ETV Bharat / state

ଦୁର୍ଦ୍ଦିନର ଦିନ କାଟୁଛନ୍ତି ନାରାୟଣଙ୍କ ପରିବାର, ସହାୟତା ପାଇଁ ନିବେଦନ - ବାଲେଶ୍ବରର ନାରାୟଣ ଦାସ

ବାଲେଶ୍ଵର ଜିଲ୍ଲା ରେମୁଣା ଏନଏସି ଅନ୍ତର୍ଗତ ୩ ନମ୍ବର ୱାର୍ଡ଼ ଅଠାନ୍ତର ଗାଁର ନାରାୟଣ ଦାସଙ୍କ ପରିବାର। ସାହାଯ୍ୟ ପାଇଁ ସରକାରଙ୍କୁ ନିବେଦନ । ଅଧିକ ପଢନ୍ତୁ

ଦୁର୍ଦ୍ଦିନର ଦିନ କାଟୁଛନ୍ତି ନାରାୟଣଙ୍କ ପରିବାର

author img

By

Published : Oct 15, 2022, 11:39 AM IST

ବାଲେଶ୍ବର: କୁହାଯାଏ ଦୁଃଖ ଯେତେବେଳେ ଆସେ ଭାଇ ଭଉଣୀକୁ ସାଙ୍ଗରେ ନେଇ ଆସେ । ସେମିତି ଏକ ପରିବାର ଉପରେ ଦୁଃଖ ଯେମିତି ବଜ୍ର ହୋଇ ଖସି ପଡିଛି । ଏମିତି ଏକ ପରିବାର ହେଉଛି ବାଲେଶ୍ଵର ଜିଲ୍ଲା ରେମୁଣା ଏନଏସି ଅନ୍ତର୍ଗତ ୩ ନମ୍ବର ୱାର୍ଡ଼ ଅଠାନ୍ତର ଗାଁର ନାରାୟଣ ଦାସଙ୍କ ପରିବାର । ପରିବାର ସାରା ସମସ୍ତେ ଏବେ ରୋଗ ବ୍ୟାଧିର ଶିକାର ହୋଇଥିବା ବେଳେ ଆର୍ଥିକ ଅନଟନ ସେମାନଙ୍କୁ ବଞ୍ଚିବାର ସାହସ ଯୋଗାଇ ପାରୁନି ।

ନାରାୟଣ ପ୍ରାୟ ୨୦ ଦିନ ତଳେ ଘରକୁ ଫେରୁଥିବାବେଳେ ହଠାତ୍‌ ଚାଲିବାରେ ଅସୁବିଧା ଭୋଗିଥିଲେ । ଡାକ୍ତରୀ ପରୀକ୍ଷା ପରେ ସେ ମଧୁମେହ ରୋଗରେ ଆକ୍ରାନ୍ତ ଓ ରକ୍ତ ଶର୍କରା ସ୍ତର ବହୁତ ବଢିଯାଇଥିବା ଜଣାପଡିଥିଲା । ସେହିପରି ତାଙ୍କ ସ୍ତ୍ରୀ ବିମୂଳି ମଧ୍ୟ ଗର୍ଭାଶୟ କର୍କଟରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ସ୍ୱାମୀ ସ୍ତ୍ରୀଙ୍କ ଏମିତି ଦୟନୀୟ ଅବସ୍ଥା ବେଳେ ପୁଣି ତାଙ୍କର 32 ବର୍ଷର ଏକମାତ୍ର ପୁଅ ବିଦ୍ୟାଧରଙ୍କ ହଠାତ ଦୁଇଟି କିଡନୀ ନଷ୍ଟ ହୋଇଯାଇଥିବା ଜଣାପଡିଲା । ବିଦ୍ୟାଧର ଏବେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ଭଲ କରିବାକୁ ଜମିବାଡ଼ି ବିକି ଲକ୍ଷାଧିକ ଟଙ୍କା ଖର୍ଚ୍ଚ ସରିଲାଣି । କିଡନୀ ପ୍ରତିରୋପଣ ପାଇଁ ମଧ୍ୟ ଅର୍ଥ ଆବଶ୍ୟକ । ମାତ୍ର ପରିବାରର ଏମିତି ଅବସ୍ଥା ବେଳେ ଅର୍ଥ ଯୋଗାଡ଼ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ ।

ଏହା ମଧ୍ୟ ପଢନ୍ତୁ: ସମୁଦ୍ରରେ ବଢିଲା ଭାରତର ଶକ୍ତି, INS ଆରିହନ୍ତରୁ ବାଲାଷ୍ଟିକ ମିସାଇଲ୍‌ର ସଫଳ ପରୀକ୍ଷଣ

ଏକ କାରଖାନାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବିଦ୍ୟାଧରଙ୍କର ଏକ ସାଢ଼େ ଚାରିବର୍ଷର ପୁଅ ଅଛି । ମେଡିକାଲରେ ତାଙ୍କ ନିକଟରେ ସ୍ତ୍ରୀ ଲକ୍ଷ୍ମୀପ୍ରିୟ ରହି ସେବା କରୁଛନ୍ତି । ଅବଶ୍ୟ ମେଡିକାଲରେ ସରକାରୀ ସ୍ତରରେ ମିଳିଥିବା ସ୍ୱାସ୍ଥ୍ୟ କାର୍ଡରେ କିଛିମାତ୍ରାରେ ସ୍ବାସ୍ଥ୍ୟସେବା ମିଳି ପାରୁଛି । ମାତ୍ର ରହଣି, ଔଷଧ ଓ ଅନ୍ୟାନ୍ୟ ଖର୍ଚ୍ଚ ତୁଲାଇବା ପାଇଁ ତାଙ୍କ ପାଖରେ ସାମର୍ଥ୍ୟ ନାହିଁ । ଏଥିପାଇଁ ଏ ଦୁଃଖୀ ପରିବାରକୁ ସରକାରୀ ଓ ବେସରକାରୀ ସ୍ତରରେ ସହାୟତା ଯୋଗାଇଦେବାପାଇଁ ଦାବି ହୋଇଛି । ଯଦି କେହି ସହୃଦୟ ବ୍ୟକ୍ତି ଏହି ପରିବାରକୁ ସହାୟତା କରିବାକୁ ଚାହୁଁଛନ୍ତି ତେବେ ତାଙ୍କ ଫୋନ ନମ୍ବର ୬୩୭୨୨୮୭୫୨୭ ନମ୍ବରରେ ଯୋଗାଯୋଗ କରି ସାହାଯ୍ୟ କରିପାରିବେ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.