ETV Bharat / state

ଜିତିବା କିମ୍ବା ହାରିବା ଲୋକଙ୍କ ହାତରେ : ଅନନ୍ତ ଦାସ

ବିଜେଡିର ଜଣାଶୁଣା ଚେହେରା ତଥା ଦଳର ବରିଷ୍ଠ ନେତା ଅନନ୍ତ ଦାସ ଭୋଗରାଇ ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥୀ ଭାବେ ପୁନର୍ବାର ଚତୁର୍ଥ ଥର ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ଗତ 2004, 2009 ଏବଂ 2014ରେ ବିଧାୟକ ଭାବେ ସେ ଲଗାତାର 3ଥର ନିର୍ବାଚିତ ହୋଇଛନ୍ତି । ଏଥର ଜିତିବା ନେଇ ମଧ୍ୟ ଆଶାବାଦୀ ଅଛନ୍ତି ଅନନ୍ତ ।

author img

By

Published : Apr 3, 2019, 3:30 PM IST

Updated : Apr 3, 2019, 4:47 PM IST

ଫଟୋ ସୌଜନ୍ୟ: ସମ୍ବାଦାଦାତା, ବାଲେଶ୍ୱର

ବାଲେଶ୍ୱର: 2019 ନିର୍ବାଚନ ବିଗୁଲ ବାଜିବା ପରେ ସକ୍ରିୟ ହୋଇଉଠିଛି ବାଲେଶ୍ବର ଜିଲ୍ଲାର ଭୋଗରାଇ ରାଜନୀତି । ଏହି ଆସନ ପାଇଁ ପ୍ରାୟ ସମସ୍ତ ଦଳ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ମତଦାନର ତାରିଖ ପାଖେଇ ଆସୁଥିବାରୁ ଖୁବ ଜୋରସୋରରେ ଚାଲିଛି ପ୍ରଚାର । ନେତା ଭାବେ ଏଠାକାର ଭୋଟର କାହାକୁ ବାଛିବେ ତାକୁ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।

ବିଜେଡିର ଜଣାଶୁଣା ଚେହେରା ତଥା ଦଳର ବରିଷ୍ଠ ନେତା ଅନନ୍ତ ଦାସ ଭୋଗରାଇ ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥୀ ଭାବେ ପୁନର୍ବାର ଚତୁର୍ଥ ଥର ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ଗତ 2004, 2009 ଏବଂ 2014ରେ ବିଧାୟକ ଭାବେ ସେ ଲଗାତାର 3ଥର ନିର୍ବାଚିତ ହୋଇଛନ୍ତି । ଏଥର ଜିତିବା ନେଇ ମଧ୍ୟ ଆଶାବାଦୀ ଅଛନ୍ତି ଅନନ୍ତ ।

ଭିଡିଓ ସୌଜନ୍ୟ: ସମ୍ବାଦାଦାତା, ବାଲେଶ୍ୱର

'ଇଟିଭି ଭାରତ' ପକ୍ଷରୁ ଚାଲିଥିବା ନେତାଙ୍କୁ ପାଞ୍ଚଟି ପ୍ରଶ୍ନ କାର୍ଯ୍ୟକ୍ରମରେ ଆମେ ଭେଟିଥିଲୁ ଭୋଗରାଇର ବିଜେଡି ପ୍ରାର୍ଥୀ ଅନନ୍ତ ଦାସଙ୍କୁ । ନେତାଙ୍କୁ ପାଞ୍ଚଟି ପ୍ରଶ୍ନର ଉତ୍ତର ରଖି ସେ କହିଛନ୍ତି ଯେ, ଭୋଗରାଇର ସାଧାରଣ ଜନତା ହେଉଛନ୍ତି ମୋର ପ୍ରଥମ ଅଗ୍ରାଧିକାର । ସେମାନଙ୍କର ସେବା କରିବା ହେଉଛି ମୋର କର୍ତ୍ତବ୍ୟ । ମୋର ଜିତିବା ହାରିବା ତାଙ୍କ ଉପରେ ନିର୍ଭର କରେ । ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ମୁଁ ଉଦ୍ୟମ ଜାରି ରଖିଛି । ଆଗାମୀ ଦିନରେ ମଧ୍ୟ ଏହା ଜାରି ରହିବ ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

sample description
Last Updated : Apr 3, 2019, 4:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.