ବାଲେଶ୍ଵର: ଜିଲ୍ଲାର ବସ୍ତା ଥାନା ନୂଆଗାଁ ନିକଟରେ ଟ୍ରେନ ଆଗକୁ ଡେଇଁ ତିନି ବର୍ଷର ପୁଅ ସହ ମହିଳା କଲେ ଆତ୍ମହତ୍ୟା । ଘଟଣା ସ୍ଥଳରେ ମା ଓ ପୁଅଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଆତ୍ମହତ୍ୟା କରିଥିବା ମା ଓ ପୁଅ ବସ୍ତା ଥାନା ଦୁଧହଂଶ ଗ୍ରାମର ବୋଲି ଜଣାପଡିଛି । ତେବେ ଏମିତି ଚରମ ନିଷ୍ପତ୍ତି ନେବାର କାରଣ ଏବେବି ଅସ୍ପଷ୍ଟ ରହିଛି । ପୋଲିସ ତଦନ୍ତ ଜାରି ରହିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ