ETV Bharat / state

ଲୁଟେରାଙ୍କ ଆତଙ୍କ ରାଜ, ଘରେ ପଶି ଭୁଜାଲିରେ ଆକ୍ରମଣ କରି ଲୁଟିଲେ ଅଳଙ୍କାର

author img

By

Published : Sep 26, 2022, 12:42 PM IST

ବାଲେଶ୍ବରରେ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ଲୁଟ ଘଟଣା । ଘରେ ପଶି ଭୁଜାଲିରେ ଆକ୍ରମଣ ପରେ ଟଙ୍କା ସହ ଗହଣା ଲୁଟିଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

ଲୁଟେରାଙ୍କ ଆତଙ୍କ ରାଜ, ଘରେ ପଶି ଭୁଜାଲିରେ ଆକ୍ରମଣ କରି ଲୁଟିଲେ ଟଙ୍କା ସହ ଗହଣା

ବାଲେଶ୍ବର: ଜିଲ୍ଲାରେ ଲୁଟେରାଙ୍କ ଆତଙ୍କରାଜ, ଘରେ ପଶି ଭୁଜାଲିରେ ଆକ୍ରମଣ କରି ୫୦ ହଜାର ଟଙ୍କା ସହ ଲୁଟିଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା । ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ଆହତ ହୋଇଥିବା ସୂଚନା । ଏଭଳି ଘଟଣା ଘଟିଛି ଜିଲ୍ଲାର ଖଇରା ଅଞ୍ଚଳରେ। ଆହତ ବ୍ୟକ୍ତି ହେଉଛନ୍ତି ନୟାଖଣ୍ଡି ପଞ୍ଚାୟତ ପତଡ଼ା ଗ୍ରାମର ଉପେନ୍ଦ୍ର ପ୍ରସାଦ କର ।

ମିଳିଥିବା ସୂଚନା ଅନୁଯାୟୀ,ରବିବାର ରାତିରେ ତିନି ଜଣ ଦୁର୍ବୃତ୍ତ ଚୋରି କରିବା ଉଦ୍ଦେଶ୍ୟରେ ଉପେନ୍ଦ୍ର ପ୍ରସାଦ କରଙ୍କ ଘରେ ପଶିଥିଲେ, ଏହା ପରେ ପରିବାର ସଦସ୍ୟଙ୍କୁ ଭୁଜାଲି ଦେଖାଇ ଭୟଭୀତ କରିବା ସହ ଆକ୍ରମଣ ମଧ୍ୟ କରିଥିଲେ । ଏହା ପରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ 50 ହଜାର ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ଭୁଜାଲି ଆକ୍ରମଣରେ ଉପେନ୍ଦ୍ରଙ୍କ ମୁଣ୍ଡ ଓ ହାତରେ ଗଭୀର ଭାବେ ଆଘାତ ଲାଗିଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ପ୍ରଥମେ ଖଇରା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

ସ୍ଥାନୀୟ ପୋଲିସ ଓ ସାଇଣ୍ଟଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି, ତେବେ କେଉଁ ମାନେ ଏହି ଚୋରି ଘଟଣାରେ ଜଡିତ ରହିଛନ୍ତି ସେନେଇ ଖୋଳତାଡ କରୁଛି ପୋଲିସ । ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ । ଚୋରି ହୋଇଥିବା ବ୍ୟକ୍ତିଙ୍କ ପରିବାର ତରଫରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଏହା ମଧ୍ୟ ପଢନ୍ତୁ-ପୁଣି ଜନନୀ ଯନ୍ତ୍ରଣା: ଗାଁକୁ ରାସ୍ତା ନଥିବାରୁ ଷ୍ଟ୍ରେଚରରେ ୨କିମି ବୁହାହେଲେ ଗର୍ଭବତୀ

ଏହା କେବଳ ଗୋଟିଏ ଚୋରି ଘଟଣା ନୁହେଁ ପୂର୍ବରୁ ମଧ୍ୟ ଏମିତି ଅନେକ ଘଟଣା ସାମ୍ନାକୁ ଆସିଥିବା ବେଳେ ଚୋରଙ୍କୁ ଧରିବାରେ ପୋଲିସ ସଫଳ ହେଉନଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏଇ କିଛିଦିନ ପୂର୍ବରୁ ବାଲେଶ୍ଵର ଜିଲ୍ଲା ରେମୁଣା ବାଇପାସ ସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ଜଣେ ଶିକ୍ଷୟିତ୍ରୀଙ୍କ ଠାରୁ ଲୁଟ ଉଦ୍ୟମ କରିଥିଲେ ଦୁର୍ବୃତ୍ତ, ଧାରୁଆ ଅସ୍ତ୍ରରେ ମରଣାନ୍ତଙ୍କ ଆକ୍ରମଣ କରି ଲୁଟ ଉଦ୍ୟମ କରୁଥିବା ବେଳେ ଏଥିରେ ବିଫଳ ହୋଇଥିଲେ । ଶିକ୍ଷୟିତ୍ରୀ ଜଣଙ୍କ ହେଉଛନ୍ତି ଅଚ୍ୟୁତପୁର ଗ୍ରାମର ହରପ୍ରିୟା ନାୟକ । ସେ ଆମ୍ବୁଡ଼ିଆ ୟୁପି ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ । ଲୁଟେରାଙ୍କ ଆକ୍ରମଣରେ ଶିକ୍ଷୟିତ୍ରୀ ଆହତ ହୋଇଥିବା ବେଳେ ତାଙ୍କୁ ରେମୁଣା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା, ସେଠାରୁ ଫେରିବା ପରେ ହରପ୍ରିୟା ଶିଳ୍ପାଞ୍ଚଳ ଥାନାରେ ଲୁଟ ଉ୍ୟମର ଶିକାର ହୋଇଥିବା ନେଇ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.