ETV Bharat / state

‘ରାଷ୍ଟ୍ର ନିର୍ମାଣରେ କଣ୍ଟ୍ରାକ୍ଟରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’ - ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ବିଭାଗ

ବାଲେଶ୍ବରରେ କଣ୍ଟ୍ରାକ୍ଟର୍ସ କ୍ଲବର ସର୍କଲସ୍ତରୀୟ ଦ୍ବିତୀୟ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରାଇମେରୀ ସ୍କୁଲ ଠାରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ, ଗାଁ ଠାରୁ ସହର ପର୍ଯ୍ୟନ୍ତ ରାଷ୍ଟ୍ର ନିର୍ମାଣରେ ଓ ରାଷ୍ଟ୍ରର ବିକାଶ କ୍ଷେତ୍ରରେ କଣ୍ଟ୍ରାକ୍ଟରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଏହି ଅବସରରେ ମତ ପ୍ରକାଶ ପାଇଛି ।

ଫୋଟ ସୌଜନ୍ୟ : ସମ୍ବାଦଦାତା, ବାଲେଶ୍ବର
author img

By

Published : Sep 25, 2019, 6:16 PM IST

ବାଲେଶ୍ବର: କଣ୍ଟ୍ରାକ୍ଟର୍ସ କ୍ଲବର ସର୍କଲସ୍ତରୀୟ ଦ୍ଵିତୀୟ ବାର୍ଷିକୀ ସମ୍ମିଳନୀ ବାମପଦା ସ୍ଥିତ ନୋସି ବିଜିନେସ ପାର୍କରେ ଅନୁଷ୍ଠିତ ହୋଇଯାଇଛି । ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର କଣ୍ଟ୍ରାକ୍ଟରମାନଙ୍କୁ ନେଇ ହୋଇଛି ଏହି ସମ୍ମିଳନୀ । ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ବିଭାଗର ପୂର୍ବତନ ସଚିବ ପ୍ରବୀର କୁମାର ପ୍ରଧାନ ଓ ମୁଖ୍ୟ ବକ୍ତା ଭାବେ କବି ତଥା ସାହିତ୍ୟିକ ପ୍ରଶାନ୍ତ ଦାସ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ବାଲେଶ୍ବର

ଦେଶରେ ପ୍ରାଇମେରୀ ସ୍କୁଲ ଠାରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ, ଗାଁ ଠାରୁ ସହର ପର୍ଯ୍ୟନ୍ତ ରାଷ୍ଟ୍ର ନିର୍ମାଣରେ ଓ ରାଷ୍ଟ୍ରର ବିକାଶ କ୍ଷେତ୍ରରେ କଣ୍ଟ୍ରାକ୍ଟରମାନଙ୍କର ବଡ଼ ସହଭାଗିତା ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । କଣ୍ଟ୍ରାକ୍ଟର୍ସ କ୍ଲବର ସର୍କଲ ସଭାପତି ଆଦିତ୍ୟ କୁମାର ଖୁଣ୍ଟିଆ ସଂଗଠନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ ।

ବାଲେଶ୍ବର ଜିଲ୍ଲା ସଭାପତି ଦୀପ୍ତିକାନ୍ତ ମହାପାତ୍ର, ଉଦଳା ଏବଂ କପ୍ତିପଦା କଣ୍ଟ୍ରାକ୍ଟର୍ସ ଆସୋସିଏସନ ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ ଓ ମୟୁରଭଞ୍ଜ କଣ୍ଟ୍ରାକ୍ଟର ଆସୋସିଏସନ ମୁରାରିଲାଲ ଶର୍ମା ପ୍ରମୁଖ ଯୋଗଦେଇଛନ୍ତି । କଣ୍ଟ୍ରାକ୍ଟରମାନେ ନିଜ କାର୍ଯ୍ୟକ୍ଷେତ୍ରରେ ସାମନା କରୁଥିବା ବିଭିନ୍ନ ସମସ୍ୟା ଓ ତାର ସମାଧାନ କିପରି ହେବ ସେ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ଅବସରରେ କଣ୍ଟ୍ରାକ୍ଟର୍ସ କ୍ଲବର ମୁଖପତ୍ର 'ନିର୍ମାଣ' ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଛି । କ୍ଲବ ପକ୍ଷରୁ ଏକ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ , ଇଟିଭି ଭାରତ

Intro:Body:କଣ୍ଟ୍ରାକ୍ଟର୍ସ କ୍ଲବର ଦ୍ଵିତୀୟ ବାର୍ଷିକ ସମ୍ମିଳନୀ
ବାଲେଶ୍ୱର : କଣ୍ଟ୍ରାକ୍ଟର୍ସ କ୍ଲବର ଦ୍ଵିତୀୟ ବାର୍ଷିକ ସର୍କଲ ସ୍ତରୀୟ ସମ୍ମିଳନୀ ବାମପଦା ସ୍ଥିତ ନୋସି ବିଜିନେସ ପାର୍କରେ ଅନୁଷ୍ଠିତ ହୋଇଯାଇଛି। ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର କଣ୍ଟ୍ରାକ୍ଟରମାନଙ୍କୁ ନେଇ ହୋଇଥିବା ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ବିଭାଗର ପୂର୍ବତନ ସଚିବ ପ୍ରବୀର କୁମାର ପ୍ରଧାନ ଓ ମୁଖ୍ୟ ବକ୍ତା ଭାବେ କବି ତଥା ସାହିତ୍ୟିକ ପ୍ରଶାନ୍ତ ଦାସ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଦେଶରେ ପ୍ରାଇମେରୀ ସ୍କୁଲ ଠାରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ, ଗାଁ ଠାରୁ ସହର ପର୍ଯ୍ୟନ୍ତ ରାଷ୍ଟ୍ର ନିର୍ମାଣରେ ଓ ରାଷ୍ଟ୍ରର ବିକାଶ କ୍ଷେତ୍ରରେ କଣ୍ଟ୍ରାକ୍ଟରମାନଙ୍କର ବଡ଼ ସହଭାଗିତା ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କଣ୍ଟ୍ରାକ୍ଟର୍ସ କ୍ଲବର ସର୍କଲ ସଭାପତି ଆଦିତ୍ୟ କୁମାର ଖୁଣ୍ଟିଆ ସଂଗଠନର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିବା ବେଳେ ବାଲେଶ୍ୱର ଜିଲ୍ଲା ସଭାପତି ଦୀପ୍ତିକାନ୍ତ ମହାପାତ୍ର, ଉଦଳା ଏବଂ କପ୍ତିପଦା କଣ୍ଟ୍ରାକ୍ଟର୍ସ ଆସୋସିଏସନ ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ଓ ମୟୁରଭଞ୍ଜ କଣ୍ଟ୍ରାକ୍ଟର ଆସୋସିଏସନ ମୁରାରିଲାଲ ଶର୍ମା ପ୍ରମୁଖ ଯୋଗଦେଇ କଣ୍ଟ୍ରାକ୍ଟରମାନେ ନିଜ କାର୍ଯ୍ୟକ୍ଷେତ୍ରରେ ସାମନା କରୁଥିବା ସମସ୍ୟା ଓ ତାର ସମାଧାନ କିପରି ହେବ ସେ ସମ୍ପର୍କରେ କହିଥିଲେ। ଏହି ଅବସରରେ କ୍ଲବର ମୁଖପତ୍ର 'ନିର୍ମାଣ' ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଏହାଛଡ଼ା କ୍ଲବ ପକ୍ଷରୁ ଏକ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ଅଭ୍ୟୁଦୟ ଦାସ ପରିଚାଳନା କରିଥିଲେ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.