ETV Bharat / state

ମା' କୋଳକୁ ଫେରିଲା ହଜିଲା ପୁଅ - ଚନ୍ଦନେଶ୍ବର ଅଞ୍ଚଳର ସୀତା

ଦୀର୍ଘ 8 ଦିନ ପରେ ମା' କୋଳକୁ ଫେରିଲା ହଜିଲା ପୁଅ । ଶିଶୁଯତ୍ନ ଅନୁଷ୍ଠାନରେ ରହିବା ପରେ ଆଜି ମା' କୋଳକୁ ଫେରିଛି ପୁଅ ।

ମା' କୋଳକୁ ଫେରିଲା ହଜିଲା ପୁଅ
author img

By

Published : Oct 11, 2019, 3:11 PM IST

ବାଲେଶ୍ଵର: ମା' କୋଳକୁ ଫେରିଲା ହଜିଲା ପୁଅ । ଦୀର୍ଘ 8 ଦିନ ମା' କୋଳ ଛାଡି 4 ମାସର ପୁଅ ଶିଶୁଯତ୍ନ ଅନୁଷ୍ଠାନରେ ରହିବା ପରେ ଆଜି ମା' କୋଳକୁ ଫେରିଛି ।

ମା' କୋଳକୁ ଫେରିଲା ହଜିଲା ପୁଅ

ଗତ 4 ତାରିଖ ଚନ୍ଦନେଶ୍ବର ଅଞ୍ଚଳର ସୀତା ମାରାଣ୍ଡି ଷ୍ଟେସନରେ ଶୋଇଥିବା ବେଳେ ମା' ପାଖରୁ ଶିଶୁକୁ ଚୋରି କରି ନିଆଯାଇଥିଲା । ସୀତା ଏ ବିଷୟରେ ଜିଆରପି ପାଖରେ ଅଭିଯୋଗ କରିବା ପରେ ସେମାନେ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଶିଶୁକୁ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଥିଲେ । ହେଲେ ନିୟମ ଆଗରେ ସବୁ କିଛି ଫେଲ ମାରିଥିଲା । ଶିଶୁକୁ ପାଇବା ପାଇଁ ବ୍ୟାକୁଳ ହେଉଥିବା ମା'ର ମାତୃତ୍ବ ନିୟମ ଆଗରେ ବନ୍ଧା ପଡିଯାଇଥିଲା । 8ଦିନ ଧରି ଶିଶୁଟିକୁ ଏକ ଶିଶୁଯତ୍ନ ଅନୁଷ୍ଠାନରେ ରଖାଯାଇଥିଲା । ଏପଟେ ଶିଶୁ ମଙ୍ଗଳ କମିଟି ଡିସିପିୟୁଙ୍କ ତଦନ୍ତ ପରେ ମା' କୋଳକୁ ଶିଶୁକୁ ଦେଇଥିବା ଜଣାପଡିଛି ।

ନିଜ ପିଲା ଫେରି ପାଇବାରେ ବିଜେପି ଯୁବ ମୋର୍ଚ୍ଚାର ସନ୍ତୋଷ ନାୟକ ସାହାଯ୍ୟ କରିଥିବା ସେ କହିଛନ୍ତି । ଅନ୍ୟପଟେ ନିଜର ଶିଶୁପୁତ୍ରକୁ ଫେରିପାଇ ସୀତା ଖୁସିରେ କାନ୍ଦି ପକାଇଥିବା ଦେଖିବାକୁ ମିଳିଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.