ETV Bharat / state

ପିତାଭାତ ଖାଇ ପରିବାରର ୩୦ରୁ ଉର୍ଦ୍ଧ୍ବ ଅସୁସ୍ଥ

author img

By

Published : Jul 6, 2023, 5:18 PM IST

ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାର ୩୦ରୁ ଉର୍ଦ୍ଧ୍ବ ଲୋକ ଅସୁସ୍ଥ । ସ୍ଵତନ୍ତ୍ର ଡାକ୍ତରୀ ଟିମ୍‌ ଦ୍ଵାରା ଚିକିତ୍ସା ଜାରି ରହିଛି । ଅଧିକ ପଢ଼ନ୍ତୁ

ବିଷାକ୍ତ ଖାଦ୍ୟ ଖାଇ ୩୦ରୁ ଉର୍ଦ୍ଧ୍ବ ଲୋକ ଅସୁସ୍ଥ

ବାଲେଶ୍ବର: ବିଷାକ୍ତ ଭାତ ଖାଇ ୩୦ରୁ ଉର୍ଦ୍ଧ୍ବ ଗୁରୁତର । ଗୁରୁତର ଅବସ୍ଥାରେ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହେଲେ ଅସୁସ୍ଥ । ଏପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ସଦର ବ୍ଲକ ଅନ୍ତର୍ଗତ ବୁଆଁଳ ପଞ୍ଚାୟତର ନୂଆପୁର ସିନ୍ଧିଆ ଗ୍ରାମରେ । ବିଷାକ୍ତ ଖାଦ୍ୟ ଖାଇ ୩୦ରୁ ଉର୍ଦ୍ଧ୍ବ ଲୋକ ଗୁରୁତର ଅବସ୍ଥାରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି । ପରିବାରର ଜଣଙ୍କ ମୃତ୍ୟୁ ପରେ ପିତାଭାତ ଖାଇ ଏମିତି ଅସୁସ୍ଥ ହୋଇଥିଲେ ପରିବାର ଲୋକେ । ଯୌଥ ପରିବାର ହୋଇଥିବାରୁ ବନ୍ଧୁବାନ୍ଧବ ମିଶାଇ ପିତାଭାତ ଖାଇବାର ଗୋଟିଏ ଦିନ ପରେ ଝାଡ଼ାବାନ୍ତି ସହ ଜ୍ୱର ଓ ମୁଣ୍ଡ ବିନ୍ଧା ହୋଇଥିଲା । ଯେଉଁଥିପାଇଁ ସମସ୍ତଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ସୂଚନା ଅନୁସାରେ, ଗ୍ରାମର ଆଦିତ୍ୟ ପ୍ରଧାନଙ୍କ ଦେହାନ୍ତ ପରେ ପରିବାର ଓ ବନ୍ଧୁବର୍ଗ ପିତା ଭାତ ଖାଇଥିଲେ । କେବଳ ପିତାଭାତ ଖାଇ ସମସ୍ତେ ଶୋଇଥିଲେ । ମାତ୍ର ଗୋଟିଏ ଦିନ ପରେ ପରିବାରର ସମସ୍ତ ସଦସ୍ୟଙ୍କ ଦେହରେ ଅସ୍ବାଭାବିକ ପ୍ରକ୍ରିୟା ଦେଖିବାକୁ ମିଳିଥିଲା । ଖାଦ୍ୟ ଖାଇଥିବା ପରିବାର ସଦସ୍ୟଙ୍କ ଝାଡାବାନ୍ତି ଓ ଜ୍ଵର ହୋଇଥିବା ବେଳେ ସମସ୍ତ ଆକ୍ରାନ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇ ଭର୍ତ୍ତି କରାଯାଇଛି । ଅସୁସ୍ଥମାନେ ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାଇରିଆ ୱାର୍ଡ଼ରେ ଭର୍ତ୍ତି କରାଯାଇଛି । ସ୍ଵତନ୍ତ୍ର ଡାକ୍ତରଙ୍କ ଦ୍ଵାରା ଚିକିତ୍ସା ଜାରି ରହିଛି । ଅନ୍ୟପଟେ ଏତେ ଲୋକଙ୍କ ପାଇଁ ପିତାଭାତ ପ୍ରସ୍ତୁତ କରାଯାଇଥିବା ବେଳେ କୌଣସି ପ୍ରକାର କୀଟପତଙ୍ଗ ଖାଦ୍ୟରେ ପଡ଼ି ଏମିତି ପାର୍ଶ୍ୱ ପ୍ରତିକ୍ରିୟା ହୋଇଥିବା ପରିବାର ଲୋକେ କହିଛନ୍ତି । ପରିବାରର ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ ଯାଏ ସମସ୍ତେ ଏମିତି ଅସୁସ୍ଥ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଅସୁସ୍ଥମାନଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ଡାକ୍ତର କହିଛନ୍ତି ।

ତେବେ ପରିବାର ସଦସ୍ୟ ବଳିଆ ପ୍ରଧାନ କହିଛନ୍ତି, ‘‘ପରିବାରର ବରିଷ୍ଠ ସଦସ୍ୟଙ୍କ ଦେହାନ୍ତ ପରେ ସମସ୍ତ ବିଧି ବିଧାନ ଶେଷ କରିବା ପରେ ପିତା ଖାଦ୍ୟ ସେବନ କରାଯାଇଥିଲା । ଯୌଥ ପରିବାର ହୋଇଥିବାରୁ ବନ୍ଧୁବାନ୍ଧବ ମିଶାଇ ୩୦ରୁ ଉର୍ଦ୍ଧ୍ବ ପିତାଭାତ ଖାଇଥିଲୁ । ପିତାଭାତ ଖାଇ ଶୋଇବା ପରେ ରାତି ୨ଟାରୁ ଜ୍ବର ଆସିବା ସହ ଝାଡାବନ୍ତି ହୋଇଥିଲା । ଏହି ଲକ୍ଷଣ ପରିବାରର ସମସ୍ତଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା । ଏହାପରେ ଗ୍ରାମବାସୀଙ୍କ ସାହାଯ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।’’ ତେବେ କେଉଁ କାରଣରୁ ଏପରି ଘଟିଲା ସେନେଇ ଡାକ୍ତର ଏକ ସ୍ବତନ୍ତ୍ର ଟିମ ଗଠନ କରି ପରୀକ୍ଷା ଆରମ୍ଭ କରିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.