ETV Bharat / state

ହତ୍ୟାକାରୀ ମା' ପୁଅ, ୧୧ ଦିନ ପରେ ସାମ୍ନାକୁ ଆସିଲା ଭୟଙ୍କର ସତ୍ୟ - ସାନପୁଅକୁ ମାରିଲା ମା

ସାନପୁଅକୁ ମାରି 11 ଦିନ ଘରେ ଲୁଚାଇ ରଖିବା ପରେ ସତ ଏବେ ସାମ୍ନାକୁ ଆସିଛି। ପୋଲିସ ମା ଓ ବଡ଼ପୁଅକୁ ଗିରଫ କରିଛି। ଏ ଘଟଣା ହେଉଛି ବାଲେଶ୍ଵର ଜିଲ୍ଲା ସୋର ଥାନା ବାହାନଗା ଇଚ୍ଛାପୁର ଅଞ୍ଚଳର। ଅଧିକ ପଢନ୍ତୁ...

ହତ୍ୟାକାରୀ ମା' ପୁଅ, ୧୧ ଦିନ ପରେ ସାମ୍ନାକୁ ଆସିଲା ଭୟଙ୍କର ସତ୍ୟ

author img

By

Published : Feb 23, 2021, 11:36 AM IST

ବାଲେଶ୍ବର: ଜଘନ୍ୟ ହତ୍ୟାକାଣ୍ଡ। ରକ୍ତ ସମ୍ପର୍କ ଏବଂ ଗର୍ଭ କଷ୍ଟକୁ ଭୁଲିଗଲା ମା। ଆଉ ନିଜ ହାତରେ ମଣିଷ କରିଥିବା ପୁଅକୁ ଶାବଳରେ ମାରି ଘରେ ଲୁଣ ଦେଇ ପୋତିଦେଲା। ଆଉ ଏଥିରେ ସହଭାଗୀ ରହିଲା ବଡଭାଇ। ମାରିବା ପରେ ବି ମନ ଶାନ୍ତି ହୋଇନାହିଁ ଦୀର୍ଘ 11 ଦିନ ଘରେ ଲୁଚାଇ ରଖିଥିଲେ। ହେଲେ ଚୋର ଘର ସବୁବେଳେ ଅନ୍ଧାର ନୁହେଁ ଦିନେ ନା ଦିନେ ସତ ପଦାକୁ ଆସିବ। ଆଉ ଏବେ ହତ୍ୟାକାରୀ ମା ଓ ବଡ ପୁଅର ସବୁ ଖେଳ ଶେଷ ହୋଇଯାଇଛି। ପୋଲିସ ମା ଓ ବଡ଼ପୁଅକୁ ଗିରଫ କରିଛି। ଏଘଟଣା ହେଉଛି ବାଲେଶ୍ଵର ଜିଲ୍ଲା ସୋର ଥାନା ବାହାନଗା ଇଚ୍ଛାପୁର ଅଞ୍ଚଳର।

ହତ୍ୟାକାରୀ ମା' ପୁଅ, ୧୧ ଦିନ ପରେ ସାମ୍ନାକୁ ଆସିଲା ଭୟଙ୍କର ସତ୍ୟ

ମିଳିଥିବା ଖବର ଅନୁସାରେ, ଗତ ୧୨ ତାରିଖ ରାତିରେ ସାନପୁଅ ବଳରାମ ଜେନା ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ମା ଓ ଭାଇଙ୍କ ସହ ଝଗଡା କରିଥିଲେ। ଏମିତି କି ବଳରାମ ଏକ ଶାବଳ ଦ୍ବାରା ବଡଭାଇ ଜଗବନ୍ଧୁଙ୍କୁ ଆକ୍ରମଣ କରିବା ବେଳେ ସେହି ଶାବଳରେ ମା ଶୁକୁରି ଜେନା ସାନପୁଅକୁ ଆକ୍ରମଣ କରିଥିଲେ। ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ପୋଲିସ ଭୟରେ ବଳରାମର ମୃତଦେହ ଘର ଭିତରେ ଗାତ ଖୋଳି ଲୁଣ ଦେଇ ପୋତି ଦେଇଥିଲେ। ୧୧ ଦିନ ପରେ ଭାଇର ପିଣ୍ଡ ଶ୍ରାଦ୍ଧ (ଗଙ୍ଗାସ୍ଥି ) କରି ଫେରିଥିଲା ବଡ଼ ଭାଇ ଜଗବନ୍ଧୁ। ଘଟଣା ଜଣାପଡିବା ପରେ ସୋର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମାଆ ଏବଂ ବଡ଼ ପୁଅକୁ ଗିରଫ କରିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.