ବାଲେଶ୍ଵର: ଜିଲ୍ଲାର ନୀଳଗିରିରେ କୋରୋନା ଲକଡାଉନ ବେଳେ ଲୋକମାନଙ୍କୁ କମ ଦାମରେ ଆଳୁ ଓ ପିଆଜ ଯୋଗାଇ ଦେବାପାଇଁ ଖୋଲିଲା ମୋଦି ଷ୍ଟଲ । ଯେଉଁଠି ଗରିବ ଲୋକମାନଙ୍କୁ ବଜାର ଦର ଠାରୁ କମ ଦାମରେ ଆଳୁ ଓ ପିଆଜ ଯୋଗାଇ ଦିଆଯାଉଛି।
ବାଲେଶ୍ବରର ନୀଳଗିରି ବିଧାନସଭା ଅଞ୍ଚଳରେ ମୋଦି ଷ୍ଟଲରେ ବଜାର ଦାମ ଠାରୁ କମ ଦାମରେ ମିଳୁଛି ଆଳୁ ଓ ପିଆଜ । ଦୁଇ କିଲୋ ଆଳୁ ଓ ୧ କିଲୋ ପିଆଜକୁ ୫୦ ଟଙ୍କାରେ ଲୋକମାନଙ୍କୁ ଯୋଗାଇ ଦିଆଯାଉଛି । ଲୋକଙ୍କୁ ଏମିତି ସୁବିଧା ଯୋଗାଇବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ବିଧାୟକ ସୁକାନ୍ତ ନାୟକଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ସ୍ବର୍ଣ୍ଣଚୁଡ଼ ମଣ୍ଡଳର ସଭାପତି ତାପସ ମହାନ୍ତି ଓ ଦୁଃଶାସନ ପୃଷ୍ଟିଙ୍କ ନେତୃତ୍ବରେ ନୀଳଗିରି ପାଟଣା ଗ୍ରାମରେ ମୋଦି ଷ୍ଟଲ କରି ଲୋକଙ୍କୁ ଆଳୁ ଓ ପିଆଜ ବିକ୍ରୟ କରାଯାଉଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ