ETV Bharat / state

ପୋଷ୍ଟ ଅଫିସରେ ନିଆଁ ଲଗାଇଲେ ଦୁର୍ବୃତ୍ତ

author img

By

Published : Jan 25, 2021, 2:18 PM IST

Updated : Jan 25, 2021, 2:47 PM IST

ଖଇରା ଥାନା ଅଧିନ ସମ୍ପେଇ ଗ୍ରାମରେ ଥିବା ପୋଷ୍ଟ ଅଫିସରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିବା ଥାନାରେ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଖଇରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପୋଷ୍ଟ ଅଫିସରେ ନିଆଁ ଲଗାଇଲେ ଦୁର୍ବୃତ୍ତ
ପୋଷ୍ଟ ଅଫିସରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ବାଲେଶ୍ୱର: ଜିଲ୍ଲା ଖଇରା ଥାନା ଅଧିନ ସମ୍ପେଇ ଗ୍ରାମରେ ଥିବା ପୋଷ୍ଟ ଅଫିସରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିବା ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ରବିବାର ବିଳମ୍ବିତ ରାତିରେ ପୋଷ୍ଟ ଅଫିସର ଚାବି ଭାଙ୍ଗି ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି । ସକାଳେ ସ୍ଥାନୀୟ ଲୋକେ ପୋଷ୍ଟ ଅଫିସ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ । ଏହି ସମ୍ବନ୍ଧରେ ପୋଷ୍ଟମାଷ୍ଟର ସସ୍ମିତା ଜେନାଙ୍କୁ ଜଣାଇବା ସହ ସ୍ଥାନୀୟ ବାସିନ୍ଦା ନିଆଁକୁ ଆୟତ୍ତ କରିଥିଲେ।

ପୋଷ୍ଟ ଅଫିସରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ପୋଷ୍ଟ ଅଫିସରେ ଥିବା ଆସବାବପତ୍ର ଓ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ଖଇରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jan 25, 2021, 2:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.