଦଙ୍କ ପ୍ରାର୍ଥୀବ ଶରୀର ପହଞ୍ଚିବା ନେଇ ଅନୁମାନ କରାଯାଉଛି । ସମ୍ପୂର୍ଣ୍ଣ ଗାର୍ଡ ଅଫ ଅନର ସହ ଶେଷକୃତ୍ୟ ସମ୍ପନ୍ନ ହେବ ।

ଏହା ମଧ୍ୟ ପଢନ୍ତୁ :- Chhattisgarh Elections: ଏକାଧିକ ସ୍ଥାନରେ ସୁରକ୍ଷାକର୍ମୀ-ନକ୍ସଲ ଏନକାଉଣ୍ଟର, ଏକାଧିକ ନକ୍ସଲ ନିପାତ !

ଦେଶର ସର୍ବାଧିକ ମାଓପ୍ରବଣ ଛତିଶଗଡରେ ଆଜି ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ସମ୍ଭାବ୍ୟ ନକ୍ସଲ ଆକ୍ରମଣକୁ ପ୍ରତିହତ କରିବା ପାଇଁ ବ୍ୟାପକ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଥିଲା । ତମାମ ପ୍ରସ୍ତତି ସତ୍ତ୍ବେ ମଧ୍ୟ ଆଜି ରାଜ୍ୟର ଏକାଧିକ ସ୍ଥାନରେ ନକ୍ସଲ ହିଂସା ମଧ୍ୟ ଘଟିଛି । କେଙ୍କେର, ନାରାୟଣପୁର ଓ ଦାନ୍ତେୱାଡାରେ ନକ୍ସଲ ହିଂସା ସାମ୍ନାକୁ ଆସିଛି । ଏକାଧିକ ସ୍ଥାନରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଏକାଧିକ ନକ୍ସଲ ନିହତ ହୋଇଥିବା ନେଇ ସୁରକ୍ଷା ବଳ ପକ୍ଷରୁ ଦାବି କରାଯାଇଛି । ମୃତ ନକ୍ସଲଙ୍କ ସଂଖ୍ୟା ସମ୍ପର୍କରେ ସ୍ପଷ୍ଟ ହୋଇପାରିନି । କେବଳ ବସ୍ତରରେ ନିର୍ବାଚନୀ ସୁରକ୍ଷା ଦାୟିତ୍ବରେ ପ୍ରାୟ 40 ହଜାର କେନ୍ଦ୍ରୀୟ ଫୋର୍ସ ସହ ସ୍ଥାନୀୟ ପୋଲିସ ଯବାନ ନିୟୋଜିତ ହୋଇଥିଲେ । ତେବେ ଗତକାଲି ନକ୍ସଲ ଆକ୍ରମଣରେ ଗୁରୁତର ଜଣେ ଯବାନ ଆଜି ଶହୀଦ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 8, 2023, 10:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.